
ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ସାଉଦି ଆରବରୁ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଯାଉଛି ବୋଲି ଦର୍ଶାଯାଇଛି। COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ବର୍ତ୍ତମାନ ମେଡିକାଲରେ ଅମ୍ଳଜାନ ଆବଶ୍ୟକତାକୁ ନେଇ ଏହି ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
27 ଏପ୍ରିଲରେ Paewez Alam Khan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଟ୍ରେନ ସାହାର୍ଯ୍ୟରେ ଅମ୍ଳଜାନ ପଠାଯାଉଥିବାର ଦୃଶ୍ୟ ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ସାଉଦି ଆରବ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 103ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇ ଏବଂ କମେଣ୍ଚ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓ ସାଉଦି ଆରବ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଇଥିବାର ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Hindustan Timesରେ ଭାଇରାଲ ଭିଡିଓ ମିଳିଲା, ଯାହାକି 20 ଏପ୍ରିଲ 2021ରେ ପୋଷ୍ଟ କରାଯାଇଛି। ଖବର ଅନୁଯାୟୀ, ଅମ୍ଳଜାନ ଏକ୍ସପ୍ରେସ ନୱି ମୁମ୍ବାଇର କଲାମ୍ବୋଲି ଗୁଡ୍ସ ୟାର୍ଡରୁ ସାତଟି ଖାଲି ଟ୍ୟାଙ୍କର୍ ସହିତ ଭାଇଜାଗ ଅଭିମୁଖେ ଯାତ୍ରା କରିଛି। ଖାଲି ଟ୍ୟାଙ୍କର୍ ଗୁଡିକ ଭିଇଜାଗରେ ମେଡିକାଲ୍ ଅମ୍ଳଜାନରେ ଭର୍ତ୍ତି ହୋଇ ମହାରାଷ୍ଟ୍ରକୁ ଫେରିବ। ତେବେ ଏଥିରୁ ସ୍ପଷ୍ଟ ହେଉଛି ଟ୍ରେନ ଟ୍ୟାଙ୍କର ସହ ଦେଖାଯାଉଥିବା ଭିଡିଓ ଭାରତର ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ Central Railwayର ଏକ ଟ୍ୱିଟ ମିଳିଲା। ଯାହାକି 19 ଏପ୍ରିଲ 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭିଡିଓରେ ଥିବା ଟ୍ୟାଙ୍କର୍ଗୁଡ଼ିକ ଖାଲି ଅଛି ଏବଂ ସେମାନଙ୍କୁ ‘ତରଳ ମେଡିକାଲ ଅମ୍ଳଜାନ’ ଆଣିବା ପାଇଁ ବିଶାଖାପାଟନମକୁ ପଠାଯାଉଛି। ଏହି ଭିଡିଓକୁ ପୀୟୁଷ ଗୋୟଲ’ (ରେଳ ମନ୍ତ୍ରୀ) ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
financialexpress ଟ୍ୟାଙ୍କର୍ ଗୁଡିକ ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଅମ୍ଳଜାନରେ ଭର୍ତ୍ତି ହୋଇ ମହାରାଷ୍ଟ୍ରକୁ ଅଣାଗଲା। ଯାହାକି ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ଅଭାବର ସାହାର୍ଯ୍ୟ କରିବ। ଟ୍ୟାଙ୍କରଗୁଡ଼ିକର ଲୋଡିଂ ଏବଂ ଅନଲୋଡିଂକୁ ସୁଗମ କରିବା ପାଇଁ କାଲାମ୍ବୋଲିରେ ସେଣ୍ଟ୍ରାଲ ରେଳ ଜୋନ୍, ମୁମ୍ବାଇ ଡିଭିଜନ୍ ଦ୍ୱାରା ରାମ୍ପଟି ରାତାରାତି ବିକଶିତ ହୋଇଥିଲା।
ଏହା ଛଡ଼ା ଆମେ ସାଉଦି ଆରବରୁ କୌଣସି ଅମ୍ଳଜାନ ଟ୍ୟାଙ୍କର ଆସିଥିଲା ନା ନାହିଁ ତାହା ଜାଣିବା ପାଇଁ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Indian In Saudi Arabia ପେଜରେ ଟ୍ୱିଟ ମିଳିଲା। ଯାହାକି 24 ଏପ୍ରିଲ 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଟ୍ୱିଟ କରାଯାଇଥିବା ଫଟୋ ହେଉଛି ସାଉଦିଆରବରୁ ଆସିଥିବା ଅମ୍ଳଜାନ ଟ୍ୟାଙ୍କରର। ଭାଇରାଲ ଭିଡିଓରେଥିବା ଟ୍ରେନ ଅମ୍ଳଜାନ ଟ୍ୟାଙ୍କର ଭାରତର ଅଟେ, ଯାହାକି ମୁମ୍ବାଇରୁ ଭାଇଜାକ ଅମ୍ଳଜାନ ପାଇଁ ଅଣାଯାଇଥିଲା। ଖବର ଅନୁସାରେ ଆଦାନୀ ଗୋଷ୍ଠୀ ଏବଂ M / s Linde ସହଭାଗିତାରେ ସାଉଦି ଆରବରୁ 80 MT ତରଳ ଅମ୍ଳଜାନ ପଠାଯାଉଛି। ସାଉଦି ଆରବରୁ ଅମ୍ଳଜାନ ପଠାଯାଇଥିବା କଥା ସତ ହୋଇଥିବାବେଳେ ପୋଷ୍ଟ ହୋଇଥିବା ଭିଡିଓ ଏହା ସହ ଜଡିତ ନୁହେଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଅମ୍ଳଜାନ ଏକ୍ସପ୍ରେସକୁ ସାଉଦି ଆରବରୁ ଅମ୍ଳଜାନ ଟ୍ୟାଙ୍କର୍ଗୁଡ଼ିକୁ ଭାରତ ପଠାଯାଇଥିବା ଦାବିରେ ଭାଇରାଲ କରାଯାଉଛି।

Title:ସାଉଦି ଆରବ ଭାରତକୁ ପଠାଇଥିବା ଅମ୍ଳଜାନ ଟ୍ୟାଙ୍କର ଏହା ଭିଡିଓ ନୁହେଁ।
Fact Check By: Saritadevi SamalResult: Missing Context
