ଅଲ୍-ଥୁମାମା ଷ୍ଟାଡିୟମରେ କୁରାନ ପାଠର ପୁରୁଣା ଭିଡିଓକୁ ଫିଫା ବିଶ୍ୱକପ ଉଦଘାଟନୀ ସମାରୋହ ସମୟର ଘଟଣା ଦାବି ସହିତ ଭାଇରାଲ ହେଉଛି।

Partly False Sports

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଫୁଟବଲ୍ ପଡିଆରେ କିଛି ବାଳକ ମାନେ କୁରାନ ପାଠ କରୁଛନ୍ତି। ଦାବି କରା ଯାଉଛି ଯେ ଫିଫା ବିଶ୍ଵ କପ୍ ୨୦୨୨ ଉଦଘାଟନୀ ସମାରୋହ ସମୟର କାତାର କୁରାନ ପାଠ ଆୟୋଜିତ କରିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫିଫା ୨୦୨୨ ବିଶ୍ଵ କପ୍ ସମୟର ନୁହେଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

Qatar host ଦେଶ ହିସାବରେ FIFA ଫୁଟବଲ ବିଶ୍ୱକପ-2022 କୁରାଣ୍ଡ ପାଠ କରିକି ଆରମ୍ଭ କଲା , କିନ୍ତୁ ଆମ ଭାରତରେ କେବେ ବି ବଡ଼ Event/ପ୍ଲାଟଫର୍ମ ରେ ରେ ଭଗବତଗୀତା ର ପାଠ କରାଯାଇନାହିଁ କାରଣ ଗାଣ୍ଡୁ-ଲେହେରୁ କରିଦେଇଯାଇଥିବା ସେକୁଲାର ଦେଶ ପାଇଁ 

Archive Link

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ କିଛି ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଆଲଜେରିଆ ଦେଶର ନ୍ୟୁଜ୍ ୱେବସାଇଟ ସବାକପ୍ରେସରେ ୨୨ ନଭେମ୍ବର ୨୦୨୧ ଭାଇରାଲ ଭିଡିଓର ଏକ ସ୍କ୍ରିନଶଟ୍ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହା ୨୦୨୧ ରେ ଅଲ୍ ଥୁମାମା ପଡିଆ ଉଦଘାତନ ସମୟର ଘଟଣା ଅଟେ। 

ଭାଇରାଲ ଭିଡିଓରେ ଦେଖାଯାଇଥିବା କୁରାନ ପାଠ ଏହି ଉଦ୍ଘାଟନରୁ ଆସିଛି। ଆପଣ ୟୁଟ୍ୟୁବରେ ଉଦ୍ଘାଟନୀ ସମାରୋହର ଅନେକ ଭିଡିଓ ପାଇପାରିବେ। ଏହି ସମସ୍ତ ଭିଡିଓ ଗତ ବର୍ଷ ପୋଷ୍ଟ କରାଯାଇଥିଲା। ଆପଣ ନିମ୍ନରେ ଏହିପରି ଗୋଟିଏ ଭିଡିଓ ଦେଖିପାରିବେ। 

ପ୍ରକୃତ ଉଦ୍‌ଘାଟନୀ ସମାରୋହରେ ଫିଫା ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର କାତାରୀ ପାରାଲିମ୍ପିଆନ୍ ଗାମିନ୍ ଅଲ୍ ମୁଫଟାଙ୍କ ଦ୍ୱାରା ପବିତ୍ର କୁରାନରୁ କିଛି ପଦ ପାଠ କରାଯାଇଥିଲା। ତାଙ୍କୁ 85 ବର୍ଷ ବୟସ୍କ ହଲିଉଡ ତାରକା ମୋର୍ଗାନ ଫ୍ରିମ୍ୟାନ ଯୋଗ ଦେଇଥିଲେ।

https://www.youtube.com/watch?v=OkO5YtRxwJg

ଏଥିସହ ସୂଚନାଯୋଗ୍ୟ ଯେ ଉଦଘାଟନୀ ସମାରୋହ ଦୋହାରେ ସ୍ଥିତ ଅଲ ବାଇଟ ଷ୍ଟାଡିୟମରେ ହୋଇଥିଲା ଏବଂ ଅଲ ଥୁମାମା ଷ୍ଟାଡିୟମ ନୁହେଁ।

ଶେଷକଥା: 

କତାରରେ ଚାଲିଥିବା ଫିଫା ବିଶ୍ୱକପ୍‌ର ଉଦଘାଟନୀ ସମାରୋହରେ କୁରାନ ପାଠ ଭାବରେ ଭାଇରାଲ୍ ହୋଇଥିବା ଭିଡିଓ ଏକ ବର୍ଷରୁ ଅଧିକ ପୁରୁଣା ଅଟେ। ଗତ ବର୍ଷ ଅଲ୍-ଥୁମାମା ଷ୍ଟାଡିୟମର ସମାରୋହର ଭିଡିଓକୁ ବର୍ତ୍ତମାନ ଫିଫା ବିଶ୍ଵ କପ୍ ସହିତ ଜଡିତ ଭାଇରାଲ କରା ଯାଉଛି।

Avatar

Title:ଅଲ୍-ଥୁମାମା ଷ୍ଟାଡିୟମରେ କୁରାନ ପାଠର ପୁରୁଣା ଭିଡିଓକୁ ଫିଫା ବିଶ୍ୱକପ ଉଦଘାଟନୀ ସମାରୋହ ସମୟର ଘଟଣା ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *