
ନିକଟରେ ତୁର୍କୀ ଏବଂ ସିରିଆରେ ୭.୮ ଏବଂ ୭.୫ ତୀବ୍ରତାର ଦୁଇଟି ବଡ଼ ଭୂକମ୍ପରେ ଅନେକ ଭିତ୍ତିଭୂମି ନଷ୍ଟ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି।
ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡି ଯାଉଥିବା ସମୟରେ ଏକ ବିଶାଳ ବିଲ୍ଦିଙ୍ଗ ଭୁସୁଡି ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓ ତୁର୍କୀରେ ଆସିଥିବା ଭୂମିକମ୍ପ ସମୟର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଦୁବାଇର ଏକ ପୁରୁଣା ଭିଡିଓ ଅଟେ। ଏହୋ ଭିଡିଓର ତୁର୍କୀରେ ଘଟିଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି?
ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ଏହି ଭିଡିଓ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୂମିକମ୍ପର ଦୃଶ୍ୟ ଅଟେ। “ଭୂକମ୍ପ ଝଟକାରେ ତୁର୍କୀ-ସିରିଆ ଛାରଖାର”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୯ ଜାନୁଆରୀରେ ଏକ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା ସାଉଦି ଆରବିଆ ର ଜେଦାହ ସହରର ଦୃଶ୍ୟ ଅଟେ।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓର ନିକଟରେ ତୁର୍କୀରେ ହେଇଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ।
ଉପରୋକ୍ତ ଭିଡିଓ ସହିତ ଦିଆ ଯାଇଥିବା ସୂଚନା ସାହାଯ୍ୟରେ ଆମେ ଘଟଣା ସ୍ଥଳକୁ ଗୁଗୁଲ ମ୍ୟାପ୍ ରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ଦେଖା ଯାଉଥିବା ଏକ ବିଲ୍ଦିଙ୍ଗ ମିଳିଲା ଯେଉଁଥିରେ ‘ବ୍ୟାଙ୍କୟୁ ସାଉଦି ଫ୍ରାନସି’ ଲେଖା ଯାଇଛି। ଗୁଗୁଲ ମ୍ୟାପ୍ ରେ ଏହି ଫୋଟୋ 2017 ମସିହାରେ ନିଆ ଯାଇଥିଲା।
ଏହା ପରେ ଆମକୁ ଗୁଗୁଲରୁ ସମାନ ବ୍ୟାଙ୍କର ଏକ ଫୋଟୋ ମିଳିଲା। ଏହି ଫୋଟୋରେ ଥିବା ବିଲ୍ଦିଙ୍ଗ ଆଉ ଭାଇରାଲ ଭିଏଅରେ ଥିବା ବିଲ୍ଦିଙ୍ଗ ମଧ୍ୟରେ କିଛି ସମାନତା ଦେଖିବାକୁ ମିଳିଲା। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଆମକୁ ୧୨ ଏପ୍ରିଲ୍ ୨୦୨୨ ରେ ଏକ ୟୁଟ୍ଯୂବ ଚ୍ୟାନାଲରେ ସମାନ ସ୍ଥାନର ଏକ ଭିଡିଓ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓରେ ଭୁସୁଡି ପଡୁଥିବା ବିଲ୍ଦିଙ୍ଗ ମଧ୍ୟ ଦେଖିବାକୁ ମିଳିଲା। ଏହି ଭିଡିଓରେ ମଧ୍ୟ କୁହା ଯାଇଛି ଯେ ଏହି ସ୍ଥାନ ସାଉଦି ଆରବିଆର ଜେଦାହ ଅଞ୍ଚଳରେ ଅବସ୍ଥିତ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ତୁର୍କୀରେ ଭୂମିକମ୍ପ ହେଇଥିବା ସମୟର ନୁହେଁ। ଏହି ଭିଡିଓ ସାଉଦି ଆରବିଆର ଜେଦାହ ଅଞ୍ଚଳର ଭିଡିଓ ଅଟେ। ସାଉଦିରେ ବିଲ୍ଦିଙ୍ଗ ଭୁସୁଡି ଥିବାର ଏକ ପୁରୁଣା ଭିଡିଓକୁ ସମ୍ପ୍ରତ୍ତି ସମୟରେ ତୁର୍କୀରେ ଆସିଥିବା ଭୂମିକମ୍ପ ଦୃଶ୍ୟ ଦାବି ସହିତ ଯୋଡି ଭାଇରାଲ କରା ଯାଉଛି।
Title:କ’ଣ ଗୋଟିଏ ବିଲଡିଙ୍ଗ ଭୁସୁଡି ପଡୁଥିବା ଏହି ଭିଡିଓ ତୁର୍କୀରେ ଭୂମିକମ୍ପ ସମୟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


