କ’ଣ ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ହେବା ପରେ ମଧ୍ୟ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଚାହାତ ପାଣ୍ଡେ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ। 

Misleading Political

ନିକଟରେ ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି। ଏହା ମଧ୍ୟରୁ ୪ ଟି ରାଜ୍ୟରେ ବିଜେପି ନିର୍ବାଚନ ଜିଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଚାହାତ ପାଣ୍ଡେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଥିଲେ। କିନ୍ତୁ ସେ ମାତ୍ର ୨୨୯୨ ଭୋଟ୍ ଜିତିଛନ୍ତି। 

ନିର୍ବାଚନର ଫଳାଫଳ ଆସିବା ପରେ ଚାହାତ ପାଣ୍ଡେଙ୍କର ଡାନ୍ସ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଧ୍ୟପ୍ରଦେଶ ନିର୍ବାଚନ ହାରିବା ପରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଚାହାତ ପାଣ୍ଡେ ଏପରି ଡାନ୍ସ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଚାହାତ ପାଣ୍ଡେଙ୍କ ଡାନ୍ସର ଏହି ଭିଡିଓ ୨୦୨୦ ମସିହାର ଅଟେ ଯାହାକୁ ନିକଟରେ ହେଇଥିବା ନିର୍ବାଚନ ପର କିଡେଓ ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “MLA ପଦ ହାରିବା ପରେ ହଟ୍ ପ୍ୟାଣ୍ଟ ପିନ୍ଧି ନାଚୁଛନ୍ତି ଚାହାତ ପାଣ୍ଡେ। ନିର୍ବାଚନ ସମୟରେ ଶାଢୀ ପିନ୍ଧି କ୍ୟାପେନିଙ୍ଗ କରୁଥିବା ପ୍ରାର୍ଥୀ ନିର୍ବାଚନ ସାରିବା ପରେ ଅସଲ ରୂପକୁ ଚାଲି ଆସିଲେ। ଶାଢୀ ଖୋଲି ହଟ୍ ପ୍ୟାଣ୍ଟ ପିନ୍ଧି ବହେ ନାଚିଲେ। ନିର୍ବାଚନ ସାରିବା ପରେ ସେ ନିଜ ଅସଲ ଚରିତ୍ରକୁ ଫେରି ଆସିଛନ୍ତି। ଆମ୍ ଆଦମୀ ପାର୍ଟି ଚାହାତଙ୍କୁ ମଧ୍ୟପ୍ରଦେଶର ଦାମୋହରୁ ବିଧାନ ସଭା ପ୍ରାର୍ଥୀ ଘୋଷଣା କରିଥିଲା।”

Facebook | Archive

ଆମ ଅନୁସନ୍ଧାନ:  

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ଏକ ଫୋଟୋ ୨୩ ନଭେମ୍ବର ୨୦୨୩ ରେ ଏବିପି ର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଚାହାତ ପାଣ୍ଡେ ସିମ୍ବା ସିନେମାର ‘ଓ ଲଡକି ଆଙ୍ଖ ମାରେ’ ଗୀତରେ ନାଚୁଛନ୍ତି। ଚାହାତ ପାଣ୍ଡେ ରାଜନୀତିରେ ଆସିବା ପୂର୍ବରୁ ଅନେକ ସିରିଏଲ୍ ରେ ଅଭିନୟ କରି ସାରିଛନ୍ତି। 

ଆମେ ଏହା ମଧ୍ୟ ଜାଣିଛୁ ଯେ ନିର୍ବାଚନର ଫଳାଫଳ ୩ ଡିସେମ୍ବରରେ ଆସିଥିଲା। ତେଣୁ, ଏହା ସିଦ୍ଧାନ୍ତ ନିଆ ଯାଇପାରେ ଯେ ଚାହାତ ପାଣ୍ଡେଙ୍କର ନାଚୁଥିବା ଭିଡିଓ ନିର୍ବାଚନ ଫଳାଫଳ ବାହାରିବା ପୂର୍ବର ଅଟେ। 

ଏହା ପରେ ଆମେ ଚାହାତ ପାଣ୍ଡେଙ୍କ ସୋସିଆଲ ମିଡିଆ ଏକାଉଣ୍ଟ ସର୍ଚ୍ଚ କରିଲୁ। ଆମକୁ ସମାନ ଭାଇରାଲ ଭିଡିଓ ତାଙ୍କର ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ୧୩ ସେପ୍ଟେମ୍ବର ୨୦୨୦ ରେ ପୋଷ୍ଟ ହେଇଥିବା ମିଳିଲା। ଆପଣ ସେହି ପୋଷ୍ଟ ନିମ୍ନରେ ଦେଖି ପାରିବେ। 

https://www.instagram.com/p/CFFB3BGBjT_/?utm_source=ig_web_copy_link

ଶେଷକଥା: 

ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟରୁ ଏହି ପୁରୁଣା ଭିଡିଓକୁ ସେୟାର କର ଯାଇଛି। ଏହା ୩ ବର୍ଷ ପୁରୁଣା ଭିଡିଓ ଯାହାକୁ ନିର୍ବାଚନରେ ପରାଜୟ ହେବା ପରେ ଚାହାତ ପାଣ୍ଡେ ଡାନ୍ସ କରୁଥିବା ଦାବି ସହିତ ଭାଇରାଲ କର ଯାଉଛି। 

Avatar

Title:କ’ଣ ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ହେବା ପରେ ମଧ୍ୟ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଚାହାତ ପାଣ୍ଡେ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *