
ମଣିପୁରରେ ହିଂସା ଥମିବାର ନାମ ନେଉଆ ନାହିଁ। ନିକଟରେ କିଛି ଜଘନୀୟ ଘଟଣା ମଣିପୁରରେ ଦେଖିବାକୁ ମିଳିଛି। ଲୋକଙ୍କ ଏକ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରେଇବା ସହିତ ତାଙ୍କ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହା ନେଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହା ପରେ ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ କିଛି ବନ୍ଧୁକ ବିଶିଷ୍ଟ ଲୋକମାନେ କିଛି ରାସ୍ତା ମଝିରେ ଅତ୍ୟାଚାର କରୁଛନ୍ତି। ଭିଡିଓରେ ଏହା ମଧ୍ୟ କୁହା ଯାଇଛି ଯେ ଏହି ମହିଳା ଭାରତ ସୈନ୍ୟ ଯବାନଙ୍କ ପତ୍ନୀ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମ୍ୟାନମାରର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ମଣିପୁରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
ଅନ୍ୟ ଏକ ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଘଟଣା ମଣିପୁରର ଅଟେ ଯେଉଁଥିରେ ଜନସାଧାରଣ ଲୋକ ବନ୍ଧୁକ ଧରି ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରିବା ପରେ ତାଙ୍କ ହତ୍ୟା କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ମ୍ୟାନମାର ଦେଶର ଏକ ୱେବସାଇଟରେ ସମାନ ଭିଡିଓ ୨୦୨୨ ମସିହାରେ ପ୍ରସାରିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ସେ ମହିଳାଙ୍କୁ ସେଠାରେ ସାମରିକ ସୂଚନାଦାତା ବୋଲି ଅଭିଯୋଗ ଲଗାଇ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ମ୍ୟାନମାରର ତମୁ ନାମକ ସ୍ଥାନରେ ଘଟିଥିଲା ଏବଂ ତମୁ ପିଡିଏଫ୍ (ପିପୁଲ୍ସ ଡିଫେନ୍ସ ଫୋର୍ସ) ୪ ନମ୍ବର ବାଟାଲିୟନ ଦ୍ୱାରା କରାଯାଇଥିଲା। ଏହି ମହିଳା ଜଣେ ଅଣ-ସିଡିଏମ୍ (ସିଭିଲ୍ ଅବାଧ୍ୟତା ଆନ୍ଦୋଳନ) ଶିକ୍ଷକ ଥିଲେ। ତାଙ୍କୁ ପ୍ରଥମେ ସାମରିକ ସୂଚନାଦାତାଙ୍କ ଅଭିଯୋଗ ଗ୍ରହଣ କରିବାକୁ ବାଧ୍ୟ କରା ଯାଇଥିଲା ଏବଂ ତାହାପରେ ତାଙ୍କୁ ହତ୍ୟା କରାଯାଇଥିଲା।

ସମାନ ସୂଚନା ଆମକୁ ମ୍ୟାନମାରର rfa.com ୱେବସାଇଟରୁ ମଧ୍ୟ ମିଳିଲା। ୱେବସାଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଯେଉଁ ମହିଳାଙ୍କ ହତ୍ୟା କରା ଯାଇଥିଳୀ ସେ ସେଠିକାର ତମୁ ଅଞ୍ଚଳର ବାସିନ୍ଦା ଥିଲେ। ତାଙ୍କ ହତ୍ୟା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେଠିକାର ସରକାର, ରାଷ୍ଟ୍ରପତି ଏବଂ ମାନବ ଅଧିକାର ମନ୍ତରାଳୟ ଏହି ଘଟଣାର ନିନ୍ଦା କରିଛନ୍ତି।
ଆମକୁ ସମାନ ଘଟଣାର ଏକ ବିବରଣୀ RFA ର ଫେସବୁକ ଏକାଉଣ୍ଟରେ ୪ ଡିସେମ୍ବର ୨୦୨୨ ରେ ପୋସ୍ତ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ଏହି ପୋଷ୍ଟ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ମଣିପୁରରେ ଘଟିଥିବା ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ମ୍ୟାନମାର ଦେଶରେ ଘଟିଥିବା ଏକ ପୁରୁଣା ଘଟଣା ଅଟେ ଯାହାକୁ ମଣିପୁରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ରାସ୍ତା ମଝିରେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
