କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା? ଜାଣନ୍ତୁ ସତ୍ୟ।

False Social
image.jpg

Photo Credit : OTv

ଦେଶରେ କୋରୋନା ସମସ୍ୟା ମୁକାବିଲା କରିବା ସମୟରେ ଆହୁରି ଗୋଟିଏ ସମସ୍ୟା ସାମନା କୁ ଆସିଛି ଯେଉଁଟା ସାଧାରଣ ଲୋକଙ୍କ ଜୀବନ କୁ ପ୍ରଭାବ ପକାଉଚି। ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ ଦର ବଢି ଥିବା ରୁ ଲୋକଙ୍କ ମନରେ ହୀନତା ଓ କ୍ରୋଧ ଦେଖିବା କୁ ମିଳିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୨୫ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜର୍ରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ଆମକୁ ଦେଖିବା କୁ ମିଳିଛି ଯେ ବହୁତ ସଂଖ୍ୟାରେ ଲୋକ ମାନେ ଗୋଟିଏ ପେଟ୍ରୋଲ ପମ୍ପ ଭିତରେ ପଶି ଭଙ୍ଗା ରୁଜା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ କିଛି ଲୋକଙ୍କୁ ଅଟକାଇବାର ଦେଖିବା କୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ତାଲାବନ୍ଦ ସମୟରେ ସବୁଆଡ଼ୁ ଦର ବୃଦ୍ଧି ହେଇ ଥିବା ରୁ ଜନତା ଅତିଶୟ  ହେଇ ଯାଇଛନ୍ତି। ମଧ୍ୟବତୀ ଏବଂ ଗରିବ ଲୋକଙ୍କ ବଞ୍ଚିବା ମୁସ୍କିଲ ହେଇ ଯାଇଛି। 

https://www.facebook.com/sanjib.dhal/videos/2733645360074166/

Archive 

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଘଟଣା ବିଷୟ ରେ ସତ୍ୟ ଜଣା ପଡ଼ିଲା। ୨୯ ସେପ୍ଟେମ୍ବର ୨୦୧୮ ମସିହାରେ କନକ ନ୍ୟୁଜ ନିଜ ୟୁଟ୍ୟୁବ ଛେନାଲ ରେ ଗୋଟିଏ ଭିଡିଓ ପ୍ରସାରିତ କରି କହିଛି ଯେ ନିମ୍ନ ରୁଣ ପେଟ୍ରୋଲ ଦେଉଥିବା ରୁ ସ୍ଥାନୀୟ ଲୋକେ ପେଟ୍ରୋଲ ପମ୍ପ ରେ ଭଙ୍ଗା ରୁଜା କରିଛନ୍ତି। ପେଟ୍ରୋଲ ପମ୍ପ ରେ ଥିବା ଟାଙ୍କି, ଗାଡ଼ୀ ଇତିଯାଡି ଭାଙ୍ଗି ଛନ୍ତି। ଏହି ସମୟରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଲାଠି ଚାର୍ଜ କରିଛି। ଲୋକଙ୍କ ଉପରେ ଲାଠି ମାର କରିବା ସହିତ ସେଠାରେ ଖବର ସଂଗ୍ରହ ପାଇଁ ଆସିଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଲାଠି ମାର କରିଛି। ପୋଲିସ ମାଡ଼ ରୁ ୪ ଜଣ ସାମ୍ବାଦିକ ମଧ୍ୟ ଆହତ ହେଇଛନ୍ତି। ପୋଲିସ ବ୍ୟବହାର ଦେଖି ସ୍ଥାନୀୟ ଲୋକେ ମେଡିକାଲ ଛକରେ ରାସ୍ତା ରୋକ କରି କୁମ୍ଭାର ପଡ଼ା ପୋଲିସ ଏବଂ ଏସ.ପି କୁ ନିଳମ୍ବନ କରିବା ଦାବି କରିଛନ୍ତି। ଏସ.ପି ଘଟଣା ସ୍ଥଳ ରେ ପହଞ୍ଚି ଲୋକଙ୍କୁ ବୁଝା ରୁଜା କରିଥିଲେ। ଏହା ପୁରୀ ବଡ଼ ଦାନ୍ଡ ଗ୍ରାଣ୍ଡ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପ ର ଘଟଣା ଅଟେ। ୧୦ ଦିନ ପୂର୍ବରୁ ମଧ୍ୟ ଏହି ଟାଙ୍କି କୁ ସିଲ କରା ଯାଇ ଥିଲା। ୩ ଦିନ ପୂର୍ବରୁ ଏହି ଟାଙ୍କି କୁ ଖୋଲିବା ଅନୁମତି ଦିଆ ଯାଇଥିଲା। କାଲୀ ରାତି କିଛି ଯୁବକ ତେଲ ପକାଇ ଥିଲେ ଏବଂ ୫୦୦ ଟଙ୍କା ତେଲ ଜାଗା ରେ ମାତ୍ର ୩୫୦ ଟଙ୍କା ତେଲ ମିଳିଥିବାର ଦାବି କରି ଥିଲେ। ଏହା କୁ ନେଇ ଯୁକ୍ତି ତର୍କ ହେଇଥିଲା ଓ ଭଙ୍ଗା ରୁଜା ଆରମ୍ଭ ହେଇଥିଲା। 

ଏହା ପରେ ଆମେ ଗୁଗୁଲ ରେ ଯାଇ ଏହି ବିଷୟରେ ମୁଖ୍ୟ ଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଓଟିଭି ଦ୍ଵାରା ପ୍ରକାଶିତ ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ଶୁକ୍ରବାର ରାତି ପୁରୀ ରେ କିଛି ସ୍ଥାନୀୟ ଲୋକ ମେଡିକାଲ ଷ୍ଟେସନରେ ଥିବା ପେଟ୍ରୋଲ ପମ୍ପରେ ଭଙ୍ଗା ରୁଜା କରିଥିବା ରୁ ପୋଲିସ ଲାଠି ଚାର୍ଜ କରିଥିଲା। ରିପୋର୍ଟ ଅନୁଯାୟୀ ଜଣେ ଗ୍ରାହକ ବୋତଲ ରେ ପେଟ୍ରୋଲ ଭରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ସେହି ବୋତଲରେ ମାତ୍ର ୬୫୦ ଏମ.ଏଲ ପେଟ୍ରୋଲ ଆସିଲା। ଏହି କଥା ନେଇ ଯୁକ୍ତି ତର୍କ ଆରମ୍ଭ ହେଇଥିବା ରୁ ସେଠାରେ ଉପସ୍ଥିତ ଅନ୍ୟ ଲୋକ ମାନେ ମଧ୍ୟ ଏହି ଯୁକ୍ତି ରେ ଯୋଗ ଦେଇ ଥିଲେ ଏବଂ ଭଙ୍ଗା ରୁଜା ଆରମ୍ଭ କରି ଥିଲେ। କୁମ୍ଭପଡ଼ା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ମାମଲା ଶାନ୍ତି କରିବା ଚେଷ୍ଟା କରୁ ଥିବା ବେଳେ କିଚୋ ଲୋକେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରି ଦେଇ ଥିଲେ। ଏହା ପରେ ପୋଲିସ ଲାଠି ଚାର୍ଜ କରିବା ଆରମ୍ଭ କରି ଦେଇ ଥିଲେ। ବହୁତ ଲୋକେ ଏହି ଲାଠି ଚାର୍ଜ ରେ ଆହତ ହେଇ ଥିଲେ। କିଛି ସମବାଦକ ସେହି ଘଟଣା ଖବର ସଂଗ୍ରହ କରୁ ଥିଲା ବେଳେ ଆହତ ହେଇଛନ୍ତି। ଜଣେ ସମ୍ବାଦକଙ୍କ କହିବା ଅନୁଯାୟୀ ପୋଲିସ କୁ  ନିଜ ଆଇ.କାର୍ଡ଼ ଦେଖାଇଲା ପରେ ମଧ୍ୟ ପୋଲିସ ତାଙ୍କ ଉପରେ ଲାଠି ମାଡ଼ କରିଲେ। 

OTV.jpg

OTV | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାର ଅଟେ। ପୁରୀ ରେ ଘଟିଥିବା ଏହି ପୁରୁଣା ଭିଡିଓ ର ତାଲାବନ୍ଦ ବା ପେଟ୍ରୋଲ ଦର ଅଧିକ ହେବା ସହିତ କୌଣସି ସମ୍ବନ୍ଧ ନାହିଁ। ନିମ୍ନ ମାତ୍ରା ରେ ପେଟ୍ରୋଲ ଦେଉଥବା ରୁ ସ୍ଥାନୀୟ ଲୋକେ ଏହି ପେଟ୍ରୋଲ ପମ୍ପରେ ଭଙ୍ଗା ରୁଜା କରି ଥିଲେ।

Avatar

Title:କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *