
ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ସମ୍ପର୍କରେ ଅନେକ ଭୁଲ ଏବଂ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ସମୟ-ସମୟରେ ଭାଇରାଲ ହେଇ ଆସୁଛି। ଫ୍ୟାକ୍ଟ କ୍ରେସେଣ୍ଡୋ ପୂର୍ବରୁ ଏହିପରି ଖବର ଅନୁସନ୍ଧାନ କରି ଆପଣଙ୍କ ନିକଟରେ ସତ୍ୟ ଆଣିଛି |
ବର୍ତ୍ତମାନ ସୋସିଆଲ ମିଡିଆରେ ରଞ୍ଜନ ଗୋଗୋଇଙ୍କ ସମ୍ପର୍କରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଖବର ଅନୁଯାୟୀ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ବିଷ ଦେଇଥିବା ରୋଷେୟା ଜଣେ ମୁସ୍ଲିମ ବ୍ୟକ୍ତି ଥିଲା ଯିଏ ପାକିସ୍ତାନ ପଳାଯନ କରିଥିଲା। ସେହି ବ୍ୟକ୍ତିକୁ ଇନ୍ଦିରା ଗାନ୍ଧୀ ଆଜୀବନ ପେନ୍ସନ୍ ଦେଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରଞ୍ଜନ ଗୋଗୋଇ ଏପରି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ତାଙ୍କ ନାମ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ପୋଷ୍ଟରେ ଦାବି କରି କୁହା ଯାଇଛି ଯେ ରଞ୍ଜନ ଗୋଗୋଇ ଗାନ୍ଧୀ ପରିବାରର ଅସଲ ମୁଖା ଖୋଲିଲେ। ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ବିଷ ଦେଇଥିବା ରୋଷେୟା ଜଣେ ମୁସ୍ଲିମ ବ୍ୟକ୍ତି ଥିଲା ଯିଏ ପାକିସ୍ତାନ ପଳାଯନ କରିଥିଲା। ସେହି ବ୍ୟକ୍ତିକୁ ଇନ୍ଦିରା ଗାନ୍ଧୀ ଆଜୀବନ ପେନ୍ସନ୍ ଦେଇଥିଲେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ସମାନ ପୋଷ୍ଟ ଗତ ବର୍ଷରେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ଆପଣ ମାନେ ସେହି ପୋଷ୍ଟ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଏହି ବିଷୟରେ ସର୍ଚ୍ଚ କରିଲୁ କିନ୍ତୁ ଆମକୁ ଏହି ବିଷୟରେ କୌଣସି ବିଶ୍ଵସନୀୟ ଖବର ପ୍ରବନ୍ଧ ପାଇଲୁ ନାହିଁ ଯାହା ପ୍ରମାଣ କରୁଥିବ ଯେ ରଞ୍ଜନ ଗୋଗୋଇ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଏବଂ ତାଙ୍କ ହତ୍ୟାକାରୀକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିବା ବିଷୟରେ ମନ୍ତବ୍ୟ ଦେଇଥିଲେ।
ଗତ ବର୍ଷ ଫ୍ୟାକ୍ଟ କ୍ରିଷେଣ୍ଡୋ ହିନ୍ଦୀ ଦଳ ଏହି ଦାବିର ଖଣ୍ଡନ କରିଥିଲା। ସେହି ସମୟରେ ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ଏକାଉଣ୍ଟରୁ ଏହି ପୋଷ୍ଟ ଭାଇରାଲ ହୋଇଥିଲା।

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ରଞ୍ଜନ ଗୋଗୋଇଙ୍କ ସହ ଯୋଗାଯୋଗ କରିଥିଲା। ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କର କୌଣସି ସୋସିଆଲ ମିଡିଆ ଏକାଉଣ୍ଟ ନାହିଁ।
“ମୋର କୌଣସି ସୋସିଆଲ ମିଡିଆ ଏକାଉଣ୍ଟ ନାହିଁ। ଭାଇରାଲ ହେଉଥିବା ଖବର ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏହି ଟୁଇଟ ଏବଂ ଏହି ନକଲି ଏକାଉଣ୍ଟ ବିରୁଦ୍ଧର ମୁଁ ଅଭିଯୋଗ କରିଛି। ଏହା ସହିତ ସୁପ୍ରିମକୋର୍ଟର ମୁଖ୍ୟ ଶାସନ ସଚିବଙ୍କୁ ଏହି ନକଲି ଟୁଇଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ମୋ ବିଷୟରେ ଏହିପରି ଅନେକ ମିଥ୍ୟା ଖବର ଇଣ୍ଟରନେଟରେ ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ନକଲି ଟ୍ୱିଟ୍ ଏବଂ ନକଲି ଆକାଉଣ୍ଟ ମୋ ନାମକୁ ଲିଙ୍କ୍ କରି ମିଥ୍ୟା ଖବର ବିସ୍ତାର କରାଯାଇଛି। ପ୍ରତ୍ୟେକ ଥର ମୁଁ ଏହିପରି ଆକାଉଣ୍ଟ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲି ଏବଂ ସେହି ଏକାଉଣ୍ଟଗୁଡ଼ିକୁ ସ୍ଥଗିତ କରିଥିଲି, କିନ୍ତୁ ଏହା ପରେ ମଧ୍ୟ ଲୋକମାନେ ମୋ ନାମରେ ଏକ ନୂତନ ଏକାଉଣ୍ଟ ସୃଷ୍ଟି କରି ବିଭ୍ରାନ୍ତିକର ଦାବି ବିସ୍ତାର କରୁଛନ୍ତି।”

ଅନୁସନ୍ଧାନ ସମୟରେ ଆମେ ଇଣ୍ଟରନେଟରେ ପୂର୍ବତନ ପ୍ରଧାନ ବିଚାରପତିଙ୍କ ନାମରେ ଏପରି ଅନେକ ନକଲି ଆକାଉଣ୍ଟ ପାଇଲୁ ଯାହା ତାଙ୍କୁ ଛଦ୍ମନାମ କରିଥାଏ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା କରିଥିବା ରୋଷେୟାକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିବା ମନ୍ତବ୍ୟ ଦେଇ ନାହାଁନ୍ତି। ଏହି ମିଥ୍ୟା ଖବର ଗତ ବର୍ଷ ରଞ୍ଜନ ଗୋଗୋଇଙ୍କ ନାମରେ ଏକ ନକଲି ଟୁଇଟର ଏକାଉଣ୍ଟରୁ ଭାଇରାଲ କରା ଯାଇଥିଲା।

Title:କ’ଣ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା କରିଥିବା ରୋଷେୟାକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
