
ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିମଧ୍ୟରେ ଜିଲ୍ଲାମାନଙ୍କରେ ହେଇଥିବା ବନ୍ୟା ଏବଂ ଅନ୍ୟ ଜଳପୂର୍ଣ୍ଣ ସ୍ଥିତିର ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କୌଣସି ଆତଙ୍କିତ ଭିଡିଓ ପୋଷ୍ଟ ହେବାମାତ୍ରେ ତାହା ହୁ ହୁ ହୋଇ ଭାଇରାଲ ହେବାରେ ଲାଗେ। ଯାହାକୁ ସୋସିଆଲ ମିଡିଆରୋ ଲୋକ ସତ ବୋଲି ମାନନ୍ତି। ଏପରି ଏକ ଭିଡିଓ ସୋସିଆଲି ମିଡିଆରେ ଭାଇରାଲ ହେବାରେ ଲେଗିଛି। ଯାଜପୁର ଜିଲ୍ଲାରେ ଏକ କୁମ୍ଭୀର ବନ୍ୟା ଜଳରେ ଭାସି ଆସି ଗାଁ ଦାଣ୍ଡରେ ବିଲୁଛି। ଯାହାକୁ ଦେଖି ସ୍ଥାନିୟ ଲୋକ ଭୟଭିତ ହେଉଥିବାର ଦେଖା ଯାଉଛନ୍ତି। ଏହି ଖବରକୁ କେଳବ ସୋସିଆଲ ମିଡିଆରେ ଥିବା ଲୋକମାନେ ସେୟାର କରି ନାହାନ୍ତି , ଏହି ଭିଡିଓ ଓଡ଼ିଶାର ସମସ୍ତ ନ୍ୟୁଜ ଚ୍ୟାନେଲରେ ମଧ୍ୟ ପ୍ରକାଶିତ କରାଯାଇଛି। ଭାଇରାଲ ଭିଡିଓକୁ ନେଇ ଦାବି କରିଯାଇଛି ଯେ, ଯାଜପୁର ଜିଲ୍ଲାର ଦସରଥପୁରର ବ୍ଲକ ସ୍ଥିତ ଦତ୍ତପୁର ଗାଁ ଦାଣ୍ଡରେ ବନ୍ୟାଜଳରେ ଏକ କୁମ୍ଭୀର ଭାସିଆସିଛି। ବୈତରଣୀର ଘାଇ ହେବା ପରେ କୁମ୍ଭୀର ଗାଁ ଦାଣ୍ଡରେ ବୁଲୁଛି।
ଏହି ଭିଡିଓକୁ ଅଲଗା ଅଲଗା ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇଛି। ଏଠାରେ otv ପ୍ରକାଶ କରିଥିବା ଖବରର Archive ଲିଙ୍କ ଦେଖନ୍ତୁ। ତଳେ ଭିଡିଓ ଦେଖନ୍ତୁ।
kanak news ରେ ମଧ୍ୟ ଭାଇରାଲ ଭିଡିଓକୁ ସମାନ ଦାବିରେ ଭାଇରାଲ କରାଯାଇଛି। ଏଠାରେ ଭିଡିଓର archive ଲିଙ୍କ ଦେଖନ୍ତୁ।
ଭାଇରାଲ ଖବର ରାଜ୍ୟର ବଡ଼ ବଡ଼ ନ୍ୟୁଜ ପେଜର ପ୍ରକାଶିତ ମଧ୍ୟ କରାଯାଇଛି।




ଏହି ଭିଡିଓ…କଣ ଯାଜପୁର ଜିଲ୍ଲା ଦତ୍ତପୁର ଗାଁ ଦାଣ୍ଡରେ ବନ୍ୟାଜଳରେ ଏକ କୁମ୍ଭୀର ଭାସିଆସିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ । ଏହା ପରେ ଆମକୁ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଭାଇରାଲ ଭିଡିଓର କିଛି ଲିଙ୍କ ମିଳିଲା। telugu.oneindia ପେଜରେ ଆମକୁ ଭାଇରାଲ ଭିଡିଓ ମିଳିଲା। ଯାହାକି 18 ସେପ୍ଚେମ୍ବର 2019ରେ ପ୍ରକାଶିତ କରାଯାଇଥିଲା। ଭାଇରାଲ ଭିଡିଓ ବର୍ତ୍ତମାନ ଓଡ଼ିଶାରେ ହେଉଥିବା ବନ୍ୟାର ନୁହେଁ। ଭାଇରଲା ଭିଡିଓ ଆନ୍ଧ୍ରପ୍ରଦେଶର ଅଟେ। ତଳେ ଭିଡିଓର ଆରକାଇଭ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଅଧିକ ସୂଚନା ପାଇଁ ଆମେ ଅଧିର ଅନୁସନ୍ଧାନ କରିଲୁ। The times of india ରେ ଆମେ ସମ୍ପୁର୍ଣ୍ଣ ଭିଡିଓ ପ୍ରକାଶିତ ହୋଇଥିବାର ପାଇଲୁ। ଚ୍ୟାନେଲ ଅନୁସାରେ 5 ଅଗଷ୍ଟ 2019ରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବା ପରେ (Vadodara’s housing complexes) ବଡୋଦରା ହାଉସିଙ୍ଗ କମ୍ପ୍ଲେକ୍ସରେ ଏକ କୁମ୍ଭୀର ପଶିଯାଇଛି। ଗତ ସପ୍ତାହରେ ଜଳ ପୂର୍ଣ୍ଣ ସ୍ଥିତି କାରଣରୁ 10 ଫୁଟ ଲମ୍ବର କୁମ୍ଭୀର ବଡୋଦରା ହାଉସିଙ୍ଗ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା। ଏହା ନୂଆ ନୁହେଁ ଏହି ଘଟଣା ଅନେକଥର ହୋଉଥିବାର ଦେଖିବାକୁ ମିଳିଥାଏ। ଲାଲବାଗ ହ୍ରଦରେ ଜଳ ସ୍ତର ବଢ଼ିବା ସହିତ କୁମ୍ଭୀରମାନେ ଭାସି ଆସି ନିକଟରେ ଥିବା ହାଉସିଂ ସୋସାଇଟିରେ ପ୍ରବେଶ କରନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଏହି ସମ୍ପର୍କରେ ଯାଜପୁର ରୋଡ ଫରେଷ୍ଟ ରେଞ୍ଜର ଅଫିସରଙ୍କୁ ପଚାରି ବୁଝିଥିଲୁ । ତେବେ ଭିଡିଓ ପଛର କୌଣସି ସତ୍ୟତା ନଥିବା ସେ କହିଛନ୍ତି । ଏହା ସହ ତାଙ୍କର ଏକ ଭିଡିଓ ମଧ୍ୟ ପ୍ରକାଶିତ ହୋଇଥିବାର ପାଇଲୁ, ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଭିଡିଓ କୌଣସି ଦୁର୍ବୃତ୍ତ ଚକ୍ରାନ୍ତ କରି ଭାଇରାଲ କରିଥିବାର ସେ କହିଛନ୍ତି । ଫରେଷ୍ଟ ରେଞ୍ଜର ଅଫିସର ଦେବେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି ଦୁତ୍ତପୁର ଆଖାପାଖ ଅଞ୍ଚଳର କୌଣସି ଗାଁରେ ଏମିତି କୁମ୍ଭୀର ଦେଖାଯାଇଥିବା ଖବର ତାଙ୍କ ପାଖରେ ନାହିଁ । ଏଥିପାଇଁ କୌଣସି ଭୟବତ ନହେବା ପାଇଁ ସେ କହିଛନ୍ତି ଏବଂ ସୋସିଆଲ ମିଡିଆ ଭାଇରାଲ ଭିଡିଓକୁ ଭିତ୍ତ କରି ଖବର ପ୍ରସାରଣ ନ କରିବାକୁ ସେ ଅନୁରୋଧ କରିଛନ୍ତି । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ଓଡ଼ିଶା ଯାଜପୁର ଜିଲ୍ଲାର ନୁହେଁ। ଭାଇରାଲ ଭିଡିଓ 2019ର ଅଟେ। ଏହା ବଡୋଦରା ହାଉସିଙ୍ଗ କମ୍ପ୍ଲେକ୍ସର ଭିଡିଓ ଅଟେ। ଫରେଷ୍ଟ ରେଞ୍ଜର ଅଫିସର ଦେବେନ୍ଦ୍ର କୁମାର ପଟ୍ଟନାୟକ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯାଜପୁର ଜିଲ୍ଲା ଦୁତ୍ତପୁର ଆଖାପାଖ ଅଞ୍ଚଳର କୌଣସି ଗାଁରେ ଏମିତି କୁମ୍ଭୀର ଦେଖାଯାଇ ନାହିଁ।

Title:ଅନ୍ୟ ରାଜ୍ୟର ପୁରୁଣା ଭିଡିଓକୁ ଓଡ଼ିଶାର ଯାଜପୁର ଜିଲ୍ଲା ଗାଁ ଦାଣ୍ଡରେ କୁମ୍ଭୀର ଆତଙ୍କ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False