
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଚକିତ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମ୍ଳିଛି ଯେ କିଛି ବିଜେପି ଦଳ କାର୍ଯ୍ୟକର୍ତ୍ତା ରାସ୍ତାରେ ଯାଉଥିବା ସମୟରେ ସେଠିକାର ସ୍ଥାନୀୟ ଲୋକ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି।
ଦାବି କରା ଯାଉଛିଇ ଯେ ଏହା ସମ୍ପ୍ରତ୍ତି ସମୟର ଭିଡିଓ ଅଟେ। ଯେତେବେଳେ ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରଚାର କରିବାକୁ ଯାଇଥିଲେ ସେତେବେଳେ କିଛି ସ୍ଥାନୀୟ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୧୭ ମସିହାର ଦାର୍ଜିଲିଂରେ ଘଟିଥିବା ଏକ ଘଟଣାର ଭିଡିଓ ଅଟେ ଏବଂ ଏହାର ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପରିହାସ କରି ଲେଖିଛନ୍ତି, “ଅବ୍ କି ବାର ୪୦୦ ପାର ର କିଛି ଝଲକ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତୟର୍କ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଘଟଣାର ଏକ ଫୋଟୋ ଜାଗରଣ ୱେବସାଇଟରେ ପ୍ରକାହିତ ହେଇଥିବା ମିଳିଲା। ୬ ଅକ୍ଟୋବର ୨୦୧୭ ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଦାର୍ଜିଲିଂ ଯାଇଥିବା ଦିଲୀପ ଘୋଷ ଏବଂ ଅନ୍ୟ ବିଜେପି ନେତାଙ୍କ ବୈଠକରେ କିଛି ଲୋକ ଅସଦାଚରଣ କରିବା ଆରମ୍ଭ କରିଥିଲେ। ତା ପରେ ନେତା ଓ ଅନ୍ୟ ବିଜେପୀ କର୍ମୀମାନଙ୍କୁ ରାସ୍ତାରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କଠାରୁ ରକ୍ଷା ପାଇବା ପାଇଁ ଘୋଷଙ୍କୁ ସ୍ଥାନୀୟ ଚକ୍ ବଜାର ପୋଲିସ ଆଶ୍ରୟ ନେବାକୁ ପଡିଥିଲା।

ଏହି ଘଟଣା ପରେ ଜିଜେଏମ୍ ସ୍ୱୀକାର କରିଛି ଯେ ଏହାର ନିଜସ୍ୱ କର୍ମୀମାନେ ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ କରିଥିବାବେଳେ ଜେଜେଏମ୍ ନେତା ବିନୟ ତମାଙ୍ଗ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଗୋରଖଲାଣ୍ଡ ପ୍ରସଙ୍ଗରେ ଦାର୍ଜିଲିଂ ଲୋକଙ୍କ ଭାବନାକୁ ବିଜେପି ଆଘାତ ଦେଇଛି।
ଆମେ ଭାଇରାଲ୍ ଭିଡିଓ NMF ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ପାଇଲୁ। ଭିଡିଓଟି ୬ ଅକ୍ଟୋବର ୨୦୧୭ ରେ ସେୟାର କରାଯାଇଛି। ଉପଲବ୍ଧ ସୂଚନା ଅନୁଯାୟୀ, ‘ଦାର୍ଜିଲିଂରେ ବିଜେପି ନେତା ଦିଲୀପ ଘୋଷଙ୍କୁ ଆକ୍ରମଣ କରାଯାଇଥିଲା’।
ଉପରୋକ୍ତ ତଥ୍ୟ ଦ୍ଵାରା ସ୍ପଷ୍ଟ ହେଇଛି ଯେ ଭାଇରାଲ ଭିଡିଓଟି ୭ ବର୍ଷ ପୁରୁଣା ଅଟେ ଏବଂ ଏହାର ଆସନ୍ତା ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୧୭ ମସିହାର ଏକ ପୁରୁଣା ଘଟଣା ଅଟେ ଯାହା ଦାର୍ଜିଲିଂରେ ଘଟିଥିଲା।

Title:କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନସାଧାରଣ ଲୋକମାନେ ବିଜେପି ଦଳ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
