କ’ଣ ଜଣେ ପୋଲିସକର୍ମୀ ଗୋଟିଏ ଗୁପ୍ଚୁପ ଦୋକାନ ଭାଙ୍ଗୁଥିବାର ଏହି ଭିଡିଓ ପ୍ରକୃତ ଘଟଣା ଅଟେ? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ ଗୁପ୍ଚୁପ ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଗୁପ୍ଚୁପ ଦୋକାନରେ ଗୋଟିଏ ମହିଳା ଏବଂ ତାଙ୍କ ଝିଅ ଆସି ପହଞ୍ଚିଛନ୍ତି। ଝିଅଟି ଗୁପ୍ଚୁପ ଖାଉଥିବା ସମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆସି ଗୁପ୍ଚୁପ ଖାଇଲେ। ଯେତେବେଳେ ଗୁପ୍ଚୁପ ଦୋକାନୀ ପୋଲିସକର୍ମୀଙ୍କ ଠାରୁ ପଇସା ମାଗିଲା ସେତେବେଳେ ସେ ଗୁପ୍ଚୁପ ଦୋକାନକୁ ଲାଟ ମାରି ଭାଙ୍ଗି ଦେଲେ ଏବଂ ସେଠାରୁ ପଳାଇଲେ। 

ଦାବି କରା ଯାଉଛି ଯେ ଏହା ଏକ ପ୍ରକୃତ ଘଟଣା ଯେଉଁଥିରେ ପୋଲିସର କ୍ରୁରତା ଦେଖିବାକୁ ମିଳିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ସତ୍ୟ ଘଟଣା ନୁହେଁ ବରଂ ଲୋକଙ୍କୁ ସଚେତନ ଏବଂ ତାଙ୍କ ମନୋରଞ୍ଜନ ପାଇଁ ଏହି ଭିଡିଓ କରା ଯାଇଛି। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ କିଛି ଲୋକେ ଏହି ଭିଡିଓକୁ ପ୍ରକୃତ ଘଟଣା ବୋଲି ସ୍ଵୀକାର କରି କମେଣ୍ଟରେ ଲେଖିଛନ୍ତି ‘ସାହସୀ ମହିଳା ଙ୍କୁ ମୋର ସଲାମ ଆଉ ସେ ଶଳା ସରକାରୀ ଦଲାଲ କୁ ଜୋତା ମାଡ଼’

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ପୋଲିସ ପ୍ରତି ନିଜ କ୍ରୋଧ ଏବଂ ନିରାଶା ଦେଖାଇଛନ୍ତି। ଜଣେ ଲେଖିଛନ୍ତି, “ସରକାରୀ କୁକୁର ମାନଙ୍କ କାମ ଖାଇବେ ପଇସା ଦେବେନି, କହିଲେ ଝଗଡ଼ା କରିବେ

Facebook | Archive 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୬ ଜୁନ୍ ୨୦୨୩ ରେ 3 RD EYE ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ପାଇଲୁ। ଏହି ଭିଡିଓ ସହିତ ସୂଚନା ଦିଆଯାଇଥିଲା ଯେ ଏହା ଏକ ସାମାଜିକ ସଚେତନତା ଭିଡିଓ ଅଟେ। ଭିଡିଓ ଶେଷରେ ଏକ ପ୍ରତ୍ୟାଖ୍ୟାନ ମଧ୍ୟ ଅଛି ଯେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ। ଲୋକଙ୍କୁ କେବଳ ସଚେତନ କରିବା ପାଇଁ ଏହା ଅଂଶୀଦାର କରାଯାଉଛି। 

ଭିଡିଓ ଶେଷରେ ପ୍ରତ୍ୟାଖାନରେ ଲେଖା ଯାଇଛି, “ଏହି ଭିଡିଓ ଜନସାଧାରଣକୁ ଅସଲି ଜୀବନରେ କେଉଁପରି ଘଟଣା ଘଟି ପାରେ ତାହା ନେଇ ଶିକ୍ଷା ଏବଂ ସଚେତନ କରିବା ଉଦ୍ଦେଶ୍ୟରେ ସୃଷ୍ଟି କରା ଯାଇଛି।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ଏକ ସତ୍ୟ ଘଟଣା ନୁହେଁ ବରଂ ଲୋକଙ୍କୁ ସଚେତନ ଏବଂ ତାଙ୍କ ମନୋରଞ୍ଜନ ପାଇଁ ଏହି ଭିଡିଓ ସୃଷ୍ଟି କରା ଯାଇଛି। 

Avatar

Title:କ’ଣ ଜଣେ ପୋଲିସକର୍ମୀ ଗୋଟିଏ ଗୁପ୍ଚୁପ ଦୋକାନ ଭାଙ୍ଗୁଥିବାର ଏହି ଭିଡିଓ ପ୍ରକୃତ ଘଟଣା ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *