କ’ଣ ଭାଇରାଲ ଭିଡିଓ ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପର ଅଟେ? ଜାଣନ୍ତୁ ସତ୍ୟ। 

False Natural Disaster Social

୨ ଡିସେମ୍ବର ରାତ୍ରି ସମୟରେ ଫିଲିପାଇନ୍ସର ମିଣ୍ଡାନାଓ ଦ୍ଵିପ ୭.୬ ତୀବ୍ରତା ସହିତ ଭୂମିକମ୍ପର ସାମନା କରିଛି। ସୂଚନା ଅନୁଯାୟୀ ମାଲାୟସିଆ, ଇଣ୍ଡୋନେସିଆ ଇତିୟାଦୀ ଦେଶରେ ସୁନାମୀର ଚେତାବନୀ ଜାରି କରା ଯାଇଛି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବେଡମିଣ୍ଟନ୍ ଖେଳୁଥିବା ସମୟରେ ଛାତ ଭୁସୁଡି ପଡୁଛି ଏବଂ ସେମାନେ ନିଜ ପ୍ରାଣ ରକ୍ଷା କରିବା ପାଇଁ ସେଠାରୁ ଦଉଡି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଫିଲିପାଇନ୍ସରେ ଆସିଥିବା ଭୂମିକମ୍ପର ଏକ ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୨ ମସିହାରେ ତାଇୱାନ୍ ଦେଶରେ ଆସିଥିବା ଭୂମିକମ୍ପର ଭିଡିଓ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ନିକଟରେ ଫିଲିପାଇନ୍ସରେ ଆସିଥିବା ଭୂମିକମ୍ପର ଏକ ଦୃଶ୍ୟ ଅଟେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୯ ସେପ୍ଟେମ୍ବର ୨୦୨୨ ରେ ଏନବିସି ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା ତାଇୱାନ୍ ଦେଶରେ ଆସିଥିବା ଭୂମିକମ୍ପର ଦୃଶ୍ୟ ଅଟେ। ତାଇୱାନର ତାଓୟୁଆନ୍ ସହରର ଗୋଟିଏ ୫ ମହଲା କ୍ରିଡା କେନ୍ଦ୍ରର ଛାତ ଏହି ଭୂମିକମ୍ପରେ ଭୁସୁଡି ପଡିଥିଲା। 

ଦି ସନ୍ ପତ୍ରିକା ରିପୋର୍ଟ ଅନୁଯାୟୀ, ତାଇୱାନରେ ୬.୮ ତୀବ୍ରତା ସହିତ ଆଇଥିବା ଭୂମିକମ୍ପ ସମୟରେ ବ୍ୟାଡମିଣ୍ଟନ କୋର୍ଟର ଛାତ ଭୁଶୁଡି ପଡିଥିଲା। ସେହି ସମୟରେ ଏହି ୫ ମହଲା କ୍ରିଡା କେନ୍ଦ୍ରରେ ଅନେକ ଲୋକ ଖେଳୁଥିଲେ। ଛାତ ଭୁସୁଡି ପଡୁଥିବା ଦେଖି ସମସ୍ତ ଖେଳାଳି ନିଜ ପ୍ରାୟ ରକ୍ଷା କରିବା ହେତୁ ସେଠାରୁ ଦଉଡି ବାହାରକୁ ପଳାଇଥିଲେ। 

Archive

ର୍ୟୁଟର୍ସ ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସରେ ୭.୪ ତୀବ୍ରତା ସହିତ ଆସିଥିବା ଭୂମିକମ୍ପରେ ଜଣେ ମହିଳା ନିଜ ପ୍ରାଣ ହରାଇଛନ୍ତି ଏବଂ ଅନେକ ବିଲଡିଙ୍ଗ ଗୁଡିକକୁ ସାମାନ୍ୟ ଖ୍ଯାତି ପହଞ୍ଚିଛି। ଏହି ଭୂମିକମ୍ପ ଶନିବାର ଦିନ ରାତ୍ରି ୧୦.୩୭ ସମୟରେ ଆସିଥିଲା।  ଫିଲିପାଇନ୍ସ ସହିତ ଜାପାନ ଦେଶରେ ସୁନାମୀର ସମ୍ଭାବନାର ଚେତାବନୀ ଜାରି କରା ଯାଇଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ୨୦୨୨ ମସିହାରେ ତାଇୱାନ୍ ଦେଶରେ ଘଟିଥିବା ଭୂମିକମ୍ପର ଭିଡିଓ ଅଟେ। ଏହାର ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପ ସହିତ କାଉନୟ ସମ୍ବନ୍ଧ ନାହିଁ।

Avatar

Title:କ’ଣ ଭାଇରାଲ ଭିଡିଓ ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *