ରାଜନାଥ ସିଂଙ୍କ ପୁରୁଣା ଭିଡିଓ ‘ବିଜେପି ବିରୋଧୀ’ ଭାଷଣ ଦାବିରେ ଭାଇରାଲ ହେଉଛି।

Altered Political

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କଂଗ୍ରେସ ଦ୍ୱାରା ଆୟୋଜିତ ଭାରତ ଯୋଡ ଯାତ୍ରା ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଏହି ଭିଡିଓ ମାଧ୍ୟମରେ ଦାବି କରା ଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ସରକାର ବିରୋଧରେ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାଜନାଥ ସିଂ ବିଜେପି ଛାଡିଛନ୍ତି ବୋଲି ଦାବି କରା ଯାଉଛି।

ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀଜି ମୁଁ ଆପଣଙ୍କୁ ଏହା କହିବାକୁ ଚାହୁଁଛି, ଯେଉଁଠାରେ ପାକିସ୍ତାନ ଆଜି ଆମକୁ ଆଖି ଦେଖାଉଛି। ଆଜି ଚୀନ୍ ସୈନ୍ୟବାହିନୀ ମଧ୍ୟ ଲଦାଖ ଅଞ୍ଚଳରେ ପ୍ରବେଶ କରି ଭାରତର ଲୋକଙ୍କୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛି, ଆମର ସେନା କର୍ମଚାରୀଙ୍କ ହାତ ବାନ୍ଧନ୍ତୁ ନାହିଁ। ସରକାର ଯେଉଁଭଳି ଭାବରେ ସିବିଆଇର ଅପବ୍ୟବହାର କରୁଛନ୍ତି, ରାସ୍ତା, ବିଦ୍ୟୁତ୍ ଏବଂ ଜଳ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ବେରୋଜଗାର ଯୁବକମାନେ ଚାକିରି ପାଇନାହାଁନ୍ତି | ଗୋଟିଏ ବର୍ଷ ମଧ୍ୟରେ ନରେନ୍ଦ୍ର ଭାଇ, ଆମର ଉତ୍ତରପ୍ରଦେଶରେ ଶହେରୁ ଅଧିକ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ସାମ୍ପ୍ରଦାୟିକ ଦଙ୍ଗାର ଘଟଣା ଘଟିଛି।

ଭିଡିଓ ସହିତ ପୋଷ୍ଟରେ ଲେଖା ଯାଇଛି, “ରାଜନାଥ ବିଜେପି କୁ କିପରି ନାଥ ମାରିଲେ ଭିଡିଓ ଦେଖନ୍ତୁ ।

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଭାଇରାଲ ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ବିଜେପିର ୟୁଟ୍ୟୁବ କ୍ୟାନାଲରେ ୧୯ ଅକ୍ଟୋବର ୨୦୧୩ରେ ଅପ୍ଲୋଡ ହେଇଥିବା ପାଇଲୁ। ଉତ୍ତରପ୍ରଦେଶର କାନପୁର ସହରର ବୁଦ୍ଧ ପାର୍କରେ ଆୟୋଜିତ ବିଜଯ ଶଙ୍ଖନାଦ ରେଲି ସମୟରେ ରାଜନାଥ ସିଂ ଏହି ଭାଷଣ ଦେଇଥିଲେ। 

ଆମେ ଆମ ପାଠକ ମାନଙ୍କୁ ଜଣାଇ ଦେଉଛୁ ଯେ ୨୦୧୩ ରେ କେନ୍ଦ୍ରରେ ବିଜେପି ସରକାର ନଥିଲା। ୨୦୧୩ ରେ ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ କରା ଯାଇଥିଲା। 

ଏହି ଭିଡିଓରେ, ଭାଇରାଲ୍ କ୍ଲିପ୍ ର ଅଂଶ ୮ ମିନିଟ୍ ୨୮ ସେକେଣ୍ଡ ପରେ ଦେଖିବାକୁ ମିଳେ | ଏହି ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ରାଜନାଥ ସିଂ ସେତେବେଳେ ମନମୋହନ ସିଂ ସରକାର, କଂଗ୍ରେସ ଏବଂ ଏସପିଙ୍କୁ ଟାର୍ଗେଟ କରିଥିଲେ।

ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

୨୦୧୩ ର ଏହି ଭିଡିଓରେ, ଆମର ସୈନିକମାନଙ୍କ ହାତ ବାନ୍ଧନ୍ତୁ ନାହିଁ ବୋଲି ରାଜନାଥ ସିଂ ୟୁପିଏ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଆହୁରି ମଧ୍ୟ, ସେ ସିବିଆଇର ଅପବ୍ୟବହାରର ବିବୃତ୍ତିରେ କଂଗ୍ରେସର ନାମ ଉଲ୍ଲେଖ କରିଛନ୍ତି, ଯେଉଁଥିରୁ ‘କଂଗ୍ରେସ’ ଶବ୍ଦକୁ ଏଡିଟ୍ କରି ବାଦ ଦିଆଯାଇଛି। ଏଥି ସହିତ ଭାଷଣରେ ସାମ୍ପ୍ରଦାୟିକ ଦଙ୍ଗା ନେଇ ସେ ଉତ୍ତରପ୍ରଦେଶର ପୂର୍ବତନ ସମାଜବାଦୀ ପାର୍ଟି ସରକାର ବିଷୟରେ କହିଥିଲେ ଯାହାକୁ ବିଜେପି ବିଷୟରେ କହୁଥିବାର ଦାବି କରା ଯାଉଛି। 

ଏହି ଭିଡିଓ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ଅନେକ ସ୍ଥାନରେ “କଂଗ୍ରେସ”, “ଏସପି” ଭଳି ଶବ୍ଦ ଏଡିଟ୍ କରି କଟାଯାଇଛି।ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ରାଜନାଥ ସିଂ ଭାଇରାଲ ଭିଡିଓରେ ବିଜେପି ଏବଂ ମୋଦୀ ସରକାରଙ୍କୁ ସମାଲୋଚନା କରୁ ନାହାଁନ୍ତି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓକୁ ଏଡିଟ୍ କରି ରାଜନାଥ ସିଂଙ୍କ ଭାଷଣରୁ କଂଗ୍ରେସ, ଏସପି ଭଳି ଶବ୍ଦକୁ ବାଦ କରା ଯାଇ ଏପରି ପ୍ରଚାର କରା ଯାଉଛି ଯେ ସେ ବିଜେପିର ସମାଲୋଚନା କରୁଛନ୍ତି। ମୂଳ ଭିଡିଓକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ରାଜନାଥ ସିଂଙ୍କ ପୁରୁଣା ଭିଡିଓ ‘ବିଜେପି ବିରୋଧୀ’ ଭାଷଣ ଦାବିରେ ଭାଇରାଲ ହୋଇଛି।

Avatar

Title:ରାଜନାଥ ସିଂଙ୍କ ପୁରୁଣା ଭିଡିଓ ‘ବିଜେପି ବିରୋଧୀ’ ଭାଷଣ ଦାବିରେ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *