ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।

False Social

ଆମେରିକାଦର କ୍ୟାପିଟାଲ ହିଲଠାରେ ଟ୍ରମ୍ପକୁ ନେଇ  ହୋଇଥିବା ଗଣ୍ଡଗୋଳର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରଲା ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ପିନ୍ଦି ଗୋଟେ ହାତରେ ଗେରୁଆ ରଙ୍ଗର ପତାକା ଏବଂ ଅନ୍ୟ ପଟେ ଆମେରିକାର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି ଠିଆ ହୋଇଛନ୍ତି। ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ, ଭାଇରାଲ ଫଟୋ ବର୍ତ୍ତମାନରୁ ନୁହେଁ। ଏହା ଅଗଷ୍ଟ 2020ର ଅଟେ।

8 ଜାନୁଆରିରେ Tridip Kumar Nnadi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ୟେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଭାରତର ତ୍ରୀରଙ୍ଗା ଓ ସନାତନୀ ଗୌରିକ ଧ୍ବଜାକୁ ଧରି ଆମେରିକାର #କ୍ୟାପିଟୋଲ_ହିଲ ଗଣ୍ଡଗୋଳରେ ଅଂଶଗ୍ରହଣ କରିଥିବା ଲୋକଟିର ନାମ #ଭିନସେଣ୍ଟ_ଜାଭୀୟର(#VincentXavier) ଓ ସେ ମୁଳତଃ କେରଳର ବାସିନ୍ଦା । ନାଳୁଆ ଅଙ୍କଲ #ଶଶୀ_ଥରୁର ପକ୍କା ସମର୍ଥକ ।ତେବେ ଏଠାରେ ପ୍ରଶ୍ନ ଉଠେ ଏହି ଲୋକଟା ଆମେରିକାର #କ୍ଯାପିଟୋଲ_ହିଲ ଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା, ସନାତନୀ ଗୌରିକ ଧ୍ୟଜା ଆଦିକୁ ପ୍ରଦର୍ଶନ କରେଇବା ପଛରେ ରହସ୍ୟ କଣ ????

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ଭାଇରାଲ ଫଟୋ ଆମେରିକାର କ୍ୟାପିଟାଲ ହିଲରେ ହୋଇଥିବା ଗୋଣ୍ଡଗଳର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ ଆମକୁ ଅନେକ ଲିଙ୍କ ମିଳିଲା। 6 ଅଗଷ୍ଟ 2020ରେ Economic times ପେଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଛି। ଖବର ଅନୁସାରେ  ଅଗଷ୍ଟରେ ରାମ ମନ୍ଦିର ଭୂମି ପୂଜନ ସମୟର ଫଟୋ ଅଟେ। ଅଯୋଧ୍ୟା ରାମ ମନ୍ଦିରରେ ଭୂମି ପୂଜନର ଖୁସିରେ ବ୍ୟକ୍ତି ଜଣକ ଆମେରିକା କ୍ୟାପିଟାଲ ହିଲରେ ପତାକା ଧରି ଠିଆ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Economic times  । Archive
ଏହା ପରେ ଆମକୁ ଭାଇରାଲ ଫଟୋ financialexpress. ପେଜରେ ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ ରାମ ମନ୍ଦିର ଭୂମି ପୂଜନର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଭାଇରାଲ ଫଟୋ ବର୍ତ୍ତମାନ କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ସହ କୌଣସି ସମ୍ପର୍କ ନାହିଁ। 

ଏଠାରେ ଲିଙ୍କ ଦେଖନ୍ତୁ- financialexpress.  । Archive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋର ବର୍ତ୍ତମାନ କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଫଟୋ ଅଗଷ୍ଟ 2020ରେ ରାମ ମନ୍ଦିର ଭୂମି ପୂଜନ ସମୟର ଅଟେ।

Avatar

Title:ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *