କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

Misleading Social

୧୪ ଜୁଲାଇ ରେ ଇସ୍ରୋ ଚନ୍ଦ୍ରୟାନ ୩ ର ଉତକ୍ଷେପଣ କରିଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ସମୟରେ ଗୋଟିଏ ରକେଟ୍ ଉତକ୍ଷେପଣ ହେଉଥିବାର ଭିଡିଓ ଶୁଟ୍ କରିଛନ୍ତି। ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମଇଦା ରେ ଭାଇରାଲ କରା ଯାଉଛି ଯେ ଏହା ଚନ୍ଦ୍ରୟାନ ୩ ର ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସ୍ପେସ୍ ଏକ୍ସ ଦ୍ଵାରା ଉତକ୍ଷେପଣ ହେଇଥିବା ଏକ ରକେଟ୍ ର ପୁରୁଣା ଭିଡିଓକୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଇନ୍ଡିଗୋ ବିମାନରେ ଚେନ୍ନାଇରୁ ଢାକା ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବା ମୂହୁର୍ତ୍ତକୁ ଭିଡିଓରେ ରେକର୍ଡ କରିଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଆମକୁ ୧୮ ଫେବ୍ରୁଆରି ୨୦୨୩ ରେ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ ହେଇଥିବା ମିଳିଲା। 

୫ ଜାନୁଆରୀରେ ଜଣେ ଟୁଇଟ କରି କହିଛନ୍ତି ଯେ ଏହା ସ୍ପେସ୍ ଏକ୍ସ ଦ୍ଵାରା ଉତକ୍ଷେପଣ କରା ଯାଇଥିବା ଫାଲ୍କନ ୯ ରକେଟ୍ ର ଭିଡିଓ ଅଟେ ଯାହାକୁ ଏକ ବିମାନଭିତରୁ ଶୁଟ୍ କରା ଯାଇଛି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ News.com ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜଣେ ଆମେରିକୀୟ ଫଟୋ ସାମ୍ବାଦିକ ଯିଏ ବିମାନରେ ଯାତ୍ରୀ ଥିଲେ, ସ୍ପେସ୍ ଏକ୍ସ ଫାଲକନ୍ ୯ ଉତକ୍ଷେପଣ କରିବାର ଭିଡିଓକୁ ୨୦୨୨ ରେ ଶୁଟ୍ କରିଥିଲେ। ସେ ସେହି ସମୟରେ ଫ୍ଲୋରିଡାର କେପ୍ କାନାଭେରାଲ ଉପରେ ଉଡୁଥିଲେ, ଯେଉଁଠାରେ ନାସାର କେନେଡି ସ୍ପେସ୍ ସେଣ୍ଟର ଅବସ୍ଥିତ।

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓର ସ୍ଥାନକୁ ଗୁଗୁଲ ମ୍ୟାପ୍ ରେ ଦେଖି ପାରିବେ। ଏହି ସ୍ଥାନ ହେଉଛି ଆମେରିକାର କେପ୍ କାନାଭେରାଲ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସ୍ପେସ୍ ଏକ୍ସ ଦ୍ଵାରା ଉତକ୍ଷେପଣ ହେଇଥିବା ଏକ ରକେଟ୍ ର ପୁରୁଣା ଭିଡିଓକୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading