କ’ଣ ମୋହନ ମାଝୀଙ୍କ ଶପଥ ଗ୍ରହଣ ସଭାରେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଯାଇଥିଲେ? 

Misleading Political

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରା ଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ପାର୍ଟି ସଦସ୍ୟ ଯୋଗଦାନ ଦେଇଥିଲେ। ଏହି ଘଟଣା ଜଡ଼ିତ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରଗାନ ଆରମ୍ଭ ହେବା ପରେ ସମସ୍ତ ନେତା ମାନେ ଚିଡ଼ା ହୋଇଥିଲେ। କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ହାଥ ଯୋଡ଼ି ଚେୟାରରେ ବସିଥିଲେ। ଦାବି କରା ଯାଉଛି ଯେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଦେଶର ଅପମାନ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରଗାନ ଶେଷ ହେବା ପରି ବସିଥିଲେ। 

ଭିଡିଓ ସେଯାର କରି ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ରାଷ୍ଟ୍ରଗାନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏ କିଭଳି ଭଦ୍ରାମି ?? ଏ କ’ଣ ଓଡିଆ ଅସ୍ମିତା, ଏ କ’ଣ ଓଡିଆ ସ୍ବାଭିମାନ ?

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୨ ଜୁନ୍ ୨୦୨୪ ରେ ଜି ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଓଡ଼ିଶା ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଶପଥ ଗ୍ରହଣର ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଆପଣ ମାନେ ୩୮ ମିନିଟ ଠାରୁ ଭାଇରାଲ କ୍ଲିପ୍ ଦେଖି ପାରିବେ। 

ଶପଥ ଗ୍ରହଣ ସମୟରେ ରାଷ୍ଟ୍ରଗାନ ଆୟୋଜିତ କରା ଯାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟାନ୍ୟ ନେତାଙ୍କ ସହିତ ମଞ୍ଚରେ ଚିଡ଼ା ହେଇଥିଲେ। ରାଷ୍ଟ୍ରଗାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ହାତ ଯୋଡ଼ିଥିଲେ ଏବଂ ମଞ୍ଚରେ ଥିବା ଚେୟାରରେ ବସିଥିଲେ। ଯେତେବେଳେ ଅନ୍ୟ କିଛି ନେତା ବସିବାକୁ ଯାଉଥିଲେ ସେତେବେଳେ ଓଡ଼ିଶାର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଆରମ୍ଭ ହୋଇଥିଲା। ଏହି ସମୟରେ ଅମିତ ଶାହ ଏବଂ ଅନ୍ୟ କିଛି ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଡ଼ା ହେବା ପାଇଁ ଅନୁରୋଧ କରିଥିଲେ ଏବଂ ସେ ସମ୍ମାନ ସହିତ ଚିଡ଼ା ହୋଇଥିଉଲେ। 

ଉପରୋକ୍ତ ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ରାଷ୍ଟ୍ରଗାନ ଶେଷ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ନେତାଙ୍କ ସହିତ ଚିଡ଼ା ହୋଇଥିଲେ। ରାଷ୍ଟ୍ରଗାନ ଶେଷ ହେବା ପରେ ସେ ବସିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ଗୀତ ବେଳକୁ ପୁଣି ଚିଡ଼ା ହେଇଥିଲେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ବିଭ୍ରାନ୍ତକାରୀ ଅଟେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରଗାନ ଶେଷ ହେବା ପରେ ଏବଂ ବନ୍ଦେ ଉତ୍କଳ ଜନନୀ ଗୀତ ଆରମ୍ଭ ପୂର୍ବରୁ ବସିଥିଲେ। ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବସିଥିଲେ ସେହି ସମୟରେ ରାଷ୍ଟ୍ରଗାନ ନୁହେଁ ଓଡ଼ିଶା ରାଜ୍ୟର ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ହେଉଥିଲା। 

Avatar

Title:କ’ଣ ମୋହନ ମାଝୀଙ୍କ ଶପଥ ଗ୍ରହଣ ସଭାରେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଯାଇଥିଲେ?

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *