
ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କର ଭାଷଣର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତା ମାନେ ଦାବି କରୁଛନ୍ତି ଯେ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ଲୋକମାନେ ‘ଭାରତ ମାତ କି ଜୟ’ ଏବଂ ‘ଜୟ ଶ୍ରୀ ରାମ’ ନାରା ଦେଲେ ଭୋକିଲା ମାରିବେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।
ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି, “ଏହା ତୁମର ହିନ୍ଦୁସ୍ତାନ ନୁହେଁ। ତୁମର କାମ ଭାରତ ମାତା କି ଜୟ, ତୁମର କାମ ଜୟ ଶ୍ରୀ ରାମ। କର, ଯେତେ ଇଚ୍ଛା କର। ମଜା କର। ସମସ୍ତେ ଭୋକିଲା ମରିଯିବ। ସମସ୍ତଙ୍କର ସମୟ ଆସିବ। କେହି ବଞ୍ଚିବନି। ସମସ୍ତେ ଭୋକିଲା ମରିଯିବ।”
ଭିଡିଓ ସେୟାର କରି ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ୟା’ର ମାନେ ରାହୁଲ ଭିଞ୍ଚି’ର ସମସ୍ୟା କ’ଣ ? ହୋଇପାରେ ପଠାଣ–ଖ୍ରୀଷ୍ଟିଆନ ମିକ୍ସଚର ! ଏଟା’ର ବି କିଛି ହୋଇପାରିବନି…ତୁ ଭୁକିଚାଲ ଏମିତି“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାରକରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୯ ଫେବ୍ରୁଆରି ୨୦୨୪ ରେ ଇଣ୍ଡିଆନ ନେସନାଲ୍ କଂଗ୍ରେସର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଅମେଠି ରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଜନସାଧାରଣକୁ ସମ୍ବୋଧିତ କରିଥିଲେ।
ଏହି ଭିଡିଓ ରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରର ଆଲୋଚନା କରି କହୁଛନ୍ତି, “ଆପଣ ରାମ ମନ୍ଦିର ଉଦଘାତନ ଦେଖିଲେ? ଜୋର-ଶୋରରେ ହୋଇଥିଲା। ସେଠାରେ ଆପଣ କୌଣସି ଦଳିତ ଲୋକକୁ ଦେଖିଲେ? ଆମର ରାଷ୍ଟ୍ରପତି ଆଦିବାସୀ ଅଟନ୍ତି। ତାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦେଲେ ନାହିଁ। ତାଙ୍କ ଚେହେରା ଦେଖିଲେ ଆପଣ ମାନେ? କୌଣସି ଚାଷୀ କିମ୍ବା ଶ୍ରମିକଙ୍କ ଚେହେରା ଦେଖିଲେ? ଅଦାନି ଏବଂ ତାଙ୍କ ସନ୍ତାନ କୁ ଦେଖିଲେ, ଅମ୍ବାନୀ ଏବଂ ତାଙ୍କ ସନ୍ତାନଙ୍କୁ ମଧ୍ୟ ଦେଖିଲେ, ନରେନ୍ଦ୍ର ମୋଦୀକୁ ଦେଖିଲେ, ଅମିତାଭ ବଚ୍ଚନକୁ ଦେଖିଲେ। ହିନ୍ଦୁସ୍ତାନ ଏହି ଲୋକଙ୍କର, ଆପଣଙ୍କର ନୁହେଁ। ତୁମେ ବୁଝି ପାରୁନ। ଏହା ତୁମର ହିନ୍ଦୁସ୍ତାନ ନୁହେଁ। ତୁମର କାମ ଭାରତ ମାତା କି ଜୟ, ତୁମର କାମ ଜୟ ଶ୍ରୀ ରାମ, ତାଙ୍କ କାମ ପଇସା ଗଣିବା, ତାଙ୍କ କାମ ବିମାନରେ ଯାତ୍ରା କରିନବା। ଆପଣଙ୍କର କାମ ଏପଟେ ସେପଟେ ଦେଖିବା। ଦେଖ ପାକିସ୍ତାନରେ କ’ଣ ହେଇ ଗଲା, ଦେଖା ଅମିତାଭ ବଚ୍ଚନ ଏବଂ ପ୍ରିୟାଙ୍କା ଚୋପଦା ନୂଆ ଦାନ୍ସ କରିଲା। କରୁ ଥାନ୍ତୁ ଏପରି ଯେତେ ଇଚ୍ଛା କରନ୍ତୁ। ଭୋକିଲା ମରିଯିବ ସବୁ। ଭୋକିଲା ମରିଯିବ। ସମସ୍ତଙ୍କର ସମୟ ଆସିବା। କେହି ବଞ୍ଚିବନି। “
ନିମ୍ନ ଭିଡିଓ ରେ ଆପଣ ମାନେ ୨୫.୧୦ ମିନିଟ ସମୟରୁ ନେଇ ୨୭:୧୦ ମିନିଟ ସମୟ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଭାଷଣ ସୂନୀ ପାରିବେ।
ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ର ତୁଳନା ଦେଖି ପାରିବେ।
(YouTube Link)
୨୦ ଫେବ୍ରୁଆରି ର ଦି ତେଲେଗ୍ରାଫ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ଜନସାଧାରଣକୁ ସମ୍ବୋଧିତ କରି ଚେତାବନୀ ଦେଇଥିଲେ ଯେ ଯଦି ଲୋକେ ବେରୋଜଗାରି ଏବଂ ଦାମ ବୃଦ୍ଧି ପରି ପ୍ରକୃତ ସମସ୍ଯା ଉପରେ ନଜର ନଦେଇ ଭିଡିଓ ଏବଂ ଅଭିନେତାଙ୍କୁ ନାଚୁଥିବା ଦେଖିବାରେ ଲାଗି ରହିଲେ ତେବେ ସେମାନେ ଭୋକିଲା ମାରିବେ। ଏହି ଭାଷଣ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତାରପ୍ରଦେଶର ଅମେଠି ରେ ଏକ ଭାଷଣରେ କହିଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ରାହୁଲ ଗାନ୍ଧୀ ନିଜ ଭାଷଣରେ ଜନସାଧାରଣଙ୍କୁ ସଚେତନ କରୁଥିଲେ ଯେ ଯଦି ସେମାନେ ପ୍ରକୃତ ସମସ୍ଯାରୁ ନଜର ହଟାଇ ଦେବେ ତେବେ ସେମାନେ ଭୋକିଲା ମାରିବେ।

Title:କ’ଣ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେଲେ ଲୋକେ ଭୋକରେ ମାରିବେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
