
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ଜଣେ ମୌଲବୀଙ୍କ ସ୍ସାହିତ ଏକ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମୌଲବୀଙ୍କୁ ତାଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି।
ଭାଇରାଲ ଭିଡିଓର କମେଣ୍ଟରେ ଲୋକେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେପରିକି ଏହି ଭିଡିଓ ଭାରତର ଅଟେ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ପାକିସ୍ତାନର ଅଟେ ଏବଂ ଏହାର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ଭାଇରାଲ କରି କୁହା ଯାଇଛି ଯେ “ଜନସଂଖ୍ୟା ବିସ୍ଫୋରଣର ସୂତ୍ରଧର। ଏପରି ଜନତା ଦେଶ ପାଇଁ ଭୟଙ୍କର।” ଏହି ଭିଡିଓରେ କାମେଣ୍ଟ କରି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି ଯେ ଏହା ଭାରତର ଭିଡିଓ ଅଟେ ଏବଂ ବର୍ତ୍ତମାନ ଦେଶରେ ଅତିଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ସମୟ ଆସି ଯାଇଛି।
ସମାନ ଭିଡିଓ ଆପଣ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ତାହା ମଧ୍ୟରେ ଡେଲି ପାକିସ୍ତାନ ବୋଲି ଲେଖା ହୋଇଥିବା ମିଳିଲା। ଡେଲି ପାକିସ୍ତାନ ୱେବସାଇଟ ଅନୁଯାୟୀ ଏହା ପାକିସ୍ତାନର ଜାତୀୟ ନ୍ୟୁଜ୍ ପେପର ସଂସ୍ଥା ଅଟେ ଯାହା ପାକିସ୍ତାନ ଜଡ଼ିତ ଖବର ପ୍ରକାଶିତ କରି ଥାଏ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୟୁ ନ୍ୟୂଜ୍ ଟିଭି ନାମକ ଏକ ୱେବସାଇଟରେ ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର ଏକ କ୍ଲିପ୍ ମଧ୍ୟ ଅଛି। ସୂଚନା ଅନୁଯାୟୀ ଭାଇରାଲ ଭିଡିଓଟି ହେଉଛି ପାକିସ୍ତାନର ଫାୟସ୍ଲାବାଦ ସହରର ଜଣେ ମୌଲବୀ ‘ଯାକୁବଙ୍କ’ ଭିଡିଓ ଯାହାର ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଅଛନ୍ତି।
ସାକ୍ଷାତରେ ମୌଲବୀ ୟାକୁବ କହିଛନ୍ତି ଯେ ଦେଶରେ ମହଙ୍ଗାଇ ବଢୁଥିବା ସମୟରେ ଆଲ୍ଲାହଙ୍କ ଉପରେ ତାଙ୍କ ବିଶ୍ଵାସ ଥିବାରୁ ଆଲ୍ଲାହ ତାଙ୍କୁ ସବୁ କିଛି ଯୋଗାଉଛନ୍ତି। ଏହି ସାକ୍ଷାତରେ ସେ ଛାଡପତ୍ର, ପାରିବାରିକ ବିବାଦ ଏବଂ ପରସ୍ପର ମଧ୍ୟରେ ପ୍ରେମ କେଉଁପରି ଗଢିବ ସେଯା ନେଇ ଚର୍ଚ୍ଚା କରୁଛନ୍ତି।
୨ ଜାନୁଆରୀ ୨୦୨୨ ରେ ଆଜ ତକ୍ ୱେବସାଇଟର ରିପୋର୍ଟ ଅନୁଯାୟୀ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପାକିସ୍ତାନ ଦେଶର କାରୀ ସାହାବ ଅଟନ୍ତି ଯିଏ ନିଜ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ସହିତ ଏକାଠି ରୁହନ୍ତି। ତାଙ୍କ ସନ୍ତାନ ମାନଙ୍କ ମଧ୍ୟ ସନ୍ତାନ ଅଛନ୍ତି। ତାଙ୍କ ପରିବାରରେ ୬୦ ଜଣ ଅଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପାକିସ୍ତାନ ଦେଶର ଅଟେ। ଏହାର ଭାରତ କିମ୍ବା ଏଠାର ଜନସଂଖ୍ୟା ବିସ୍ଫୋରଣ ସହିତ କୌଣସି ସମ୍ବନ୍ଧ ନାହିଁ। ପାକିସ୍ତାନର ଏକ ପୁରୁଣା ଭିଡିଓକୁ ପ୍ରସଙ୍ଗ ବାହାରେ ଭାରତର ଭିଡିଓ ହେଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଜଣେ ମୌଲବୀଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଥିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
