
କୋରୋନା ସଂକ୍ରମଣ ପାଇଁ ଦେଶରେ ଚିନ୍ତାର ବିଷୟ ବନି ରହିଛି। ଏଥି ମଧ୍ୟରେ ଅମିକତ ଶାହ କୋରୋନା ପିଜିଟିଭ ଥିବାର ଖବର ସାମ୍ନାକୁ ଆସିଛି। ତେବେ ବିରୋଧି ଦଳ ଏହାକୁ ନେଇ କଟାକ୍ଷ କିରିବା ସହ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ କରୁଛନ୍ତି। 8 ଅଗଷ୍ଟରେ Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି କାନ୍ଦି କାନ୍ଦି କହୁଛନ୍ତି ଅମିତ ଶାହ ମରିଗଲେ। ଭିଡିଓରେ ପଛରେ ସଂଖ୍ୟାଧିକ ଲୋକମାନେ ଏକ ଶବକୁ ନେଇ ଯାଇଥିବାର ଦୃଶ୍ୟ ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଅମିତ ଶାହଙ୍କୁ କୋରୋନା ହେବା ନେଇ ମୁସ୍ଲିମମାନେ ତାଙ୍କ ଶବ ଯାତ୍ରା କାଢ଼ିଛନ୍ତି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏଙ୍କ ମାନସିକତା ଦେଖନ୍ତୁ ,ଅମିତ ଶାହା ଜୀଙ୍କ କରୋନା ସଂକ୍ରମିତ ହେବାରୁ ତାଙ୍କ ଶବ ଯାତ୍ରା ବାହାର କରି ଖୁସି ମନାଉଛନ୍ତି… ଆରେ କେହି ଏଙ୍କୁ କୁହ ,ସେର ଠିକ ହୋଇଗଲେଣି,ଏବେ ଏଙ୍କୁ କାଗଜ ତ ଦେଖାଇବାକୁ ପଡିବ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 445ଥର ସେୟାର କରାଯାଇଛି।, ଏହା ଛଡ଼ା 247 କମେଣ୍ଟ ଏବଂ 275 ଲାଇକ ମଧ୍ୟ ମିଳିଛା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କ’ ଣ ଅମିତ ଶାହଙ୍କ କୋରୋନା ସଂକ୍ରମଣ ଖବର ପରେ ମୁସ୍ଲିମମାନେ ତାଙ୍କ ଶବ ଯାତ୍ରା କାଢ଼ିଥିବାର ଏହି ଭିଡିଓ କି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭିଡିଓକୁ ଠିକ୍ ଭାବରେ ଦେଖିଲୁ। ଯେଉଁଥିରେ ଆମେ ଦେଖିଲୁ ଯେ, ଭିଡିଓରେ କିଛି ଲୋକ ସ୍ୱିଟର ପିନ୍ଧିଥିବାର ଦେଖା ଯାଉଛନ୍ତି। ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନରୁ ନୁହେଁ। ଏହା ଛଡ଼ା କୋରୋନା ସଂକ୍ରମଣ ସମୟରେ କେହି ମଧ୍ୟ ମାସ୍କ ପିନ୍ଧି ନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଭାଇରାଲ ଭିଡିଓ ଶିତ ଦିନର ଅଥବା ପୋରୁଣା ହୋଇ ଥାଇପାରେ। ତଳେ ଫୋଟୋର ବିଶ୍ଳେଷଣ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଶଦ୍ଧ ମାଧ୍ୟମରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓର ଲିଙ୍କ ମିଳିଲା। ଆମକୁ young India ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ମିଳିଲା। ଭାଇରାଲ ଭିଡିଓଟି ପେଜରେ 21 ଡିସେମ୍ବର 2019ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ଅମିତ ଶାହ କୋରୋନା ସଂକ୍ରମଣ ଖବର ଆସିବା ପରର ଭିଡିଓ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- young India । Archive
ଆମେ ଅମିତ ଶାହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ scrollପେଜରେ ଏକ ପୋଷ୍ଟ ମିଳିଲା। ଯାହାକି 9 ଅଗଷ୍ଟରେ ପ୍ରକାଶତ କରାଯାଇଛି। ଅମିତ ଶାହ କୋରୋନା ଟେଷ୍ଟ ପଜିଟିଭ ଆସିଛି। ସେ ଏବେ କୋରୋନା ଚିକିତ୍ସିତ ହୋଉଛିନ୍ତି। ଏହା ଛଡ଼ା ବାଜେପି ସାଂସଦ ମନୋଜ ତିୱାରି ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅମିତ ଶାହ କୋରୋନା ନେଗେଟିଭ ହୋଇଥିବା ଖବର ପ୍ରକାଶିତ କରିଥିଲେ ଯାହା ମିଥ୍ୟା ଥିଲା। ଏହା ପରେ ସୋସିଆଲ ମିଡିଆରେ ଅମିତ ଶାହଙ୍କୁ ନେଇ ଅନେକ ଆଲୋଚନା ଲାଗି ରହିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- scroll। Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ 2019 ଡିସେମ୍ବର ଅଟେ। ଅମିତ ଶାହ କୋରୋନା ସଂକ୍ରମଣ ପରେ ମୁସ୍ଲିମମାନେ ଅମିତ ଶାହଙ୍କ ଶବ ଯାତ୍ରା କାଢ଼ିଥିବା ଦାବିରେ ଭାଇରାଲ ଭିଡିଓ ମିଥ୍ୟା ଅଟେ।

Title:ପୁରୁଣା ଭିଡିଓକୁ ଅମିତ ଶାହଙ୍କ କୋରୋନା ସଂକ୍ରମଣ ଖବର ପରେ ମୁସ୍ଲିମମାନେ ତାଙ୍କ ଶବ ଯାତ୍ରା କାଢ଼ିଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False