ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଓମଫେଡ କ୍ଷୀର ନିଜର ପ୍ୟାକେଟ୍ ରଙ୍ଗ ବଦଳେଇଛି କି? 

False Political

ଓଡ଼ିଶାରେ ପ୍ରଥମ ଥର ବିଜେପି ଶକରକାର ଗଠନ ହେବା ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଲକ୍ଷ୍ମୀ ବସ୍ ଯୋଜନା ଯାହା ନବୀନ ସରକାର ଆରମ୍ଭ କରିଥିଲା, ସେହି ବସ୍ ଗୁଡ଼ୀକର ରଙ୍ଗରେ ପରିବର୍ତ୍ତନ ହେଇଛି। ସବୁଜ ରଙ୍ଗ ବସ୍ ଗୁଡ଼ିକୁ ବିଜେପି ସରକାର ରଙ୍ଗ ବଦଳାଇ ଗେରୁଆ କରିଛି ବୋଲି ଖବର ସାମନା କୁ ଆସିଛି

ଏପରି ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓମଫେଡ କ୍ଷୀର ମଧ୍ୟ ତାହାର ପ୍ଯାକେଟ୍ ର ରଙ୍ଗ ଗେରୁଆ କରିଛି। ଲୋକେ ବିଜେପି ସରକାର ଉପରେ ଅଭିଯୋଗ ଆଣି ଏହାକୁ ରଙ୍ଗବଜାର ସରକାର ବୋଲି କହୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଓମଫେଡ କ୍ଷୀର ପ୍ୟାକେଟ୍ ର ରଙ୍ଗ ପରିବର୍ତ୍ତନ କରି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ଓମଫେଡର ଏକ ନୂତନ ଉତ୍ପାଦନର ଫୋଟୋ ଅଟେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ କ୍ଷୀର ପ୍ଯାକେଟର ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ପ୍ଯାକେଟରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ଏହା ବିକ୍ରୟ ପାଇଁ ନୁହେଁ, ଏହା ଏକ ସେମ୍ପଲ କ୍ଷୀର ପ୍ଯାକେଟ। ନିମ୍ନରେ ଆପଣ ମାନେ ଫୋଟୋ ଦେଖି ପାରିବେ। 

ଅଧିକ ସର୍ଚ୍ଚ ପରେ ଆମକୁ ଏକ ଟୁଇଟ ମିଳିଲା ଯେଉଁଥିରେ ଜଣେ ଉପଭୋକ୍ତା ସମାନ ଦାବି କରିଥିଲେ। ଏହା ଉତ୍ତରରେ ଓମଫେଡ ଲେଖିଛି, “ଏହା ଏକ ନୂତନ ଉତ୍ପାଦନ ଯେଉଁଟା ମାର୍କେଟରେ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ମାର୍କେଟରେ ଏହି ଉତ୍ପାଦନର ପରୀକ୍ଷା ଚାଲିଛି। କ୍ଷୀର ଏବଂ ଅନ୍ୟ ଉତ୍ପାଦନ ସମାନ ରଙ୍ଗ ସହିତ ମାର୍କେଟରେ ଉପଲବ୍ଧ ଅଛି। ଓମଫେଡର ମୂଳ ରଙ୍ଗ (ନୀଳ ଏବଂ ଗୋଲାପି ରଙ୍ଗ) ରେ କୌଣସି ପରିବର୍ତ୍ତନ ହେବ ନାହିଁ।

୨୨ ଜୁଲାଇରେ ଓମଫେଡ ଏକ ବିଜ୍ଞାପନ ଟୁଇଟ କରିଥିଲା ଯେଉଁଥିରେ କମ୍ପାନୀର ମୂଳ ରଙ୍ଗ ଦେଖିବାକୁ ମିଳିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଓମଫେଡ କ୍ଷୀର ପ୍ଯାକେଟର ରଙ୍ଗ ପରିବର୍ତ୍ତନ କରି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ଓମଫେଡର ଏକ ନୂତନ ଉତ୍ପାଦନର ଅଟେ ଯାହା ଶୀଘ୍ର ମାର୍କେଟରେ ଲଞ୍ଚ ହେବାକୁ ଯାଉଛି। 

Avatar

Title:ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଓମଫେଡ କ୍ଷୀର ନିଜର ପ୍ୟାକେଟ୍ ରଙ୍ଗ ବଦଳେଇଛି କି?

Fact Check By: Siddhartyh Sahu 

Result: False

Leave a Reply

Your email address will not be published. Required fields are marked *