ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନମାଜର ଟାଇମଟେବୁଲ – ପୂଜା,ସ୍ୱରଶବ୍ଦ ଆଦି ବନ୍ଦରହିବ -30% ପୂଜାବନ୍ଦ – 50% ହେଲେ ?  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

16 ଅକ୍ଟୋବରରେ Laxmidhar Panigrahi  ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଯାଇଛି – ପଶ୍ଚିମବଙ୍ଗ ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଛି – ଏହିସମୟରେ ପୂଜାବନ୍ଦ ରହିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ପଶ୍ଚିମବଙ୍ଗ ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଛି – ଏହିସମୟରେ ପୂଜାବନ୍ଦ ରହିବ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ eye news bd ବାଙ୍ଗଲାଦେଶ ଖବର ପେଜରେ 20 ଅକ୍ଟୋବରରେ ପ୍ରକାଶିତ ହୋଇଥିବା ଖବରରେ ଭାଇରାଲ ଫଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲା ଦେଶର ଅଟେ। ଖବର ଅନୁସାରେ ଏହା ବାଙ୍ଗଲାଦେଶ ଉତ୍ତରାର ଢାକା ଅଞ୍ଚଳର ଅଟେ। ଉତ୍ତରା ଜନ ପୂଜା କମିଟି ଅନୁଯାୟୀ, ପ୍ରାର୍ଥନା ସମୟରେ ବାଦ୍ୟଯନ୍ତ୍ରକୁ ବନ୍ଦ ରଖିବା ପାଇଁ ପାଭିଲିୟନରେ ପ୍ରାର୍ଥନା ସୂଚୀ ସହିତ ଏକ ପୋଷ୍ଟର ରଖାଯାଇଥିଲା। ସୋସିଆଲ ମିଡିଆ ମାଧ୍ୟମରେ ଏହି ଫଟୋ ବହୁ ପ୍ରଶଂସା କରାଯାଉଛି।  ଯାହା ସମଗ୍ର ଦେଶରେ ଧାର୍ମିକ ସମନ୍ୱୟ ଏବଂ ଶାନ୍ତି ଏବଂ ଶୃଙ୍ଖଳାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।  ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବାଙ୍ଗଲାଦେଶର ଅନେକ ପୂଜା ମଣ୍ଡପରେ ପ୍ରାର୍ଥନା ସମୟରେ ବାଦ୍ୟଯନ୍ତ୍ରକୁ ବନ୍ଦ ରଖିବା ପାଇଁ ଏହିପରି ପୋଷ୍ଟର ଲଗାଯାଇଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- eye news bd । Archive

daily frontier ପେଜରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ଯାହାକି 14 ଅକ୍ଟୋବରରେ 2021ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଏହି ଫଟୋ ବାଂଲାଦେଶର ରାଜଧାନୀ ଢାକା, ସେକ୍ଟର 11 ରେ ଥିବା ଏକ ଦୁର୍ଗା ପୂଜା ପଣ୍ଡାଲର ଅଟେ।  ପଣ୍ଡାଲ ସମ୍ମୁଖରେ ପ୍ରାର୍ଥନା କାର୍ଯ୍ୟକ୍ରମ ଟଙ୍ଗାଯାଇଛି, ଯାହାଫଳରେ  ଅଜାନ ସମୟରେ ଗୀତ ବାଜିବ ନାହିଁ। ଉତ୍ତରା ଲୋକ ପୂଜା ସମିତି କହିଛନ୍ତି, “ଆମେ, ହିନ୍ଦୁ ସମ୍ପ୍ରଦାୟର ଲୋକ, ଜାଣୁ ନାହିଁ ଯେ କେବେ ଏବଂ କେବେ ମୁସଲମାନମାନେ ପ୍ରାର୍ଥନା କରନ୍ତି, ଏହାକୁ ଧ୍ୟାନରେ ରଖି ଏହି ପୋଷ୍ଟର ଲଗାଯାଇଛି। ପ୍ରତ୍ୟେକ ଧର୍ମର ଲୋକମାନେ  ଅନ୍ୟ ଧର୍ମର ଧ୍ୟାନ ରଖିବା ଦରକାର । ବାଂଲାଦେଶ ଏକ ଅଣ-ସାମ୍ପ୍ରଦାୟିକ ଦେଶ ଏବଂ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମର ଲୋକମାନେ ରହୁହନ୍ତି। ଯଦିଓ ଆମର ଭିନ୍ନ ଧର୍ମ ଅଛି, ତଥାପି ଆମର ବହୁତ ଭଲ ସମ୍ପର୍କ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- daily frontier

uttara sarbojanin puja committeeର ଆମେ ଅଫିସିଆଲ ପେଜ ମଧ୍ୟ ପାଇଲୁ। ଏହା ଏକ ବାଂଲାଦେଶ ବାହାରେ  କମିଟି ଅଟେ। ଆମେ ଗୁଗୁଲରେ Uttara ସର୍ଚ୍ଚ କରିଲୁ। ଯାହାକି Gmap ଦେଖିପାରିବେ ଯେ, ଉତ୍ତରା ବାଙ୍ଗଲାଦେଶର ଢାକା ସହରରେ ଅବସ୍ତିତ । ଅଧିକ ସର୍ଚ୍ଚ ପାଇଁ ଲିଙ୍କ ଦେଖନ୍ତୁ। 

uttra Tvରେ ବାଙ୍ଗଲାଦେଶ ଉତ୍ତରାରେ ହେଉଥିବା ଦଶହରା ପୂଜା ମଣ୍ଡପ ଦେଖିବାକୁ ମିଳୁଛି। ଯେଉଁଥିରେ 0.40 ସେକେଣ୍ଟରେ ଭାଇରାଲ ଫଟୋରେଥିବା ପୋଷ୍ଟର ଦେଖିବାକୁ ମିଳୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହାପରେ ଆମକୁ ମିଳିଥିବା ୟୁଟ୍ୟୁବ ଚ୍ୟାନେଲର ଭିଡିଓ ଏବଂ ଭାଇରାଲ ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଭିଡିଓ ସମାନ ବୋଲି ସ୍ପଷ୍ଟ ହେଲା। ଏହି ଭିଡିଓ Ahana tv ୟୁଟ୍ୟୁବ ଚ୍ୟାନେଲରେ ଏବଂ Facebook ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

Avatar

Title:ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *