କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଘଟଣାର କ୍ଲିପ୍ ଏବଂ ଫୋଟୋ ଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଭାରତର ବିଭିନ୍ନ ସ୍ଥାନରେ ଘଟିବା ବିଭିନ୍ନ ଘଟଣାକୁ ମଣିପୁରର ହୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଏବଂ ଭିଡିଓ ଦେଖି ପାରିବେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଭିଡିଓରେ ଥିବା ପ୍ରତ୍ଯେକ କ୍ଲିପର ସତ୍ୟତା ଜାଣିବାକୁ ଚେଷ୍ଟା କରିଲୁ। ନିମ୍ନରେ ଆପଣ ମାନେ ପ୍ରତ୍ଯେକ କ୍ଲିପର ଫ୍ୟାକ୍ତ ଚେକ୍ ଦେଖି ପାରିବେ। 

ପ୍ରଥମ କ୍ଲିପ୍: 

ପ୍ରଥମ କ୍ଲିପ୍ ରେ ଆମେ ଦେଖି ପାରିବାଯେ ଜଣେ ମହିଳାଙ୍କୁ କିଛି ଲୋକ ଗୋଟିଏ ନଦୀ କୁଳରେ ମାରୁଛନ୍ତି। ଏହି କ୍ଲିପର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ଜୁଲାଇ ୨୦୨୧ ମସିହାର ଘଟଣା ଅଟେ ଯାହା ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଘଟିଥିଲା। ଦୁଇଟି ଆଦିବାସୀ ମହିଳା ମାନେ ନିଜ ମାମୁଁଙ୍କ ସହ କଥା ହେଉଥିବାରୁ ତାଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିବାକୁ ପାଇ ଥିଲେ ଯାହା ତାଙ୍କୁ ପସନ୍ଦ ଆସିନଥିଲା। ଏହି ଘଟଣା ନେଇ ପରିବାର ଲୋକେ ସେହି ଦୁଇ ଜଣ ଭଉଣୀଙ୍କ ଉପରେ ଅତ୍ୟାଚାର କରିଥିଲେ।

ଏହି ଘଟଣା ନେଇ ଉତ୍ତରପ୍ରଦେଶ ପୋଲିସ ମଧ୍ୟ ଫେବ୍ରୁଆରି ୨୦୨୩ ରେ ଟୁଇଟ କରିଥିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଦ୍ଵିତୀୟ କ୍ଲିପ୍: 

ଦ୍ଵିତୀୟ କ୍ଲିପ୍ ରେ ଆମେ ଦେଖିବାକୁ ପାଇଲୁ ଯେ ଜଣେ ଲୋକଙ୍କ ଗୋଡକୁ ରସିରେ ବାନ୍ଧି ଟ୍ରକରେ ବାନ୍ଧା ହୋଇଥିଲା। କିଛି ସମୟ ପରେ ସେହି ଟ୍ରକ ଲୋକଟିକୁ ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି। 

ଏହାର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦୨୧ ମସିହାର NDTV ର ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ମଧ୍ୟପ୍ରଦେଶର ଅଟେ। ଜଣେ ଲୋକକୁ ଚୋର ହେଇଥିବା ଅଭିଯୋଗ ଲଗାଇ ତାକୁ ଏପରି ଟ୍ରକରେ ବାନ୍ଧି ଦିଆ ଯାଇଥିଲା। ଏହା ପରେ ଟ୍ରକ ତାକୁ ଘୋଷାଡ଼ି ନେଇଥିଲା। ଗମ୍ଭୀର ଅବସ୍ଥାରେ ଆଘାତ ହୋଇଥିବାରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପୋଲିସ 5 ଜଣଙ୍କୁ ଗିରଫ ମଧ୍ୟ କରିଥିଲା। 

ତୃତୀୟ କ୍ଲିପ୍: 

ଏହି ଫୋଟୋରେ ଆପଣ ମାନେ ଜଣେ ମହିଳାଙ୍କୁ ଗଛରେ ମୃତ ଅବସ୍ଥାରେ ଝୁଳୁଥିବା ଦେଖି ପାରିବେ। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୨୪ ଜୁନ୍ ରେ ସମାନ ଫୋଟୋ ଟୁଇଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି ଯେ ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ହତ୍ୟା କରା ଯାଇଛି। ଏହା ଉତ୍ତରପ୍ରଦେଶର ମାହାରାଜଗଞ୍ଜ ଅଞ୍ଚଳର ଘଟଣା ଅଟେ। 

https://twitter.com/nikhilraoactvis/status/1672537033171165184

କିନ୍ତୁ ପୋଲିସ କହିଛି ଯେ ୨୪ ଜୁନ୍ ରେ ହେଇଥିବା ଏହି ଘଟଣା ଆତ୍ମହତ୍ୟା ମାମଲା ବୋଲି ଜଣା ପଡୁଛି। କିନ୍ତୁ ପୀଡ଼ିତାଙ୍କ ପରିବାର ଲୋକେ ଏହାକୁ ଦୁଷ୍କର୍ମ ଏବଂ ତାହା ପରେ ବ୍ଲାକମେଲର ଘଟଣା ବୋଲି ଦାବି କରୁଛନ୍ତି। ନିମ୍ନରେ ଆପଣ ମାନେ ଉତ୍ତରପ୍ରଦେଶର ଅଜୋଧ୍ୟା ପୋଲିସର ଟୁଇଟ ମଧ୍ୟ ଦେଖି ପାରିବେ। 

ଚତୁର୍ଥ କ୍ଲିପ୍: 

ଏହି ଫୋଟୋରେ ଆମେ ଜଣେ ଝିଅକୁ ମୃତ ଅବସ୍ଥାରେ ଦେଖି ପାରିବା। ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୩ ଜୁଲାଇରେ ଗୋଟିଏ ଟୁଇଟ ରେ ମିଳିଲା। ଟୁଇଟରେ ସୂଚନା ଦିଆ ଯାଇଛି ଯେ ଏହା ରାଜସ୍ଥାନର ଘଟଣା ଅଟେ ଯେଉଁଥିରେ ଗୋଟିଏ ଦଳିତ ଝିଅ ସହିତ ଗଣଦୁଷ୍କର୍ମ କରି ତାଙ୍କ ହତ୍ୟା କରା ଯାଇଥିଲା। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଦି ଇଣ୍ଡିଆନ ଏକ୍ସପ୍ରେସ ୱେବସାଇଟରେ ଏହି ଘଟଣାର ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଜଣେ ଦଳିତ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ତାଙ୍କ ଉପରେ ଏସିଡ୍ ଢାଳି ତାଙ୍କ ଶବକୁ ଗୋଟିଏ କୂଅରେ ଫୋପାଡି ଦେଇଥିଲେ। ଏହି ଘଟଣା ରାଜସ୍ଥାନର କରୌଲି ଜିଲ୍ଲାରେ ଘଟିଥିଲା। ଏହି ଘଟଣା ନେଇ ପୋଲିସ ମାମଲା ରୁଜୁ କରିଛି।

ପଞ୍ଚମ କ୍ଲିପ୍: 

ଏହି ଫୋଟୋରେ ଆପଣ ମାନେ ଜଣେ ବ୍ୟକ୍ତିକୁ ଉଲଗ୍ନ ଅବସ୍ଥାରେ ଦେଖି ପାରିବେ। ତାଙ୍କୁ ମାରିଥିବା କିଛି ଲୋକେ ତାଙ୍କ ଶରୀର ଉପରେ ପାଦ ରଖି ଫୋଟୋ ନେଇଛନ୍ତି। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ୨୦୧୬ ମସିହାରୁ ଏହା ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଉଦୟପୁର ପୋଷ୍ଟ ନାମକ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେୟଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ରାଜସ୍ଥାନର ଛୋଟିସାଉଡି ନାମକ ଅଞ୍ଚଳରେ ଘଟିଥିଲା। ଜଣେ ବ୍ୟକ୍ତିଙ୍କୁ ଗୋ ଚାଲାଣ ଅଭିଯୋଗରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ପାଇପ୍, ବେଲ୍ଟ୍ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତଙ୍କୁ ଉଦ୍ଧାର କରିଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ବିଭିନ୍ନ କ୍ଲିପ୍ ଗୁଡିକର ମଣିପୁରରେ ହେଉଥିବା ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଅନ୍ୟାନ୍ୟ ଘଟଣା ଏବଂ ସ୍ଥାନରୁ ଆସିଛି ଯାହାକୁ ମଣିପପୁରର ହିଂସା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *