
ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।
ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଝାଡ଼ଖଣ୍ଡ ରାଜ୍ୟରେ ଘଟିଥିବା ଗୋଟିଏ ପୁରୁଣା ଘଟଣା ଅଟେ ଯାହାକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆମ ରାଜ୍ୟ ସରକାରଙ୍କର ନାରୀ ପ୍ରତି ଏଟା ସମ୍ମାନ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୫ ସେପ୍ଟେମ୍ବର ୨୦୧୯ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଝାଡ଼ଖଣ୍ଡର ଅଟେ। ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ଦରମା ବୃଦ୍ଧି କରିବା ଦାବି ସହିତ ରାସ୍ତାଟରେ ବିରୋଧ ପ୍ରଦର୍ଶନ କରିଥିଲେ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଦରମା ବଢାଇବାର ପ୍ରତିଶ୍ରୁତି ଦେଇଥିଲେ ଯାହା ୧ ଅକ୍ଟୋବର ୨୦୧୮ ରୁ ଲାଗୁ ହେବାର ଥିଲା। କିନ୍ତୁ ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାଙ୍କୁ ସଠିକ ଦରମା ମିଳିନଥିବାରୁ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ।

୨୦୧୯ ମସିହାର ନେସନାଲ୍ ହେରାଲ୍ଡ ୱେବସାଇଟରେ ପ୍ରକାଶିତ ହେଇଥିବା ରିପୋର୍ଟ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୧୯ ରେ ଝାଡ଼ଖଣ୍ଡ ପୋଲିସ ଆଙ୍ଗନବାଡ଼ି ମହିଳାଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ଦାବି ନେଇ ଅନସନ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ଘଟଣା ତାଙ୍କର ବିରୋଧ ପ୍ରଦର୍ଶନର ୪୦ ତମ ଦିନ ଘଟିଥିଲା।
ଆଙ୍ଗନବାଡ଼ି ମହିଳା ମାନେ ଦାବି କରିଥିଲେ ଯେ ତାଙ୍କ ସରକାରୀ କାର୍ଯ୍ୟକର୍ତ୍ତାର ମାନ୍ୟତା ଦିଆ ଯାଉ, କାର୍ଯ୍ୟକଳାପ ଅବସର ୬୦ ବର୍ଷରୁ ବୃଦ୍ଧି କରି ୬୫ ବର୍ଷ ହେଉ, ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ପ୍ରଦାନ କରୁଥିବାବେଳେ ଏକ ଉଚ୍ଚ ବୟସ ସୀମା ଅଭ୍ୟାସ ଶେଷ ହେଉ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ୨୦୧୯ ରେ ଝାଡ଼ଖଣ୍ଡ ରେ ଘଟିଥିବା ଏକ ଘଟଣା ଅଟେ। ଏହି ଘଟଣାରେ ଝାଡ଼ଖଣ୍ଡ ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ଆଙ୍ଗନବାଡ଼ି ମହିଳା ମାନଙ୍କୁ ମାରୁଛନ୍ତି।

Title:କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
