
ପାକିସ୍ଥାନ ଏବଂ ଭାରତର ଅନେକ ତିକ୍ତତା ମଧ୍ୟରେ ସୋସିଆଲ ମିଡିଆର ଏକ ବଡ଼ ଭୂମିକା ରହିଛି। ସାଧାରଣ ଜନତା ଜାହା ଜାଣିପାରନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଅନେକ ସୂଚନା ଦେଇଥାଏ। କିନ୍ତୁ ଏଥି ମଧ୍ୟରେ କିଛି ମିଥ୍ୟା ଖବର ମଧ୍ୟ ଭାଇରାଲ ହୋଇଥାଏ। ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥୁରେ ଦିବା କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ଭାଇରାଲ ହେଉଥିବା ଫଟୋରେ କିଛି ଲୋକ ହାତରେ ତ୍ରୀରଙ୍ଗା ଉଡ଼ାଉଥିବାର ଦେଖା ଯାଉଛନ୍ତି।
ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।
1 ନଭେମ୍ବରରେ Jagannath Samal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ସମସ୍ତ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବୁଝି ପାରୁଛନ୍ତି !!ଫରୁକ୍ ଅନ୍ଦ୍ଦୂଲ୍ଲା ଏବଂ ମୁଫତି ଜେଲରୁ ବାହାରିବା ପରେ ପରେ କାଶ୍ମୀର ଭ୍ୟାଲିରେ ଆତଙ୍କି ତାଣ୍ଡବଲୀଳା ଆରମ୍ଭ ହୋଇଗଲା ।କିନ୍ତୁ ସାଧାରଣ କାଶ୍ମୀର ବାସୀ ଙ୍କ ବିରୋଧବି ଜୋରଦାର ଚାଲିଛି ।ବଡ଼କଥା ହେଉଛି , ଏ ଯେଉଁ ପତାକା ଉତ୍ତୋଳନ ଦେଖୁଛନ୍ତି , ଏହା ଭାରତରେ ନୁହେଁ , #ପାକିସ୍ଥାନର_ଛାତି_ଉପରେ ।#ଇତିହାସ_କଡ_ଲେଉଟେଇବା_ଆରମ୍ଭ_କରିଛି । ବେଲୁଚିସ୍ଥାନ୍ ର ବିଭିନ୍ନ ଜାଗାରେ ଉଡୁଛି ତ୍ରିରଙ୍ଗା ।#ଜୟ_ଭାରତ ..#ଜୟ_ଭାରତୀୟ_ସେନା।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଅନେକ ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ bharatksharma ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 2015ରେ ପ୍ରକାଶିତ ହୋଇଥିବାର ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ବୁଲୁଚିସ୍ଥାନରେ ଭାରତୀୟ ତ୍ରୀରଙ୍ଗା ଉଡ଼ାଗଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ଫଟୋ ବର୍ତ୍ତମାନର ନୁହେଁ। 2015 ମସିହାର ଫଟୋକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି।ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- bharatksharma । Archive
ଏହା ପରେ ରିଭର୍ସ ଇମେଜରେ ଆମେ ଅନ୍ୟ ଏକ ଫଟୋ ପାଇଲୁ ଯାହାକି Payesht Social Services Organization of Afganisthan ପେଜରେ ପ୍ରକାଶିତ ହୋଇଥିଲା। ଭାଇରାଲ ଫଟୋ 27 ଜୁନ 2016ରେ ପ୍ରକାଶିତ କରାଯାଉଥିଲା। ପୋଷ୍ଟରେ ଲେଖାଯାଇଛି ଯେ, ଆଫଗାନ ଏବଂ ଭାରତର ମିତ୍ରତା। ତେବେ ଭାଇରଲ ଫଟୋ ପ୍ରକୃତରେ କେଉଁଠାର ତାହା ସ୍ପଷ୍ଟ ହେଲା ନାହିଁ। କିନ୍ତୁ ବର୍ତ୍ତମାନରେ ବେଲୁଚିସ୍ଥାନରେ ତ୍ରୀରଙ୍ଗା ଉଡ଼ାଉଥିବାର ଦାବି ମିଥ୍ୟା ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତୃତିୟ ଭାଇରାଲ ଫଟୋ blogspot ପେଜରେ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକୁ 2019ରେ ପ୍ରକାଶିତ କରାଯାଇଥିଲା। ପୋଷ୍ଟରୁ ଲାଗୁଛି ଭାଇରାଲ ଫଟୋ ବେଲୁଚିସ୍ଥାନର ନୁହେଁ। ପୁରୁଣା ଫଟୋକୁ ବେଲୁଚିସ୍ଥାନରେ ପାକିସ୍ଥାନି ଲୋକ ଭାରତୀୟ ତ୍ରୀରଙ୍ଗା ଉଡ଼ାଉଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- blogspot । Archive
ଏହା ପରେ ଗୁଗୁଲରେ Indian tricolor hoisted in Balochistan ଲେଖି ସର୍ଚ୍ଚ କରିଲୁ। ଏକ ମାସ ମଧ୍ୟରେ ହୋଇଥିବା ଏପରି କୌଣସି ଘଟଣା ହୋଇଛି ନା ନାହିଁ ତାହା ସର୍ଚ୍ଚ କରିଲୁ।ସର୍ଚ୍ଚରେ ଆମକୁ ଭାଇରାଲ ଫଟୋ ସହ କୌଣସି ପ୍ରକାର ଖବର ମିଳିଲା ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପୁରୁଣା ଫଟୋରୁ ବର୍ତ୍ତମାନରେ ପାକିସ୍ଥାନ ବଲୁଚିସ୍ତାନରେ ଭାରତୀୟ ତ୍ରୀରଙ୍ଗା ଉଡାଉଥିବା ଦାବିରେ ଭାଇରାଲ କରାଯାଉଛି।

Title:ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍ଗା ଉଡ଼ାଉଛନ୍ତି କି?
Fact Check By: Saritadevi SamalResult: Partly False