
ଏକ ଚପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର କୁନୁରରେ ଘଟିଥିବା ସାଂଘାତିକ ଦୁର୍ଘଟଣାରେ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀ ସହ ଅନ୍ୟ 11 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିଛି ସମୟ ପରେ, ଏକ ପାହାଡ ଅଞ୍ଚଳରେ ଥିବା ଜଙ୍ଗଲ ମଝିରେ ଏକ ଚପର କ୍ରାସ୍ ଅବତରଣ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ସିଡିଏସ୍ ରାୱତଙ୍କ ମୃତ୍ୟୁ ଘଟଣା ଦାବି ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
sharechat, Sharechat ରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ବିପିନ ରାୱତଙ୍କ ଚପର ଦୁର୍ଘଟଣାର ଦୃର୍ଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। EastMojo ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 18 ନଭେମ୍ବର 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ନଭେମ୍ବର 18 ରେ ଏକ IAF Mi-17 ହେଲିକପ୍ଟର ପୂର୍ବ ଅରୁଣାଚଳ ପ୍ରଦେଶରେ ଦୁଇ ପାଇଲଟ୍ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହାପରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଅଧିକ ସର୍ଚ୍ଚ କରିଲୁ। ଏହି ଖବର ANI ପେଜରେ ମଧ୍ୟ ଟ୍ୱିଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ଭାରତୀୟ ବାୟୁସେନା ମି -17 ହେଲିକପ୍ଟରର # ୱାଚ୍ ଭିଡିଓ ଯାହା ପୂର୍ବ ଅରୁଣାଚଳ ପ୍ରଦେଶର ଏକ ହେଲିପ୍ୟାଡ ନିକଟରେ ଅବତରଣ କରିଛି ଆଜି ଦୁଇଜଣ ପାଇଲଟ୍ ଏବଂ ତିନିଜଣ କ୍ରୁ ସଦସ୍ୟଙ୍କ ସହ। ସାମାନ୍ୟ ଆଘାତ ସହିତ ସମସ୍ତେ ସୁରକ୍ଷିତ ଅଛନ୍ତି। ଏହି ଖବର 18 ନଭେମ୍ବର 2021ରେ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ପୁରୁଣା ଭିଡିଓକୁ ବିପିନ ରାୱତଙ୍କ ଚପର ଦୁର୍ଘଟଣାର ଦୃର୍ଶ୍ୟ ଦାବିରେ ଭାଇରାଲ ହେଉଛି।

Title:Mi-17 କ୍ରାସ୍-ଲ୍ୟାଣ୍ଡର ଚପର ଦୁର୍ଘଟଣା ପୁରୁଣା ଭିଡିଓକୁ CDS ରାୱତଙ୍କ ଚପର ଦୁର୍ଘଟଣା ଦୃଶ୍ୟ ଦାବିରେ ଭାଇରାଲ ।
Fact Check By: Saritadevi SamalResult: False
