
ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ପିଙ୍କି ପ୍ରଧାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ କିଛି ଲୋକଙ୍କ ମଧ୍ୟରେ ଗୀତ ଗାଈ ନାଚୁଛନ୍ତି। ଭିଡିଓରେ ଆମେ କଂଗ୍ରେସ ସମର୍ଥନର ଏକ ଗୀତ ମଧ୍ୟ ଶୁଣିବାକୁ ପାଇଲୁ।
ଏହି ଭିଡିଓ ସେୟାର କରି ଏପରି କୁହା ଯାଉଛି ଯେପରିକି ପିଙ୍କି ପ୍ରଧାନ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରଚାର କରୁଛନ୍ତି।
କିନ୍ତୁ ଗ୍ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୨ ମସିହାର ଏକ ପୁରୁଣା ଭିଡିଓ ଯେତେବେଳେ ପିଙ୍କି ପ୍ରଧାନ ପଦମପୁର ନିର୍ବାଚନ ପୂର୍ବରୁ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୮ ନଭେମ୍ବର ୨୦୨୨ ରେ ଅର୍ଗସ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ପଦମଆୟର ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତା ପିଙ୍କି ପ୍ରଧାନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଥିଲେ।
ଏହି ଭିଡିଓରେ ଆମେ ଶୁଣିଲୁ ଯେ ପିଙ୍କି ପ୍ରଧାନ ନବୀନ ପଟ୍ଟନାୟକ ବିରୁଦ୍ଧରେ ଗୀତ ଗାଈ ନିଜ ଦଳର ପ୍ରଚାର କରୁଛନ୍ତି। ସେ କଂଗ୍ରେସ ଦଳର ପ୍ରଚାର କରୁ ନାହାଁନ୍ତି। ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ୨୦୨୨ ମସିହାରେ ପିଙ୍କି ପ୍ରଧାନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଦମପୁରରେ ପ୍ରଚାର କରୁଥିବା ଭିଡିଓକୁ ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରଚାର କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ବିଜେପି କାର୍ଯ୍ୟକର୍ତ୍ତା ପିଙ୍କି ପ୍ରଧାନ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରଚାର କରୁଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Misleading
