କ’ଣ ବିଜେପି ସଦସ୍ୟ ଏବଂ ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Altered Political

କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ହତ୍ୟା ପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି। ଓଟାୱା ସହରରେ ଥିବା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଛି। ଏହାର ଜବାବରେ ଭାରତ ନୂଆଦିଲ୍ଲୀରେ ଅବସ୍ଥିତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା।

ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପରିହାସ କରୁଛନ୍ତି ଯେ ଏହି ଲୋକମାନେ କାନାରା ବ୍ୟାଙ୍କକୁ କାନାଡା ବୋଲି ଭାବୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ ଏଡିଟ୍ କରା ଯାଇଛି।  ପ୍ରକୃତ ଫୋଟୋ 2020 ମସିହା\ର ଅଟେ ଏବଂ ଏହାର ଭାରତ ଏବଂ କାନାଡା ମଧ୍ୟରେ ଚାଲୁଥିବା ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “କାନାଡ଼ା ସରକାରକୁ ବିରୋଧ କରି କାନରା ବ୍ୟାଙ୍କ ସମ୍ମୁଖରେ ଗୋବର ପୋକଙ୍କ ବିକ୍ଷୋଭ

Facebook | Archive

ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତୀ ଆଜାଦ ଏହାକୁ ଟ୍ୱିଟ କରିବା ପରେ ଏହି ଫୋଟୋ ଭାଇରାଲ ହେବାରେ ଲାଗିଲା। ନିମ୍ନରେ ଆପଣ ତାଙ୍କର ଟ୍ୱିଟ୍ ଦେଖିପାରିବେ।

Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୩୦ ଅଗଷ୍ଟ ୨୦୨୦ ମସିହାରେ ଗୋଟିଏ ତାମିଲ ନ୍ଯୁଜ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ଓଟିର ନୀଳଗିରିସ୍ ଅଞ୍ଚଳର ଅଟେ। ସେଠିକାର ମୁନିସିପାଲିଟି ଅଧୀନରେ ଥିବା ଜମିରେ ପାର୍ଟି ପତାକା ଉତ୍ତୋଳନ କରିବା ପାଇଁ ବିଜେପି ଏକ ପୋଲ ଲଗାଇଥିଲା। ଓଟି ସିଟି କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବା ପରେ ମ୍ୟୁନିସିପାଲିଟି କର୍ମଚାରୀମାନେ ବିନା ଅନୁମତିରେ ଲଗାଯାଇଥିବା ସେହି ପୋଲକୁ ଭାଙ୍ଗିଥିଲେ। ଫଳସ୍ୱରୂପ, ବିଜେପି ଦଳର ସଦସ୍ୟମାନେ ଏହି ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିଲେ।

ଉପରୋକ୍ତ ପ୍ଫୋଟୋରେ, ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ କାନାରା ବ୍ୟାଙ୍କର କୌଣସି ହୋର୍ଡିଂ କିମ୍ବା ବୋର୍ଡ ଲାଗି ନାହିଁ। ତେଣୁ, ଏହା ସିଦ୍ଧାନ୍ତ ନିଆଯାଇପାରେ ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରାଯାଇଛି ଏବଂ କାନାରା ବ୍ୟାଙ୍କ ବୋର୍ଡ ପ୍ରକୃତ ଚିତ୍ରରେ ଯୋଡା ଯାଇଛି। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି | ପ୍ରକୃତ ଫୋଟୋରେ କାନାରା ବ୍ୟାଙ୍କ ନଥିଲା। ୨୦୨୦ ମସିହାରେ ମୁନିସିପାଲିଟି ବିଜେପି ପତାକା ଉତ୍ତୋଳନ କରିବା ପାଇଁ ଲଗାଇଥିବା ପୋଲକୁ ଭାଙ୍ଗିଥିବାରୁ ବିଜେପି ସଦସ୍ୟମାନେ ଓଟିରେ ବିରୋଧ କରୁଥିବା ଏକ ଘଟଣାର ପ୍ରକୃତ ଚିତ୍ର।

Avatar

Title:କ’ଣ ବିଜେପି ସଦସ୍ୟ ଏବଂ ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *