ଏକ ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ କୁ ପାକିସ୍ତାନ ପୋଲିସ ଭାରତ ଗୁପ୍ତଚରଙ୍କୁ ଖୋଜୁଥିବା ଦାବି ସହିତ ସେୟାର କରା ଯାଉଛି। 

Misleading Social

ରାସ୍ତା କଡ଼ରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଧିକାରୀମାନେ ଯାଞ୍ଚ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବଲିଉଡ୍ ଚଳଚ୍ଚିତ୍ର ଧୁରନ୍ଧର ୨ ରିଲିଜ୍ ହେବା ପରେ ପାକିସ୍ତାନରେ ଅଧିକାରୀ ଏବଂ ବାସିନ୍ଦାମାନେ ଭାରତୀୟ ଗୁପ୍ତଚରମାନଙ୍କୁ ଖୋଜୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାର ବୋଲି ଜାଣିବାକୁ ପାଇଲା। ଏକ ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ କୁ ପାକିସ୍ତାନ ପୋଲିସ ଭାରତ ଗୁପ୍ତଚରଙ୍କୁ ଖୋଜୁଥିବା ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେଯାର କରି ଜଣେ ୟୁଜର ଲେଖିଛନ୍ତି, “ଧୁରନ୍ଧର ଫିଲ୍ମ ପରେ ପାକିସ୍ତାନ ପୋଲିସ ଭାରତୀୟ ସ୍ପାଏ ଖୋଜିବାରେ ବ୍ୟସ୍ତ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୬ ଡିସେମ୍ବର ୨୦୨୫ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଧୁରନ୍ଧର ୨ ସିନେମା ରିଲିଜ୍ ହେବା ପୂର୍ବରୁ ଏହି ଭିଡିଓ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। 

ଆମେ ତାଙ୍କ ଇଂଷ୍ଟାଗ୍ରାମ୍ ପେଜ ସମୀକ୍ଷା କଲୁ ଏବଂ ଜାଣିଲୁ ଯେ ୟୁଜର ବାରମ୍ବାର ସେହି ସମାନ ଦାଢ଼ିବାଲା ବ୍ୟକ୍ତିଙ୍କ ଭିଡିଓ ପୋଷ୍ଟ କରିଛନ୍ତି, ଯିଏ ଲୋକଙ୍କୁ ଯାଞ୍ଚ କରୁଥିବା କରୁଥିବାର ଦେଖାଯାଉଛି। ଏହି ପୋଷ୍ଟଗୁଡ଼ିକ ସହିତ କୁହା ଯାଇଛି ଯେ ଭିଡିଓ ଗୁଡ଼ିକ ପାକିସ୍ତାନର କରାଚୀ ଏବଂ ହାଇଦ୍ରାବାଦ ଭଳି ସ୍ଥାନରେ ସୁଟିଂ କରାଯାଇଥିଲା।

ପାକିସ୍ତାନ ଅବଜରଭର ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଉକ୍ତ ବ୍ୟକ୍ତିଙ୍କୁ ୟୁନୁସ୍ ଅମିନ୍ ନାମକ ଜଣେ ବ୍ୟକ୍ତି ବୋଲି ଚିହ୍ନଟ କରାଯାଇଛି, ଯିଏ “ଗ୍ରାଣ୍ଡ ଅପରେସନ” ପଛରେ ଅଛନ୍ତି। ସେ ସ୍ଥାନୀୟ ପୋଲିସ ସହିତ ମିଶି ନିଶାକାରୀଙ୍କୁ ଧରିବା ଏବଂ ପରେ ସେମାନଙ୍କୁ ପୁନର୍ବାସ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ କରନ୍ତି।

ଅଧିକ ତଦନ୍ତରୁ ଜଣାପଡିଛି ଯେ ୟୁନୁସ୍ ଅମିନ୍ ଆଣ୍ଟି-ନାର୍କୋଟିକ୍ସ ଏବଂ କ୍ରାଇମ୍ କଣ୍ଟ୍ରୋଲ୍ ନାମକ ଏକ ସଂଗଠନ ଚଳାଉଛନ୍ତି ଏବଂ ଅତି କମରେ ୨୦୨୩ ମସିହାରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏପରି କାର୍ଯ୍ୟ କରିଆସୁଛନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏକ ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ କୁ ପାକିସ୍ତାନ ପୋଲିସ ଭାରତ ଗୁପ୍ତଚରଙ୍କୁ ଖୋଜୁଥିବା ଦାବି ସହିତ ସେୟାର କରା ଯାଉଛି। 

Result Stamp

Title: ଏକ ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ କୁ ପାକିସ୍ତାନ ପୋଲିସ ଭାରତ ଗୁପ୍ତଚରଙ୍କୁ ଖୋଜୁଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *