
୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ସମୟ ଅତି ନିକଟତର। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରୁଛନ୍ତି। ସବୁ ସ୍ଥାନରେ ନିର୍ବାଚନ ଶବ୍ଦ ଶୁଣାଯାଉଛି ଏବଂ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ଦୃଶ୍ୟମାନ ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ବିଜେପି ଦଳର ପ୍ରଚାର ସମୟରେ କିଛି ଲୋକ ବିରୋଧ କରି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି।
ଏହି ଭିଡିଓକୁ ନିକଟରେ ଘଟିଥିବା ଏକ ଘଟଣାର ଦାବି ସହିତ ଭାଇରାଲ କରା ଯାଉଥିବା ପ୍ରତୀତ ହେଉଛି। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଏହା ହେଉଛି ପଶ୍ଚିମବଙ୍ଗର ଗଣତନ୍ତ୍ର।
ସମାନ ଭିଡିଓ ଅନ୍ୟ ଏକ ଫେସବୁକ ପୋଷ୍ଟରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏହି ଭିଡିଓ ଗୁଜରାଟର ଦ୍ଵାରକା ସହରର ଘଟଣା ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଫୁଫୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୬ ଅଗଷ୍ଟ ୨୦୨୨ ରେ ନ୍ୟୁଜ୍ ୧୮ ଇଣ୍ଡିଆର ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା ପଶ୍ଚିମବଙ୍ଗର ହୁଗଲି ରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘଟିଥିବା ଏକ ଝଗଡ଼ାର ଭିଡିଓ ଅଟେ।
ଏହା ପରେ ଆମକୁ ୫ ଅଗଷ୍ଟ୨୦୨୨ ର ଟିଭି୯ ଭାରତବର୍ଷ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଚୁଚୁଡ଼ା ଜିଲ୍ଲାରେ ବିଜେପି ରେଲି କରୁଥିବା ସମୟରେ ଟିଏମସି ବିଧାୟକ ଅସିତ ମଜୁମଦାରଙ୍କ କାର୍ଯ୍ୟକର୍ତ୍ତା ମାନେ ବିଜେପି ରେଲି ଉପରେ ଆକ୍ରମଣ କରିଥିଲେ।

ସମାନ ଖବର ଏବିପି ବଙ୍ଗାଳୀ, ଇଟିଭି ଭାରତ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିକୁ ସଠିକ୍ ପ୍ରସଙ୍ଗ ବିନା ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଏହା ୨୦୨୨ ମସିହାର ପଶ୍ଚିମବଙ୍ଗର ଏକ ଘଟଣା ଅଟେ ଯେଉଁଥିରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ହେଇଥିଲା। ଏହାର ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳ ପ୍ରଚାର କରୁଥିବା ସମୟରେ ପଶ୍ଚିମବଙ୍ଗରେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟତା
Fact Check By: Siddharth SahuResult: Missing Context
