
କେଦାରନାଥ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହୀଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଲୋକ ବରଫ ସହିତ ବୋହି ଆସୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କେଦାରନାଥର , କେଦାରନାଥରେ ଘଟିଛି ଏପରି ଏକ ଅଘଟଣ।
ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ସାବଧାନ କେଦାରନାଥ ଯାଉଥିବା ଯାତ୍ରୀ, ବାବା କେଦାରନାଥ ରେ ଘଟିଲା ଏପରି ଏକ ଅଘଟଣ, ଏମିତି ବରଫ ଅତଡ଼ା ଖସି ଅନେକ ଲୋକ ଙ୍କ ପତ୍ତା ମିଳେନି….
ଅନୁସନ୍ଧାନ-
ୟୁଟ୍ୟୁବରେ ଅଲଗା ଅଲଗା ଶବ୍ଦ ବ୍ୟବାହର କରି ଆମେ ଭାଇରାଲ ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୂପ, ଆମକୁ 4 ଏପ୍ରିଲରେ ଆଜତକ ଚ୍ୟାନେଲରେ ପ୍ରସାରିତ ସମାନ ଭିଡିଓ ମିଳିଲା। ଏହା ସହିତ ଦିଆଯାଇଥିବା ସୂଚନା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଏହି ଭିଡିଓ ସିକ୍କିମର ଅଟେ।
NDTV ଇଣ୍ଡିଆର ରିପୋର୍ଟରେ ମଧ୍ୟ ଏହି ଭିଡିଓ ପ୍ରସାରିତ ହୋଇଥିବା ଆମେ ପାଇଲୁ। ଏହି ଭିଡିଓ 5 ଏପ୍ରିଲରେ ପୋଷ୍ଟ କରାଯାଇଥିଲା। ପ୍ରକାଶିତ ଖବର ଅନୁସାରେ ଏହି ଘଟଣା ସିକ୍କିମରେ ଏକ ବରଫ ଖସିବାର ଅଟେ।। ଏଥିରେ 27 ଜଣ ଲୋକ ଫସି ରହିଥିଲେ। ଏହି ଘଟଣାରେ 20 ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ 7 ଜଣଙ୍କର ମୃତ୍ୟୁ ହୋଇଥିଲା।
ଭାସ୍କର ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିକ୍କିମରେ ଏହି ଘଟଣା ରାତି 12:20 ସମୟରେ ଗାଙ୍ଗଟୋକକୁ ନାଥୁ ଲା ପାସକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ଘଟିଥିଲା। ଅନ୍ୟପକ୍ଷରେ, ହିମାଚଳ ପ୍ରଦେଶରେ ଲାହଲ-ସ୍ପିଟି ଜିଲ୍ଲାର ଲାହଲ ସବଡିଭିଜନର ଚେକା ନିକଟରେ ଏକ ବରଫ ଅତଡ଼ା ପଡିଛି। ଏହି ଘଟଣାରେ ସୀମା ସଡକ ସଂଗଠନର ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଥିଲେ।
ସିଦ୍ଧାନ୍ତ-
ଫ୍ୟାକ୍ଟ-ଯାଞ୍ଚରେ, ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓ ସହିତ ଦାବି ମଧ୍ୟ ମିଥ୍ୟା ଅଟେ। ଏହି ଭିଡିଓ କେଦାରନାଥର ନୁହେଁ ବରଂ ସିକ୍କିମର ଗାଙ୍ଗଟୋକରେ ହୋଇଥିବା ଦୁର୍ଘଟଣାର ଭିଡିଓ।

Title:ସିକ୍କିମରେ ହୋଇଥିବା ଅଘଟଣ ଦୃଶ୍ୟକୁ କେଦାରନାଥ ଦାବିରେ ଭାଇରାଲ କରାଯାଉଛି।
Fact Check By: Sarita SamalResult: False
