
ରବିବାର ଦୁବାଇରେ ଚାଲିଥିବା ଏସିଆ କପ୍ ସିରିଜରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଏହା ପରେ ପାକିସ୍ତାନୀ ଲୋକଙ୍କ ଟିଭି ଭାଙ୍ଗୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହ ଦାବି କରାଯାଇଛି ଯେ ନିକଟରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ପରାସ୍ତ ହେବା ପରେ ସେଠିକାର ଲୋକମାନେ ଟିଭି ଭାଙ୍ଗି ପାକିସ୍ତାନୀ ଖେଳାଳିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ୨୦୧୯ ମସିହାର ଅଟେ ଯେତେବେଳେ ଭରତ ବିଶ୍ଵ କପରେ ପାକିସ୍ତାନକୁ ପରାସ୍ତ କରିଥିଲା।
କ’ଣ କୁହା ଯାଇଛି ଏହି ଭିଡିଓରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ନିକଟରେ ଏସିଆ କପରେ ଭାରତ ପାକିସ୍ତାନକୁ ପରାସ୍ତ କରିଲା ପରେ ସେଠିକାର ଲୋକ ମାନେ ଟିଭି ଭାଙ୍ଗୁଛନ୍ତି।
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଫେସବୁକରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୧୭ ଜୁନ୍ ୨୦୧୯ ମସିହାରେ ଜଣେ ଉପଭୋକ୍ତାଙ୍କ ଦ୍ଵାରା ସେୟାର କରା ଯାଇଥିବା ମିଳିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଂ ଆମେ ୟୁଟ୍ୟୁବରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଦିଲ୍ଲୀ ତକ୍ ନାମକ ଏକ ଭେରୀଫାଏଡ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ଗୋଟିଏ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓ ବିଷୟରେ ଆଲୋଚନା ହେଇଛି।
ରିପୋର୍ଟ ଅନୁଯାୟୀ ୨୦୧୯ ବିଶ୍ଵ କପରେ ଭାରତ ପାକ୍ଷତାନକୁ ପରାସ୍ତ କରିଲା ପରେ ସେଠିକାର ଲୋକ ମାନେ କ୍ରୋଧିତ ହୋଇ ତାଙ୍କ ଟିଭି ଭାଙ୍ଗିଥିଲେ। ଭିଡିଓରେ ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ କେଉଁ ପରି ପାକିସ୍ତାନ ସମର୍ଥକ ମାନେ ନିରାଶ ହୋଇ ନିଜ ଦୁଖ ବର୍ଣ୍ଣନା କରୁଛନ୍ତି।
୧୭ ଜୁନ୍ ୨୦୧୯ ରେ ରିପବ୍ଲିକ ୱାର୍ଲ୍ଡ ରିପୋର୍ଟ ଅନୁଯାୟୀ ବିଶ୍ଵ କରରେ ବାରତ ୭ ତମ ଥର ପାକିସ୍ତାନକୁ ପରାସ୍ତ କରିଥିଲା ଯାହା ଫଳରେ ପାକିସ୍ତାନ ସମର୍ଥକ ମାନେ କ୍ରୋଧିତ ହୋଇଥିଲେ। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ପାକିସ୍ତାନୀ ସମର୍ଥକ ମାନେ ନିଜ ଟିଭି ଭଙ୍ଗାରୁଜା କରିଥିଲେ। ସେମାନେ ପାକିସ୍ତାନୀ ଖେଳାଳିଙ୍କ ଫିଟନେସ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିର ନିକଟରେ ଏସିଆ କପରେ ପାକିସ୍ତାନର ଭାରତ ଠାରୁ ପରାସ୍ତ ହେବା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୧୯ ମସିହାର ଅଟେ।

Title:କ’ଣ ଏସିଆ କପ୍ ୨୦୨୨ ରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବା ପରେ ସେଠିକାର ଲୋକ ମାନେ ଟିଭି ଭାଙ୍ଗୁଛନ୍ତି?
Fact Check By: Siddharth SahuResult: False
