
ଗତ ଚାରିମାସ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସଂଯୋଗ କରୁଥିବା ଏକ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ବ୍ୟକ୍ତିଙ୍କୁ ପୋଲିସର ପାଦ ତଳେ ପୋତି ହୋଇଥିବାର ଦେଖିପାରିବେ। ଏହି ବ୍ୟକ୍ତି ଜଣକ କୁସ୍ତି ସାକ୍ସି ମଲିକ ବୋଲି ଦାବି କରାଯାଉଛି।
ପୋଷ୍ଟ ସହିତ ଦାବି କରାଯାଉଛି ଯେ, ତା ୨୮/୦୫/୨୩ ତାରିଖ ଦେଶ ପାଇଁ ଏକ କଳା ଇତିହାସ ଲେଖା ହେଲା। ବିଜେପି ସରକାର ରେ ମହିଳା ଖେଳାଳିଙ୍କୁ ମିଳୁଛି ଏମିତି ସମ୍ମାନ ଭାରତ ପାଇଁ ଏମାନେ ପଦକ ଆଣିଥିଲେ ବୋଧେ ଏମିତି ସମୟ ଦେଖିବା ପାଇଁ।

ଅନୁସନ୍ଧାନ-
ଭାଇରାଲ ଫୋଟୋ କୁ ପ୍ରଥମେ ଆମେ ରିଭର୍ସ ଇମେଜ ସର୍ଚ କରି ଯାଞ୍ଚ କରିଲୁ। ପରିଣାମରେ ଟାଇମ୍ସ ଅଫ୍ ଇଣ୍ଡିଆର ୱେବସାଇଟରେ 1 ଫେବୃଆରୀ 2021 ରେ ପ୍ରକାଶିତ ଭାଇରାଲ ଫୋଡଟୋ ଆମେ ପାଇଲୁ। ନିମ୍ନରେ ଖବର ଦେଖନ୍ତୁ।

ଏହା ସହିତ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଫୋଟୋ 22 ବର୍ଷିୟ ରଣଜିତ ସିଂଙ୍କର, ଯିଏ ସିଙ୍ଗୁ ସୀମାରେ କୃଷକଙ୍କ ବିରୋଧ ସମୟରେ ପୋଲିସର ଜୋତା ତଳେ ଚାପି ହୋଇଯାଇଥିଲେ।
ଯେହେତୁ ଏହି ଚିତ୍ର ପୁରୁଣା, ଏହାର ଆନ୍ଦୋଳନ ସହିତ ଏହାର କୌଣସି ସମ୍ପର୍କ ନାହିଁ।
ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଫୋଟୋ ଉତ୍ତୋଳନ କରାଯାଇଥିଲା ଯେତେବେଳେ କୃଷକମାନେ ଦିଲ୍ଲୀର ସିଙ୍ଗୁ ସୀମାରେ ସରକାର ଦେଇଥିବା କୃଷି ଆଇନ ବିରୁଦ୍ଧରେ ବିରୋଧ କରିଥିଲେ।
ସିଦ୍ଧାନ୍ତ-
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭାଇରାଲ୍ ଫୋଟୋ ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଏହି ଫୋଟୋ 2021 ମସିହାରେ କୃଷକଙ୍କ ଆନ୍ଦୋଳନର ଅଟେ । କୁସ୍ତି ସାକ୍ସି ମଲିକ କିମ୍ବା ସମ୍ପ୍ରତି ଆନ୍ଦୋଳନ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Title:ଚାଷୀଙ୍କ ଆନ୍ଦୋଳନର ପୁରୁଣା ଫୋଟୋକୁ ଚାଲୁଥିବା କୁସ୍ତି ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।
Written By: Sarita SamalResult: False
