କୋଲକତାର ରେଳ ଟ୍ରାକର ଭିଡିଓ ଓଡ଼ିଶାରେ ରେଲୱେ କବଜା ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ରେଳ ଜମି ଏନକାଉଣ୍ଟର ସମ୍ପର୍କରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକମାନେ ବେଆଇନ ଭାବେ ରେଳ ଟ୍ରାକ୍ ଦଖଲ କରୁଥିବା ଦେଖିବାକୁ ମିଳୁଛି। ଲୋକମାନେ ପୋଷାକ ଶୁଖାଇବା ଏବଂ ଟ୍ରାକରେ ପନିପରିବା ବିକ୍ରି କରୁଥିବା ଦେଖାଯାଉଛନ୍ତି। ଲୋକମାନେ ସେମାନଙ୍କର ରୋଷେଇ ଘର, ବାଥରୁମ ଏବଂ ଖେଳ ପଡିଆ ରେଳ ଟ୍ରାକ୍ ଉପରେ ତିଆରି କରିଛନ୍ତି।  ଏହି ଭିଡିଓ ଓଡ଼ିଶାର ବୋଲି ଦାବି କରାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଓଡ଼ିଶାର ରେଳ ଟ୍ରାକର ଏହି ଦୃଶ୍ୟ। ଯେଉଁଠାରେ ବାଙ୍ଗଲାଦେଶିମାନେ ଆସି କବଜା କରିଛନ୍ତି। 

Asok Rout ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖ୍ଛନ୍ତି ଯେ, ଦିଲ୍ଲୀ, କଲିକତା, ମୁମ୍ବାଇ ନୁହେଁ ସାରା ଦେଶର ରେଲୱେ ଜମି କବଜା କରିଛନ୍ତି ଅବୈଧ ବାଂଲାଦେଶୀ । ଏମାନଙ୍କ ପାଇଁ ଆମ ଦେଶର ନେତାଗଣ ଚୁପ । ଯେମିତି ଓଡ଼ିଶାର କୋଷ୍ଟାଲ ଏରିଆ ଏବେ ଅବୈଧ ବାଂଲାଦେଶୀ ଙ୍କ ଚରାଭୂଇଁ । କହିବା କାହାକୁ ଶୁଣିବ କିଏ ? ଆମ ଦେଶର ନେତାମାନେ ତ ଭୋଟ ପାଇଲେ ସବୁ କରିବା ପାଇଁ ପ୍ରସ୍ତୁତ ଆଉ ଆମର ଏଠି ଭୋଟର ମାଗଣା ପାଇଲେ ଲାଡେନ କୁ ବି ଭୋଟ ଦେବାକୁ ଧାଡି ଲଗାଇଦେବେ। 

ଫେସବୁକଆର୍କାଇଭ 

ଅନୁସନ୍ଧାନ-

ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭିଡିଓର କିଛି ଫୋଟୋକୁ ଗୁଗଲରେ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭିଡିଓ ସୁକାମାଲ ଚକ୍ରବର୍ତ୍ତୀ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। 

ଚ୍ୟାନେଲରେ ଭାଇରାଲ ଭିଡିଓ 6 ବର୍ଷ ପୂର୍ବରୁ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। 

ଚ୍ୟାନେଲ ଅନୁଯାୟୀ ଏହି ଭିଡିଓ କୋଲକାତାରୁ ଆସିଛି। ଯେଉଁଠାରେ ଲୋକମାନେ ବେଆଇନ ଭାବେ ରେଳ ଟ୍ରାକ୍ ଦଖଲ କରିଛନ୍ତି। ଲୋକମାନେ ସେମାନଙ୍କର ବାଥରୁମ, ରୋଷେଇ ଘର, କ୍ଲବ ଏବଂ ଖେଳ ପଡିଆକୁ ରେଳ ଟ୍ରାକ୍ କରିଥିଲେ।

ନିମ୍ନରେ ୟୁଟ୍ୟୁବ ଚ୍ୟାନେଲର ସମ୍ପୁର୍ଣ୍ଣ ଭିଡିଓ ଦେଖନ୍ତୁ। 

ଏହାକୁ ନେଇ ଆମେ ସୁକାମାଲ ଚକ୍ରବର୍ତ୍ତୀ ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କଲେ ଯେ, ଭାଇରାଲ ଭିଡିଓ କୋଲକାତାର ଅଟେ। 6ବର୍ଷ ପୂର୍ବରୁ ସେ ବାଲିଗଞ୍ଜରୁ ବଜବଜ ଟ୍ରେନରେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ ଏବଂ ଏହାକୁ ରେକର୍ଡ କରିଥେଲ। ବାଲିଗଞ୍ଜ ଷ୍ଟେସନର ଟିକେ ଆଗକୁ ଗଲେ ଡାହାଣ ପାର୍ଶ୍ୱରେ ଦେଖିବାକୁ ମିଳିବ। 

ଏହା ଛଡ଼ା ଭିଡିଓକୁ ଭଲରେ ଦିଖବାପରେ ଭିଡିଓରେ କିଛି ଜାଗାରେ କୋଲକତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀର ପୋଷ୍ଟର ଦେଖବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଓଡ଼ିଶାର ନୁହଁ ବରଂ କୋଲକତାର ।

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରେଳ ଟ୍ରାକ ଉପରେ ଲୋକଙ୍କର କବଜା କରିବାର ଏହି ଭିଡିଓ ଓଡ଼ିଶାର ନୁହେଁ ବରଂ କୋଲକତାର ଅଟେ। 

Avatar

Title:କୋଲକତାର ରେଳ ଟ୍ରାକର ଭିଡିଓ ଓଡ଼ିଶାରେ ରେଲୱେ କବଜା ଦାବିରେ ଭାଇରାଲ କରାଯାଉଛି।

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *