
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ରାସ୍ତାରେ ରେଲି କରୁଥିବା ପରି ଜଣା ପଡୁଛି। ଦାବି ଅନୁଯାୟୀ ଏହି ଭିଡ କର୍ଣାଟକାର ରାଇଚୁର ଜିଲ୍ଲାରେ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଥିବା ଲୋକଙ୍କ ରେଲି ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର କର୍ଣାଟକା କିମ୍ବା ଭାରତ ଯୋଡୋ ଯାତ୍ରା ସହିତ କିଛି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆଜି ଲୋକ ମାନେ ଭାରତ ଯୋଡୋ ଯାତ୍ରା କର୍ଣାଟକର ରାଇଚୁରରେ ଏକାଠି ହଇଥିଲେ”
ସମାନ ଭିଡିଓ ଆମକୁ ବିହାର କଂଗ୍ରେସ ସେବା ଦଳର ଟୁଇଟର ହେଣ୍ଡେଲରେ ମଧ୍ୟ ଟୁଇଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି ଯେ “ଭୂମିରେ ହେଉ କିମ୍ବା କ୍ୟାମେରାରେ ହେଉ, ଭାରତ ଯୋଡୋ ଯାତ୍ରାରେ ଦେଶର ସମସ୍ତ ଲୋକେ ଯୋଗଦାନ ଦେଇଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଭାରତ ଯୋଡୋ ଯାତ୍ରା ନିକଟରେ କର୍ଣାଟକାର ରାଇଚୁର ଜିଲ୍ଲାରେ ହୋଇଥିଲା? ଏହା ଜାଣିବା ପାଇଁ ଆମେ ଭାରତ ଯୋଡୋ ଯାତ୍ରାର ୱେବସାଇଟରେ ଯାଇ ଦେଖିଲୁ।
ୱେବସାଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଭାରତ ଯୋଡୋ ଯାତ୍ରା ୨୨ ଅକ୍ଟୋବରରେ କର୍ଣାଟକାର ରାଇଚୁରରେ ଯାତ୍ରା କରିଥିଲେ। ସେଠାରେ ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ ଏବଂ ମହିଳାଙ୍କ ସହିତ ସାକ୍ଷାତ କରି ଥିଲେ।
ତେବେ କ’ଣ ଏହି ଭିଡିଓ ରାଇଚୁରର ଅଟେ?
ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓର ଗୋଟିଏ ସ୍ଥାନରେ ଏକ ଦୋକାନର ନାମ ତେଲୁଗୁ ଭାଷାରେ ଲେଖା ଯାଇଛି। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ ଏହି ଭିଡିଓ କର୍ଣାଟକାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ହୋଇଥିବା ସମ୍ଭାବନା ଅଛି।

ଏହା ପରେ ଆମେ ଭାଇରାଲ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୧ ଅକ୍ଟୋବରରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପସନ୍ ରେ କୁହା ଯାଇଛି ଯେ ଏହା ଆନ୍ଧ୍ରପ୍ରଦେଶର ବିଜୟନଗରମ ସହରର ଭିଡିଓ ଅଟେ।
ଅନ୍ୟଏକ ୟୁଟ୍ୟୁବ ଭିଡିଓରେ କୁହା ଯାଇଛି ଯେ ଏହା ପଇଦିଥଲି ଅମ୍ମାବାରୁ ଦେବୀଙ୍କ ପୂଜା ଅବସରରେ ବିଜୟନଗରମ ସହରରେ ଲୋକଙ୍କ ଏକ ବିଶାଳ ଭିଡର ଭିଡିଓ ଅଟେ।
ଏହା ପରେ ଆମେ ଭିଡିଓ କେଉଁ ସ୍ଥାନର ଅଟେ ଏହା ଜାଣିବା ପାଇଁ ଚେଷ୍ଟା କରିଲୁ। ଭିଡିଓର ଆମକୁ ଦୁଇଟି ଦୋକାନ ସୋନି ସେଣ୍ଟର ଏବଂ ମୁଥୁତ ଫାଇନାନ୍ସ ଲେଖା ହୋଇଥିବା ଦେଖିବାକୁ ମିଳିଲା।


ଏହି ଦୁଇଟି ଦୋକାନକୁ ଆମେ ଗୁଗୁଲ ମ୍ୟାପ୍ ରେ ପାଇଲୁ। ମ୍ୟାପ୍ ରେ ଏହି ଦୁଇଟି ଦୋକାନ ବିଜୟନଗରମ ସହରର ଫୋର୍ଟ ରୋଡରେ ଅବସ୍ଥିତ ବୋଲି ଜଣା ପଡିଲା।
Google Map Link
https://www.google.co.in/maps/@18.1103193,83.4122408,169m/data=!3m1!1e3?hl=en
ଏହା ବାବଦ ଆମକୁ ଭିଡିଓ ଏବଂ ମ୍ୟାପ୍ ରେ ମିଳିଥିବା ସ୍ଥାନରେ ଅନେକ ସମାନତା ଦେଖିବାକୁ ମ୍ଳିଛି। ନିମ୍ନରେ ତାହା ଆପଣ ମାନେ ଦେଖି ପାରିବେ।



ଭାରତ ଯୋଡୋ ଯାତ୍ରା ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ କଂଗ୍ରେସ ଦଳ ୨୩ ଅକ୍ଟୋବର ରେ କର୍ଣାଟକାରୁ ବାହାରି ତେଲେଙ୍ଗାନାରେ ପ୍ରବେଶ କରିଛନ୍ତି। କିନ୍ତୁ ଆମେ ଉପରୋକ୍ତ ତଥ୍ୟରୁ ଜାଣିଲୁ ଯେ ଭାଇରାଲ ଭିଡିଓ ୧୧ ଅକ୍ଟୋବରରୁ ଅନ୍ତରନେଟ୍ ରେ ଉପଲବ୍ଧ ଅଛି ଯାହା ଆନ୍ଧ୍ରପ୍ରଦେଶର ବିଜୟନଗରମ ସହର ଅଟେ। ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ଏହି ଭିଡିଓର ଭାରତ ଯୋଡୋ ଯାତ୍ରା ସହିତ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର କର୍ଣାଟକା କିମ୍ବା ଭାରତ ଯୋଡୋ ଯାତ୍ରା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ଆନ୍ଧ୍ରପ୍ରଦେଶର ବିଜୟନଗରମ ସହରରେ ଆୟୋଜିତ ହେଇଥିବା ପଇଦିଥଲି ଅମ୍ମାବାରୁ ଦେବୀଙ୍କ ପୂଜା ଅବସରର ଭିଡିଓ ଅଟେ।

Title:କ’ଣ ଭାଇରାଲ ହେଉଥିବା ଭିଡିଓ କର୍ଣାଟକାର ରାଇଚୁର ଜିଲ୍ଲାରେ ଭାରତ ଯୋଡୋ ଯାତ୍ରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
