
ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , ସେ ବିହାର ନିର୍ବାଚନ ପରେ ମନାଲି ରେ ଖୁବ ମଦପିଇ ଉପଭୋଗ କରିବେ।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଭକ୍ତଙ୍କ ରାଣୀ (ଶୀତଦିନେ) ଅର୍ଥାତ ବିହାର ନିର୍ବାଚନ ପରେ ମନାଲି ରେ ଖୁବ ମଦପିଇ ଉପଭୋଗ କରିବେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 180ଥର ସେୟାର କରାଯାବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ । ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Home Bollywud ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଖବର ଅନୁସାରେ ଭାଇରାଲ ଭିଡିଓ 3 ମାର୍ଚ୍ଚ 2019ର ଅଟେ। ରାଣୀ ଲକ୍ଷ୍ମିବାଇ ଫିଲ୍ମ ପ୍ରୋମୋଶନ ସମୟରେ ଏକ ସାମ୍ବାଦିକ ସମ୍ମିଳନିର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Home Bollywud
ଏହା ପରେ ଆମେ ଭିଡିଓକୁ ପୁରା ଶୁଣିଲୁ। ଯେଉଁଥିରେ 10.18ରେ ଜଣେ ପତ୍ରକାର କଙ୍ଗନାକୁ ପଚାରୁଛନ୍ତି ତମ ଜନ୍ମ ଦିନକୁ ଆଉ 20 ଦିନ ରହିଲା, କଣ ପ୍ଲାନିଙ୍ଗ ଅଛି। ଏହାର ଉତ୍ତରରେ କଙ୍ଗନା ରଣାୱତ କହୁଛନ୍ତି, ଜଲଦି ସବୁକିଛି ଠିକ୍ ହେଇଯାଉ ଆମେ ମନାଲିରେ ମଦ ପିଇ ମସ୍ତି କରିବୁ। କଙ୍ଗନା ରଣାୱତ ବିହାର ନିର୍ବାଚନ କିମ୍ବା କୌଣସି ସରକାର ସମର୍ଥନ କରି ନାହାନ୍ତି। ଭାଇରାଲ ଭଇଡିଓ କ୍ରପ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
କଙ୍ଗନାଙ୍କ ନାମରେ ସୋସିଆଲ ମିଡିଆରେ ଏପରି ଅନେକ ଫେକ୍ ଖବର ଭାଇରାଲ ହେବାରେ ଲିଗିଛି। ଏଠାରେ ଅନୁସନ୍ଧାନ ପଢ଼ନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିନାହାନ୍ତି। ଭାଇରାଲ ଭିଡିଓ 2019 ମାର୍ଚ୍ଚର ଅଟେ। ସେ ତାଙ୍କ ଜନ୍ମ ଦିନରେ ମନାଲି ଜିବାକଥା କହିଛନ୍ତି। କୌଣସି ବିହାର ନିର୍ବାଚନ କଥା ସେ କହି ନାହାନ୍ତି।

Title:କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?
Fact Check By: Saritadevi SamalResult: False