
ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ ପଡ଼ି ଯାଇଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବ୍ରାଜିଲ୍ ଦେଶର ଘଟଣା ଅଟେ ଯାହାକୁ ଅଯୋଧ୍ୟାର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ଜଣେ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଅଯୋଧ୍ୟା ର ଚମତ୍କାର ରାମପଥ ମାତ୍ର 13 କିଲୋମିଟର ଲମ୍ବ ଗୁଜୁରାଟୀ କମ୍ପାନୀ ଦ୍ୱାରା ମାତ୍ର 844 କୋଟି ଟଙ୍କାରେ ନିର୍ମାଣ କରାଯାଇଛି। କିଲୋମିଟର ପ୍ରତି ମାତ୍ର 66 କୋଟି!“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩ ଜୁନ୍ ୨୦୨୨ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ବର୍ଣ୍ଣନାରେ କୁହାଯାଇଛି, “ଫୋର୍ଟାଲେଜା ର ମହାନଗର ନିଗମର କାସ୍କାଭେଲର ଏକ ବ୍ୟସ୍ତବହୁଳ ରାସ୍ତାରେ ଜଣେ ମହିଳା ଗାତ ମଧ୍ୟରେ ପଡ଼ିଯାଇଥିଲେ। ସେହି ମୁହୂର୍ତ୍ତକୁ ସିସିଟିଭି କ୍ୟାମେରା ଦ୍ୱାରା ରେକର୍ଡ କରାଯାଇଥିଲା। ଚିତ୍ରଗୁଡ଼ିକରେ, ଏହା ଦେଖିବାକୁ ମିଳିଛି ଯେ ସେହି ମହିଳା ଗାତରେ ପଡ଼ିବା ପୂର୍ବରୁ ରାସ୍ତାରେ ଥିବା ଚିହ୍ନଗୁଡିକ ପାଳନ କରିନଥିଲେ। ରାସ୍ତାରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏହି ଅଞ୍ଚଳ ବନ୍ଦ ରହିଥିଲା। ମହିଳା ଜଣକ କେବଳ ସାମାନ୍ୟ ଆହତ ହୋଇଥିଲେ।
ଅଧିକ ଅନୁସନ୍ଧାନ ପରେ, ଆମେ କିଛି ସମ୍ବାଦ ରେ ଏହି ଘଟଣା ବିଷୟରେ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ଏହା ବ୍ରାଜିଲ୍ ର କାସ୍କାଭେଲ ନାମକ ସ୍ଥାନରେ ଘଟିଥିଲା। ଜଣେ ୪୮ ବର୍ଷୀୟ ମହିଳା ରାସ୍ତାରେ ଚାଲୁଥିବା ସମୟରେ ତାହା ଧସି ପଡ଼ିଥିଲା ଏବଂ ସେହି ମହିଳା ସେଥିରେ ଖସି ପଡ଼ିଥିଲେ।
ଏହି ଭିଡିଓ ଲୋକଙ୍କର ଧ୍ୟାନ ଆକର୍ଷଣ କରିବା ପରେ ଅଯୋଧ୍ୟା ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏହାକୁ ବିଭ୍ରାନ୍ତକାରୀ ଏବଂ ମିଥ୍ୟା ବୋଲି କହିଛି। “ଉପରୋକ୍ତ ପୋଷ୍ଟରେ ପ୍ରସାରିତ ଭିଡିଓ ଅଯୋଧ୍ୟା ଜିଲ୍ଲା ସହିତ ଜଡିତ ନୁହେଁ। ଏହି ବିଭ୍ରାନ୍ତିକର ଏବଂ ମିଥ୍ୟା ଖବରକୁ ଅଯୋଧ୍ୟା ପୋଲିସ ଅସ୍ୱୀକାର କରିଛି। ଏହି ବିଭ୍ରାନ୍ତିକର ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ଅଯୋଧ୍ୟାର ଘଟଣା ନୁହେଁ। ଏହା ବ୍ରାଜିଲ୍ ଦେଶର ଏକ ପୁରୁଣା ଘଟଣାର ଭିଡିଓ ଅଟେ।

Title:ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ।
Written By: Siddharth SahuResult: False
