କ’ଣ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି? ଜାଣନ୍ତୁ ସତ୍ୟ। 

Misleading Social

ଗତ କିଛି ବର୍ଷରୁ ଆମ ଦେଶର କିଛି ଲୋକ ମାନେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବାର ଦାବି କରୁଛନ୍ତି। ଏହି ମାମଲା ନେଇ ସୁପ୍ରିମ୍ କୋର୍ଟ କହିଥିଲା ଯେ ଆମ ସମ୍ବିଧାନରେ ଇଣ୍ଡିଆ ଏବଂ ଭାରତ ଦୁଇଟି ନାମର ଉଲ୍ଲେଖ କରା ଯାଇଛି। ଏହା ପରେ ମାମଲାକୁ ଖାରଜ କରା ଯାଇଥିଲା।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଅକ୍ସଫର୍ଡ ଅଭିଧାନରେ ଆମ ଦେଶ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି ଉଲ୍ଲେଖ କରା ଯାଇ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟରେ ଦାବି କରା ଯାଇଛି ଯେ ଇଣ୍ଡିଆର ଅର୍ଥ ହେଉଛି ଅବୈଧ ସନ୍ତାନ। ସେଥିପାଇଁ ଇଂରେଜ ମାନେ ସିନେମା ଘରେ ‘କୁକୁର ଏବଂ ଭାରତୀୟଙ୍କ ପ୍ରବେଶ ନିଷେଧ’ ଲେଖୁଥିଲେ। ଇଂରେଜଙ୍କ ନଜରରେ ଇଣ୍ଡିଆନ୍ସଙ୍କ ଏହି ମୂଲ୍ୟ ଦେଖିବାକୁ ମିଳୁଥିଲା। 

ଅକ୍ସଫର୍ଡ ଅଭିଧାନର ୭୮୯ ପ୍ରୁଷ୍ଠାରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି। ଇଣ୍ଡିଆର ଅର୍ଥ ଏହା ହେଉଛି ଯେ ସେ ବ୍ୟକ୍ତି ମାନେ ଯାହାର ମାତା-ପିତାଙ୍କ ବିବାହ ଚର୍ଚ୍ଚରେ ହେଇ ନାହିଁ। ସେପରି ସନ୍ତାନଙ୍କୁ ଅବୈଧ ସନ୍ତାନ ବୋଲି ମଧ୍ୟ ଗ୍ରହଣ କରା ଯାଏ। 

Facebook | Archive

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଯାଇ ଅକ୍ସଫର୍ଡ ଅଭିଧା ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଗୋଟିଏ ୱେବସାଇଟରେ ଅକ୍ଶଫର୍ଡ ଅଭିଧାନ ମିଳିଲା। ଏହି ୱେବସାଇଟରେ ଦିଆ ଯାଇଥିବା ଅଭିଧାନର 789 ନମ୍ବର ପ୍ରୁଷ୍ଠାରେ ଆମକୁ କେଉଁଠାରେ ଇଣ୍ଡିଆ ଶବ୍ଦର ଅର୍ଥ ପ୍ରକାଶ ହୋଇଥିବା ମିଳିଲା ନାହିଁ। 

ଏହା ପରେ ଆମେ ୧୯୩୪ ମସିହାର ଅକ୍ଶଫର୍ଡ ଅଭିଧାନର ପ୍ରକାଶନ ପାଇଲୁ। ଏହି ପ୍ରକାଶନରେ ମଧ୍ୟ ଆମକୁ ୭୮୯ ପ୍ରୁଷ୍ଠାରେ କେଣଠାରେ ଇଣ୍ଡିଆ ଶବ୍ଦ ଉଲ୍ଲେଖ ହୋଇଥିବା ମିଳିଲା ନାହିଁ। ଅକ୍ଶଫର୍ଡ ଅଭିଧାନର ୭୮୯ ପ୍ରୁଷ୍ଠାରେ ଇଂରାଜୀର ‘O’ ଅକ୍ଷରରେ ଆରମ୍ଭ ହେଉଥିବା ଶବ୍ଦ ଗୁଡିକର ଅର୍ଥ ଦିଆ ଯାଇଛି। 

କିନ୍ତୁ ଅଭିଧାନର ଅନ୍ୟ ପ୍ରୁଷ୍ଠା ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ୫୮୦ ସଂଖ୍ୟା ପ୍ରୁଷ୍ଠାରେ ଇଣ୍ଡିଆ ଏବଂ ଇଣ୍ଡିଆନ ଦୁଇଟି ଶବ୍ଦର ଅର୍ଥ ଦିଆ ଯାଇଛି। ଅଭିଧାନରେ ଇଣ୍ଡିଆର ଅର୍ଥ କୁହା ଯାଇଛି- ଏସିଆ ମହାଦ୍ଵୀପର ଗୋଟିଏ ଦେଶ ଯାହା ସିନ୍ଧୁ ନଦୀର ପୂର୍ବ ଦିଗ ଏବଂ ହିମାଳୟ ପର୍ବତର ଦକ୍ଷିଣ ଦିଗରେ ଅବସ୍ଥିତ। 

ଅଭିଧାନରେ ଇଣ୍ଡିଆନ ଶବ୍ଦର ଅର୍ଥ ହେଉଛି- ଆମେରିକା ଏବଂ ୱେଷ୍ଟ ଇଣ୍ଡିଜ୍ ର ମୂଳ ନିବାସୀଙ୍କୁ ଇଣ୍ଡିଆନ ବୋଲି କୁହା ଯାଏ। ବ୍ରିଟାନିକା ୱେବସାଇଟରେ ମଧ୍ୟ କୁହା ଯାଇଛି ଯେ ଆମେରିକାର ମୂଳ ନିବାସୀଙ୍କୁ ଇଣ୍ଡିଆନ କୁହା ଯାଉଥିଲା କାରଣ କୃଷ୍ଟୋଫର କୋଲମ୍ବସ ବାରମ୍ବାର ଭୁଲ ବିଶ୍ଵାସ ପ୍ରକାଶ କରିଥିଲେ ଯେ ସେ ଦକ୍ଷିଣ ଏସିଆ କୁଳରେ ପହଞ୍ଚିଥିଲେ। ନିଜକୁ ସଠିକ ଭାବି ସେ ସେଠିକାର ଲୋକଙ୍କୁ ଇଣ୍ଡୋସ ବୋଲି ଡାକିବା ଆରମ୍ଭ କରିଥିଲେ। (ଇଣ୍ଡୋସର ଅର୍ଥ ହେଉଛି ସିନ୍ଧୁର ଉପତ୍ୟକାର ବ୍ୟକ୍ତି ମାନେ)

ଅକ୍ସଫର୍ଡ ଅଭିଧାନର ଅନ୍ୟ ଏକ ୱେବସାଇଟରେ ମଧ୍ୟ ଇଣ୍ଡିଆନର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ବେଳେବେଳେ ଆପତ୍ତିଜନକ ଆମେରିକାର ମୂଳ ଜାତିର ସଦସ୍ୟଙ୍କୁ ମଧ୍ୟ ବୁଝା ଯାଏ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି, କିନ୍ତୁ ତାହା ଆମ ଦେଶ ଭାରତ କିମ୍ବା ଇଣ୍ଡିଆକୁ କୁହା ଯାଇ ନାହିଁ। ଆମେରିକା ଦେଶର ମୂଳ ବାସିନ୍ଦା ମାନଙ୍କୁ ମଧ୍ୟ ଇଣ୍ଡିଆନ ବୋଲି କୁହା ଯାଏ ଯାହାର ଅର୍ଥ ଅକ୍ସଫର୍ଡ ଅଭିଧାନରେ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି। 

Avatar

Title:କ’ଣ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *