କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

False Social
Flooding-an-ever-present-dangera.jpg

୨୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ଭାରି ବଢିୟା ନାମକ ଫେସବୁକ ଗ୍ରୁପ ରେ କିଛି ଫୋଟୋ ପୋଷ୍ଟ କରି ଦାବି କାରୋଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଫୋଟୋ ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ କିଛି ଲୋକେ ବନ୍ୟା ଜଳରୁ ଅଳ୍ପ କିଛି ଚାଷରୁ ଅମଳ ଧାନ, ଘରୋଇ ସାମଗ୍ରୀ ଏବଂ ଗୃହ ପାଳିତ ପଶୁଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଏମାନଙ୍କର ମୁକାବିଲା କରିବାର ଏବଂ ବଞ୍ଚିବାର କୌଶଳ ସମସ୍ତଙ୍କୁ ନିସଶ୍ଚିତ ପ୍ରେରଣା ଦେବ। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ପ୍ରତ୍ଯେକ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମ କୁ ଏହି ସବୁ ଫୋଟୋ ଗୁଡ଼ିକ ବିଷୟରେ ତଥ୍ୟ ମିଳିଲା। ଆସନ୍ତୁ ଜାଣିବା କଣ ସତ୍ୟତା ଏହି ସବୁ ଫୋଟୋର। 

ଫୋଟୋ ୧:

ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୪ ଅଗଷ୍ଟ ୨୦୧୭ ମସିହାରେ ସ୍କ୍ରୋଲ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ନିରନ୍ତର ବର୍ଷା ଲାଗି ରହି ଥିବା ରୁ ବିହାର, ଆସାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗ କ୍ଷତି ଗ୍ରସ୍ତ ହେଇଛି। ୧୦ ଜଣଙ୍କ ମୃତ୍ୟୁ ହେବା ସହିତ ହଜାର ର ସଂଖ୍ୟାରେ ବିହାର ର ଗାଁ ବାସିନ୍ଦା ମାନଙ୍କୁ ସ୍ଥାନ୍ତର କରା ଯାଇଅଛି। ପୁର୍ନିଆ, କଟୀହାର ଏବଂ କିଶନଗଞ୍ଜ ଆଞ୍ଚଲର ୧୦ ଲକ୍ଷ ଠାରୁ ଅଧିକ ଲୋକଙ୍କୁ ପ୍ରଭାବ ପଡ଼ିଛି। ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ଯେ ନେପାଲରେ ଅଧିକ ବର୍ଷା ହେବା କାରଣରୁ ବିହାର ର ଉତ୍ତର ପୂର୍ବ ଅଞ୍ଚଲ ରେ ବନ୍ୟା ଆସିଛି। 

scroll pic 1.jpg

Scroll | Archive

ଫୋଟୋ ୨: 

୧୬ ଅଗଷ୍ଟ ୨୦୧୭ ମସିହାରେ ଦି ଗାର୍ଡିୟାନ ପତ୍ରିକା ରେ କୁହା ଯାଇଅଛି ଯେ ଉତ୍ତର ଭାରତ, ନେପାଲ ଆଉ ବାଙ୍ଗଲାଦେଶରେ ବନ୍ୟା ଏବଂ ଭୁସ୍ଖଳନ ହେବାରୁ କିଛି ଦିନ ମଧ୍ୟରେ ୨୫୦ ଲୋକନ ମୃତ୍ୟୁ ହେଇଛି। ଲକ୍ଷେ ଲକ୍ଷେ ଲୋକଙ୍କର ସ୍ଥାନାନ୍ତର କରା ଯାଇଅଛି। ସୁରକ୍ଷା ବଳ ଲୋକଙ୍କୁ ଘର ଛାତ ଉପରୁ ଉଧାର କରିଛନ୍ତି ଏବଂ ହେଲିକପ୍ଟର ରେ ଖାଦ୍ୟ ମଧ୍ୟ ବଣ୍ଟା ହେଇଛି। ଗୃହ ମନ୍ତରାଳୟ ମୁଖପାତ୍ର ରାମ କୃଷ୍ଣ ସୁବେଦୀ କହିଛନ୍ତି ଯେ ଯେତେ ଶୀଘ୍ର ହେଉଛି ରିଲିଫ ଯୋଗନାକାରୀଙ୍କୁ ଲୋକଙ୍କ ସାହାଜ୍ଯତା କରିବା ପାଇଁ ଛଡ଼ା ହେଉଛି। ହାତୀ ସାହାଜ୍ଯତା ରେ ଲୋକଙ୍କୁ ତାଙ୍କ ଘର ଛାତ ଉପରୁ ଉଧାର କରା ଯାଉଅଛି। 

ଫୋଟୋରେ ଥିବା ବ୍ୟକ୍ତି ନିଜ ଘର ପାଳିତ ପଶୁକୁ କାନ୍ଧରେ ଉଠାଇ ସପତାରି ଜିଲାର ଟୋପା ଗାଁ କୁ ଯାଉଛନ୍ତି। 

guardian 2.jpg

The Guardian | Archive

ଫୋଟୋ ୩: 

୨୫ ଜୁଲାଇ ୨୦୧୯ ମସିହାରେ ଦି ଞୂ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ କୁହା ଯାଇଅଛି ଯେ ପ୍ରବଳ ବର୍ଷା ଯୋଗୁ ଆସାମରେ ବନ୍ୟାର ସମସ୍ଯା ବଢି ଯାଇଅଛି। ଏହା ସହିତ ଭୁଟାନ ମଧ୍ୟ କୁରିଛୁ ନଇ ପଣି ଛାଡ଼ି ଦେଇଛି ଯାହା ଫଳରେ ବାରପେଟା ଏବଂ ବୋଙ୍ଗାଇଗାଁ ଅଞ୍ଚଳରେ ହାଇ ଏଲର୍ଟ କରି ଦିଆ ଅଯାଇଅଛି। ଅଧିକାରୀ ମାନେ ବେକି ଏବଂ ପାହୁମାରା ଅଞ୍ଚଳ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି। 

TNIE.jpg

The New Indian Express | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ସମସ୍ତ ଫୋଟୋ ଆସାମର ନୁହେଁ। ପ୍ରଥମ ଫୋଟୋ ବିହାର ର ଅଟେ। ଆମେ ଏହା ମଧ୍ୟ ଜାଣିବା କୁ ପାଇଲୁ  ଯେ ଏହି ସବୁ ପୁରୁଣା ଫୋଟୋ ଅଟେ ଏବଂ ଏହି ଫୋଟୋର ବର୍ତମାନ ସମୟରେ ଆସାମରେ ଆସିଥିବା ବନ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଫୋଟୋକୁ ବର୍ତମାନ ସମୟ କହି ଗୁଜବ ସୃଷ୍ଟି କରା ଯାଉଅଛି।

Avatar

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *