ନରେନ୍ଦ୍ର ମୋଦି ମୁକେଶ ଅମ୍ବୀନି ପତ୍ନୀଙ୍କୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ?

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ କରାଯାଉଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ହାତ ଜୋଡ଼ି ମୁଣ୍ଡ ନୁଆଁଇଥିବାର ଦେଖାଯାଉଛି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୁକେଶ ଅମ୍ବାନି ପତ୍ନୀ ନୀତା ଅମ୍ବାନିଙ୍କୁ କିପରି ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ଦେଖ। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

11 ଏପ୍ରିଲରେ Amiya Pandav ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ନୀତା_ଆମ୍ବାନୀର ଅଧସ୍ତନ କର୍ମଚାରୀ ନା ଦେଶର ପ୍ରଧାନମନ୍ତ୍ରୀ ?? ମନମୋହନ ସିଂ ତ ତାଙ୍କ ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ସମ୍ମାନ ଜଣାଇଲେ ଯେଉଁ ଗେରୁପଲଙ୍କ ଛାତି ଫାଟି ଯାଉଥିଲା, ସେମାନେ ଏ ଫଟୋ ଦେଖି ବିଷ ପିଇବେ କି ?? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 111ଥର ସେୟାର କରାଯିବା ସହ ପୋଷ୍ଟକୁ 238 ଲାଇକ ଏବଂ କମେଣ୍ଟ ମିଳିଛି। ଏହା ଛଡ଼ା ଏହି ଭାଇରାଲ ଫଟୋ Prabhat Dash, Pure punu, Kumar Bapi Radhe ମଧ୍ୟ ସେୟାର କରିଛନ୍ତି। ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ରିଲିଆନ୍ସ ଜିଓ ମାଲିକ ମୁକେଶ ଅମ୍ବାନି ପତ୍ନୀକୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଫଟୋକୁ ନେଇ କିଛି ଲିଙ୍କ ମିଳିଲା। Divya Marathi’ ପେଜରେ ଭାଇରାଲ ଫଟୋ ପରି ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ମୂଳ ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ପ୍ରଣାମ କରୁନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀର ଜଣେ ଏନଜିଓ କର୍ମକର୍ତ୍ତା ଦୀପିକା ମୋଣ୍ଡୋଲଙ୍କୁ ହାତ ଜୋଡ଼ୁଥିବାର ଫଟୋ ଅଟେ। ଖବର ଅନୁସାରେ ଏପ୍ରିଲ୍ 2015 ରେ ଏକ ଇଭେଣ୍ଟ ସମୟରେ ଏହି ଫଟୋ କ୍ଲିକ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Divya Marathi’Archive

ANA TV ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋରେଥିବା ମହିଳାଙ୍କର ଏଖ ଇଣ୍ଟରଭିୟୁ ପୋଷ୍ଟ କରାଯାଇଛି। ମହିଳାଙ୍କ ନାମ ଦୀପିକା ମୋଣ୍ଡୋଲ । ତାଙ୍କୁ ଇଣ୍ଟରଭିୟୁରେ ଭାଇରାଲ ଫଟୋ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ମୁଁ ଜଣେ ପ୍ରତିଷ୍ଠିତ ସାମାଜିକ କର୍ମୀ ଭାବରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋତେ ପ୍ରଶଂସା କରି ଏପରି ହାତ ଜୋଡ଼ିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

 ଏହା ପରେ ଆମେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋକୁ ବିଶ୍ଳେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମୂଳ ଫଟୋକୁ ଏଡ଼ିଟ କରି ନରେନ୍ଦ୍ର ମୋଦି ମୁକେଶ ଅମ୍ବାନି ପତ୍ନୀଙ୍କୁ ମୁଣ୍ଡିଆ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:ନରେନ୍ଦ୍ର ମୋଦି ମୁକେଶ ଅମ୍ବୀନି ପତ୍ନୀଙ୍କୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *