ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ବ୍ୟକ୍ତି ରାସ୍ତାରେ ବାଉଁ ପକାଇ ରାସ୍ତା ନିର୍ମାଣ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, କଣ୍ଟା ବାଉଁଶ ବତାରେ ନିର୍ମିତ ରୋଡ଼ ଢଳେଇ ବିହାର ମଧୁବନି ଜିଲ୍ଲାର ଇଟେ। ପୋଷ୍ଟର ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ବିହାରର ନୁହେଁ ବରଂ ବାଙ୍ଗଲାଦେଶର ଅଟେ।  

1 ଡିସେମ୍ବରରେ Pasa Gaan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ କୁ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବାଉଁଶରେ ନିର୍ମିତ ହେଉଥିବା ଏହି ରାସ୍ତା ବିଜେପି ଶାସିତ ରାଜ୍ୟ ବିହାରର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଣ୍ଟା ବାଉଁଶ, ବତା ରେ ନିର୍ମିତ ରୋଡ଼ ଢଳେଇ ବିଜେପି ଶାସିତ ରାଜ୍ୟ ବିହାର ର ମଧୁବନି ଜିଲ୍ଲାର ଘଟଣା।ଓଡ଼ିଶାର କିଛି ରାଜ୍ୟଦ୍ରୋହୀ ପଙ୍କୁଆ ଏହି ଘଟଣା କୁ ଓଡ଼ିଶାର କହି ଓଡିଶା ସରକାର ଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯିବା ସହ ପୋଷ୍ଟ କୁ 36 କମେଣ୍ଟ ଏବଂ 146 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ବାଉଁଶ କଣ୍ଟାରେ ନିର୍ମିତ ଏହି ରାସ୍ତାର ଫଟୋ ବିଜେପି ସରକାର ରାଜ୍ୟ ବିହାରର ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ କୌଣସି ଲିଙ୍କ ମିଳିଲା ନାହିଁ। ପରେ ବିଭିନ୍ନ କି ଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। idealnews24 ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 7 ଫେବୃଆରି 2015ରେ ପ୍ରକାଶିତ କରାଯାଇଥିଲା। ଖବରରେ ଲେଖାଯାଇଛି ଯେ, ରାସ୍ତା ନାମରେ ଦୁର୍ନୀତି ଚାଲିଛି। ଏହା ପରେ ଲେଖାଯାଇଛି (Jagannathpur Correspondent Awami League Upazila Chairman constructed the road with bamboo instead of rod) ଜଗନ୍ନାଥପୁର ସମ୍ବାଦଦାତା ଆୱାମୀ ଲିଗ୍ ଉପଜିଲ୍ଲା ଚେୟାରମ୍ୟାନ୍ ରଡ଼ ବଦଳରେ ବାଉଁଶ ସାହାଯ୍ୟରେ ରାସ୍ତା ନିର୍ମାଣ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- idealnews24Archive

ଏହା ପରେ ମିଳିଥିବା ପୋଷ୍ଟ କୁ ସର୍ଚ୍ଚ କରି ଅଧିକ ସୂଚନା ଜାଣିବା ପାଇଁ ଚେଷ୍ଟା କରିଲୁ। ଏହା ପରେ ଆମକୁ ajker shodesh ପଜରେ ମଧ୍ୟ ଭାଇରାଲ ଫଟୋ ମିଳିଲା। ଖବର ଅନୁସାରେ ଜଗନ୍ନାଥପୁର ସମ୍ବାଦଦାତା ଆୱାମୀ ଲିଗ୍ ଉପଜିଲ୍ଲା ଚେୟାରମ୍ୟାନ୍ ରୋଡ଼ ବଦଳରେ ବାଉଁଶ ସାହାଯ୍ୟରେ ରାସ୍ତା ନିର୍ମାଣ କରିଛନ୍ତି।  ଜଗନ୍ନାଥପୁର ଉପଜିଲ୍ଲାର ୟୁନିଅନ୍ ନମ୍ବର 6 ର ୱାର୍ଡ ନମ୍ବର 3ରେ | ଆଲାମ ବରୀ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି।  

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଯଦି କ୍ଷମତାରେ  ନଥାନ୍ତେ ତେବେ ବାଶ ଏପରି ଉପଯୋଗୀ ଆୱାମୀ ଲିଗ୍ ସରକାର ବୋଲି ସେମାନେ ବୁଝି ପାରିନଥାନ୍ତେ। ଏହି ସମୟରେ ଜଗନ୍ନାଥପୁର ବଜାରରେ ସରକାରୀ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଲୁହା ରଡ଼ ବଦଳରେ ବାଉଁଶ ଯୋଗାଇବା ପାଇଁ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆୟୋଗ (ଏସିସି) ସାଦର ପୋଲିସ ଷ୍ଟେସନରେ ମାମଲା ରଜୁ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ajker shodeshArchive

Ward No. 3 of Union No. 6 of Jagannathpur Upazila ଲେଖି ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଖବରରେ ଲେଖାଯାଇଥିବା ଜାଗା ବାଙ୍ଗଲାଦେଶର ମିଳିଲା। ଏହା ପରେ ଆମେ Awami League govt. ଗୁଗୁଲରେ ସର୍ଚ୍ଚ କରିଲୁ। ୱିକିପିଡିଆରେଥିବା ସୂଚନାରୁ ଆମେ ଜାଣିବାକୁ ପାଇଲୁ ଯେ,  ଆୱାମି ଲିଗ୍ (Awami League) ବାଙ୍ଗଲା ଦେଶର ଏକ ରାଜନୈତିକ ପାର୍ଟି ଅଟେ। ଯାହାକୁ Bangladesh People’s League(ବାଂଲାଦେଶ ପିପୁଲ୍ସ ଲିଗ୍) ମଧ୍ୟ କୁହାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ wikipedia ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ 7 ଫେବୃଆରି 2015ରେ ବିହାରରେ ବିଜେପି ସରକାର ଥିଲା ନା ନାହିଁ ତାହା ଜାଣିବା ପାଇଁ ସର୍ଚ୍ଚ କରିଲୁ। Elections ପେଜରୁ ମିଳିଥିବା ସୂଚନା ଅନୁସାରେ 20 ମେ 2014 ରୁ  22 ଫେବୃଆରି 2015 ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ (Jitan Ram Manjhi) ଜିତନ ରାମ ମାଝି ଥିଲେ। ସେ ଭାରତୀୟ ଜନତା ଦଳ ନିତିଶ କୁମାରଙ୍କ ଅନୁମୋଦନରେ ଏବଂ ଦଳର ବହୁମତରେ 23 ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବର୍ଷ୍ ମଧ୍ୟରେ ଜିତନ ରାମ ମାଝି ରାଜ୍ୟର କୌଣସି ମାମଲା ସମ୍ଭାଳି ପାରିନଥିଲେ। ଏବଂ  ପରେ ସେ ନିଜ ଦଳରେ ଅନେକ ବାଦ ବିବାଦରେ  ଘେରି  ରହିଲା ପରେ 22 ଫେବୃଆରି 2015ରେ ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ନିଆଯାଇ ନିତିଶ କୁମାରଙ୍କୁ ବିହାରର 24ତମ ମୁଖ୍ୟମନ୍ତ୍ରୀ ବନାଯାଇଥିଲା। 

ତେବେ ଭାଇରାଲ ଫଟୋ 7 ଫେବୃଆରିର ଅତେ କିନ୍ତୁ ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଜିତନ ରାମ ମାଝି ବିହାରରେ ଏପରି କୌଣସି ରାସ୍ତା କାମ କରାଇ ନାହାନ୍ତି। 

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ବାଙ୍ଗଲାଦେଶର ବାଉଁଶ ରାସ୍ତା ନିର୍ମାଣ ଫଟୋ କୁ  ବିହାରରେ ବିଜେପି ସରକାର ରଡ଼ ବଦଳରେ ବାଉଁଶ ବ୍ୟବହାର କରି ରାସ୍ତା ନିର୍ମାଣ କରୁଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *