
ଗତ ସପ୍ତାହରେ ଗାଲଭାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିଲେ। 20 ଜଣ ଭାରତୀୟ ସୈନିକ ନିହତ ହୋଇଥିବାବେଳେ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ହାର ନ ମାନି ଗାଲୱାନ ଉପତ୍ୟକାର ନଦୀ ଉପରେ 60 ମିଟର ଲମ୍ବର ସେତୁ କାମକୁ ମାତ୍ର 72 ଘଣ୍ଟା ମଧ୍ୟରେ ଶେଷ କରିଥିଲା।
ତେବେ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିବାବେଳେ ଅନେକ ଉପଭୋକ୍ତା ଗାଲୱାନ ନଦୀ ଉପରେ ଥିବା ଏହି ସେତୁର କିଛି ଫଟୋ ସେୟାର କରାଯାଉଛି। ସବକା ବିକାଶ ସବକା ବିଶ୍ୱାସ ନାମକ ଏକ ଫୋସବୁକ ପେଜରେ ଭାଇରା ଫୋଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ, ଗାଲୱାନ ଉପତ୍ୟକାର ନଦୀ ଉପରେ 60 ମିଟର ଲମ୍ବର ଏହି ସେତୁ କାମକୁ ମାତ୍ର 72 ଘଣ୍ଟା ମଧ୍ୟରେ ଶେଷ କରିଥିଲା।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ୧୪ ହଜାର ଫୁଟ ଉଚ୍ଚତାରେ ୨୫୦ କିଲୋମଟର ଲମ୍ବା ଏବଂ ମଜବୁତ ସଡ଼କ ଵନେଇଦେଲେ। ଏହା ପୂର୍ବରୁ ଗଲୱାନ ଘାଟିକୁ ପହଞ୍ଚିବା ପାଇଁ ସେନାକୁ ୮ଘଣ୍ଟାର ସମୟ ଲାଗୁଥିଲା, ଏବେ ସେଠାରେ ଏକ ଲିଙ୍କ ପୋଲ ନିର୍ମାଣ କରିଦେବା ଫଳରେ ଭାରତୀୟ ସେନା ମାତ୍ର ୩୫ ମିନିଟ ମଧ୍ୟରେ ଗଲୱାନ ଘାଟିକୁ କଭର କରି ପାରିବ। “ଦୌଲତ ବେଗ” ଭଳି ଉଚ୍ଚ ଜାଗାରେ #ଏୟାରସ୍ପେସ ମଧ୍ୟ ବନେଇଦେଲେ, ଯୋଉଠି ୭୦ ଟନ୍ ମାଲ ପରିବହନ କ୍ଷମତା ବାଲା C-17 ଭଳି ଅତ୍ୟାଧୁନିକ ମାଲବାହୀ ହେଲିକେପ୍ଟର ମଧ୍ୟ ଓହ୍ଲେଇ ପାରୁଛି
ଚୀନ ଏଇଥିପାଇଁ ମଧ୍ୟ ଚିନ୍ତିତ ଅଟେ ଯେ, ଭାରତ ସାମରିକ ଘାଟି ଗୁଡ଼ିକରେ ଭିତ୍ତିଭୂମିର ନିର୍ମାଣ କରିବା ସହିତ ଯୁଦ୍ଧ ପ୍ରସ୍ତୁତିରେ ମଧ୍ୟ ଅଚୁକ କ୍ଷମତା ହାସଲ କରିନେଇଛି।*ଯେହେତୁ ଗୃହଶତ୍ରୁ ମାନେ ମୋଦୀ ସରକାରଙ୍କୁ ଘେରିବା ପାଇଁ ଶପଥ କରି ନେଇଛନ୍ତି, ତେଣୁ ସେମାନଙ୍କୁ ଏସବୁ ଶୁଣିବାକୁ ଆଦୌ ଭଲ ଲାଗୁନି। ସେମାନଙ୍କୁ ଏହି କଥାରେ ମଜା ଆସୁଛି ଯେ ଚୀନ ଆମର ଜାଗାକୁ ଅକ୍ତିଆର କରିନେଇଛି.. ଭାରତୀୟ ସୈନିକଙ୍କୁ ଚୀନ ମାରିଛି..କଣ କରିବେ … ଆତ୍ମ ସନ୍ତୁଷ୍ଟି ପାଇଁ ଏହା ସେମାନଙ୍କର ନିଜ ନିଜର ମାନସିକତା ଅଟେ!!*
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ପୋଷ୍ଟରେଥିବା ଫୋଟୋ 72 ଘଣ୍ଟା ମଧ୍ୟରେ ଗାଲଭାନ୍ ଉପତ୍ୟକାରେ ସେନା ଦ୍ୱାରା ନିର୍ମିତ ଏକ ସେତୁର ଫଟୋ ଅଟେ ? ପୋଷ୍ଟର ସ୍ତତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମେ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଆମେ ପ୍ରଥମେ ଦେଖିଲୁ କୋରୋନା ସଂକ୍ରମଣ ସମୟରେ ଭାରଲ ଫୋଟୋରେ କୈଣସି ସୈନ୍ୟ ମାସ୍କ ପିନ୍ଧି ନାହାନ୍ତି। ଦେଶର ଜବାନ କ’ଣ କୋରନା ସଂକ୍ରମଣର ନିୟମ ପାଳନ କରୁ ନାହାନ୍ତି? ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫୋଟୋ ପୁରୁଣା ହୋଇଥାଇ ପାରେ।
ଆମକୁ Times of india ପେଜରେ ଭାଇରାଲ ଫୋଟୋ ମିଳିଲା। ଯାହାକି 20 ସେପ୍ଟେମ୍ବର 2018ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ପୋଷ୍ଟ କରାଯାଇଥିବା ଫୋଟୋ 2018 ମସିହାର ଅଟେ। ଅର୍ଥାତ୍ ଏହି ବ୍ରିଜ 2018 ମସିହାରୁ ତିଆରି ହୋଇଛି। ଜାମୁକାଶ୍ମିରର ରଜୋରି ଜିଲ୍ଲାରେ ଏହି ବ୍ରିଜ ବନା ଯାଇଛି। ରଜୋରି ଜିଲ୍ଲାର ସ୍କୁଲ ଛାତ୍ର ଏବଂ ସୈନ୍ୟଙ୍କ ଯିବାଆସିବା ସୁବିଧା ପାଇଁ ଏହି ବ୍ରିଜ ପ୍ରସ୍ତୁତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆଣେ ରଜୋରି ଜିଲ୍ଲା ଗଲୱାନ ନଦି ପାଖରେ ଏହି ବ୍ରିଜ ବନିଛି ନା ନିହିଁ ତାହା ଜଣିବା ପାଇଁ ଗୁଗୁଲରେ ରଜୋରି ଜିଲ୍ଲାଠାରୁ ଗଲୱାନ ନଦୀ କତେ ଦୁର ତାହା ଗୁଗୁଲର ଲୋକେଶନରେ ସର୍ଚ୍ଚ କରି ଦେଖିଲୁ। ସର୍ଚ୍ଚରେ ଆମେ ପାଇଲୁ ଯେ, ରଜୋରି ଜିଲ୍ଲା ଠାରୁ ଗଲୱାନ ନଦୀ 812 କିମି ଏବଂ ନଦୀ ଦେଇ 1,087 କିମି ଦୁରତା ହେଉଛି। ଏହା ଛଡ଼ା ମାନଚିତ୍ରରେ ବ୍ରିଜ ଥିବା ନେଇ କୌଣସି ସ୍ପଷ୍ଟି କରଣ ନାହିଁ। ଅର୍ଥାତ୍ ଭାଇରାଲ ହୋଇଥିବା ବ୍ରିଜର ଫୋଟୋ କବଳ ରଜୋରି ଜିଲ୍ଲାଠାରେ ନିର୍ମିତ ହୋଇଛି। ଅଧିକ ସଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ Times now ୟୁଟ୍ୟୁବ ଚ୍ୟାନେଲରେ ବର୍ତ୍ତମାନ 72 ଘଣ୍ଟା ମଧ୍ୟରେ ବନିଥିବା ବ୍ରିଜର ସମସ୍ତ ଖବର ପାଇଲୁ। ଯେଉଁଥିରେ ସ୍ପଷ୍ଟ ରୁପରେ ଦେଖା ଯାଉଛି ଯେ, ଭାଇରାଲ ଫୋଟୋରେଥିବା ବ୍ରିଜ ଏହା ନୁହେଁ। ଅନେକ ବିବାଦ ମଧ୍ୟରେ ଭାରତୀୟ ସୈନ୍ୟ ଏହା କରି ପାରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସେନା ଗାଲଭାନ ଉପତ୍ୟକାରେ ସେତୁ ନିର୍ମାଣ କରିଥିଲେ। କିନ୍ତୁ, ଗାଲଭାନ୍ ଭ୍ୟାଲି ବ୍ରିଜ୍ ଭଳି ସୋସିଆଲ୍ ମିଡିଆରେ ସେୟାର କରାଯାଉଥିବା ଫଟୋ ପୁରୁଣା ଅଟେ।

Title:ଏହା 72 ଘଣ୍ଟା ମଧ୍ୟରେ ଗାଲଭାନ୍ ଉପତ୍ୟକାରେ ସେନା ଦ୍ୱାରା ନିର୍ମିତ ସେତୁର ଫଟୋ ନୁହେଁ। ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False