କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ କନଷ୍ଟେବଳଙ୍କ ଫଟୋକୁ ବଳାତ୍କାର ଓ ହତ୍ୟା ଦାବିରେ ଭାଇରାଲ କରାଯାଉଛି।

False Social

ଉତ୍ତର ପ୍ରଦେଶରେ ହାଥରସ ଦୁଷ୍କର୍ମ ଘଟଣାରେ 19 ବର୍ଷ ଝିଅର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ଏବଂ ଆଲୋଚନା ଲାଗିରହିଛି। ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ଯୋଗି ଆଦିତ୍ୟନାଥଙ୍କ ଉପରେ ନିସାନା ଲଗାଯାଉଛି। ଏପରି ପଞ୍ଜାବର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପୁଲିସ ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ପୁଲିସ ମହିଳା କର୍ମି ଜଣକ ରାସ୍ତାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, ଉତ୍ତର ପ୍ରଦେଶରେ ବିଜେପି ସରକାର ଅଛି ହୋଲି ହାଥରସ ଘଟଣାକୁ ଆଲୋଚନା କରାଯାଉଛି। କିନ୍ତୁ ପଞ୍ଜାବରେ ଜଣେ ପୁଲିସ ମହିଳା କର୍ମିଙ୍କ ସହ ଦୁଷ୍କର୍ମ କରି ରାସ୍ତା କଡ଼ରେ ପକାଇ ଦିଆ ଯାଇଛି, ଏହା ସମ୍ପର୍କରେ କୌଣସି ନ୍ୟୁଜ ଚ୍ୟାନେଲ ଏବଂ ନେତା ଆଲୋଚନା କରୁ ନାହାନ୍ତି। 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ହେଉଥିବା ଖବର ଭୁଲ ପାଇଲୁ।

2 ଅକ୍ଟୋବରରେ Jayadev Girl ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି।  ପୋଷ୍ଟରେ ପୁଲିସ ମହିଳା କର୍ମିର କ୍ଷତାକ୍ତ ଫଟୋ ଏବଂ ତାଙ୍କ ଆଇଡି ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶରେ ବିଜେପି ଶାସିତ ହୋଇଥିବାରୁ ହାଥରସ ଘଟଣାକୁ କଂଗ୍ରେସ ଦଳ ଚର୍ଚ୍ଚା କରୁଛନ୍ତି। କିନ୍ତୁ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବରେ ଏକ ମହିଳା କନଷ୍ଟେବଳର ଦୁଷ୍କର୍ମ ଘଟଣା ସମ୍ପର୍କରେ କଂଗ୍ରେସ ସରକାର ଚୁପ ବସିଛି।

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଂଗ୍ରେସ ଶାସିତ ପଞ୍ଜାବ ରେ ଜଣେ ମହିଳା କନଷ୍ଟେବଳ ପ୍ରତି ବଳତ୍କାର, ହତ୍ୟା ଭଳି ଘଟଣା ରେ ତମାମ ବିରୋଧି ଦଳ ଚୁପ ! ଯେଉଁଠି ଦୋଷୀକୁ ଧରା ଯାଉନି ,ଚୁପ ବସିଛି କଂଗ୍ରେସ ସରକାର । କିନ୍ତୁ, ଉତ୍ତରପ୍ରଦେଶ ବଳାତ୍କାର ଘଟଣା ରେ ବିଜେପି ସରକାର ସମସ୍ତ ଦୋଷୀଙ୍କୁ ଗିରଫ କରିବା ସହ ଫାଷ୍ଟ ଟ୍ରାକ କୋର୍ଟ ରେ ବିଚାର କରିବା ର ଦୃଢ଼ ପଦକ୍ଷେପ ନେବା ସହ ସମସ୍ତ ଦୋଷୀ ପାଇଁ ଦଣ୍ଡ ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ ବୋଲି ସରକାର କହିଥିବା ବେଳେ ବିରୋଧୀ ଖାଲି ରାଜନୈତିକ ବୟାନ ବାଜି ରେ ଲିପ୍ତ । 

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 503 ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 211 ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive  

ତେବେ ଭାଇରାଲ ହେଉଥିବା ମହିଳା କନଷ୍ଟେବଳର ଫଟୋର କଣ ପଞ୍ଜାବରେ କୌଣସି ଦୁଷ୍କର୍ମ ମାମଲା ସହିତ ଜଡ଼ିତ ଅଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। କିନ୍ତୁ ଆମକୁ କୌଣସି ଖବର ମିଳିଲା ନାହିଁ। ଭାଇରାଲ ପୋଷ୍ଟରେ କଶ୍ଟେବଳର ଏକ ଆଇଡି କାର୍ଡ ଦିଆ ଯାଇଛି। ଯେଉଁଥିରେ ମହିଳା କଶ୍ଟେବଳର ନାମ ନୋମି (NOMI) ଏବଂ ପୋଷ୍ଟ ‘L / CONSTABLE’ ଲେଖାଯାଇଛି। ଆଇଡି କାର୍ଡରେ ଅମୃତସର ସହର ମଧ୍ୟ ଲେଖାଯାଇଛି।

ପରେ ଆମେ ପଞ୍ଜାବରେ ଏପରି ମହିଳା କଶ୍ଟେବଳର କୌଣସି ଘଟଣା ଘଟିଛି ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲ କି ୱାର୍ଡରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ତିନି ଦିନ ପୂର୍ବରୁ  bhaskar ଖବର ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ନୋମି ନାମର ଜଣେ ମହିଳା କନଷ୍ଟେବଳଙ୍କ ସ୍କୁଟି ସ୍କର୍ପିଓ କାର  ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି ଘଟଣା 1 ଅକ୍ଟୋବର ଅଟେ। ଖବର ଅନୁାସରେ ମହିଳା ପୁଲିସ କର୍ମି ଘରୁ ପୋଲିସ ଥାନା ଜିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- bhaskarArchive

ପରେ ଆମକୁ punjab.punjabkesari ପେଜରେ ମଧ୍ୟ କଶ୍ଟେବଳ ଦୁର୍ଷଟଣାର ଖବର ପାଇଲୁ। ଖବର ଅନୁସାରେ ଆମକୁ ଜାଣିବାକୁ ମିଳିଲା ଯେ, ଭାଇରାଲ ହେଉଥିବା ଫଟୋ ଏବଂ ପ୍ରକାଶିତ ହୋଇଥିବା ଏକ। ଦୁର୍ଘଟଣାପରେ ଝଣ୍ଡର (JANDER) ପୋଲିସ ଥାନାର ଅଧିକାରିମାନେ ପହଁଚିଥିଲେ। ଏବଂ ଦୁର୍ଘଟଣା ହୋଇଥିବା କର ଚାଳକ ନାମରେ ଏଫଆଇଆର ରଜୁ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- punjab.punjabkesariArchive

ଖବର ସତ୍ୟତା ଜାଣିବା ପାଇଁ ଆମେ ଝଣ୍ଡର (jhander police station amritsar) ପୋଲିସ ଥାନା ସହ ସମ୍ପର୍କ କରିଲୁ। ସେଠାରେ ଆମକୁ ଘଟଣାର ଜାଞ୍ଚ କରୁଥିବା ଝଣ୍ଡେର ଥାନାର  ସହକାରୀ ଇନ୍ସପେକ୍ଟର ଅବତାର ସିଂ ( Avtar Singh Kahlon) ଙ୍କ ସହ କଥା ହେଲୁ, ଯେଉଁଥିରେ ସେ ଆମକୁ ସ୍ପଷ୍ଟ କରାଇଛନ୍ତି ଯେ, ଭାଇରାଲ ଖବର ଦୁଷ୍କର୍ମ ଘଟଣା ନୁହେଁ। ମହିଳା ପୋଲିସ କଶ୍ଟେବଳର କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ସକାଳେ ତାଙ୍କ ଘରୁ କାମ ପାଇଁ ବାହାରିଥିବା ବେଳେ ପୋଲିସ ଷ୍ଟେସନ ଝଣ୍ଡେର ଅନ୍ତର୍ଗତ ଗ୍ରାମ ମଜୁପୁରା ପାଖରେ ଦୁର୍ଘଟଣା ହୋଇଥିଲା। ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।  ଏପରି ମିଥ୍ୟା ଖବର ଭାଇରାଲ ନ କରିବା ପାଇଁ ଅନୁରୋଧ କରିଛନ୍ତି। 

ଏହା ସହ ସେ ଆମକୁ ଘଟଣାରେ କାର ଚାଳକ ଉପରେ କରାଯାଇଥିବା ଏଫଆଇଆରର ଫଟୋ ଏବଂ ଘଟଣାର କିଛି ଫଟୋ ଆମ ପାଖକୁ ପଠାଇଛନ୍ତି। 

ଆମେ ପରେ ପଞ୍ଜାବରେ ଏପରି କୌଣସି ଘଟଣା ଘଟିଚି ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। କିନ୍ତୁ ଗତ ଗୋଟେ ସପ୍ତାହ ମଧ୍ୟରେ ପଞ୍ଜାବରେ କୌଣସି ପୋଲିସ ମହିଳା କର୍ମିଙ୍କ ସହ ଦୁଷ୍କର୍ମ ହେବାର ଖବର ସାମ୍ନାକୁ ଆସି ନାହିଁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ ମହିଳା କନଷ୍ଟେବଳର ଫଟୋକୁ ଦୁଷ୍କର୍ମ ହୋଇଥିବା ଘଟଣା ଦାବିରେ ଭାଇରାଲ କରାଯାଉଛି।

Avatar

Title:କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ କନଷ୍ଟେବଳଙ୍କ ଫଟୋକୁ ବଳାତ୍କାର ଓ ହତ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *