
କୋରୋନା ଭାଇରସ ସହ ଲଢ଼ିବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ନେତା ଅଭିନେତା ମାନେ ପ୍ରଧାନମନ୍ତ୍ରୀ କୋରୋନା ସହାୟାତା ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ଅକ୍ଷୟ କୁମାର 25 କୋଟି, ଟାଟା କମ୍ପାନି 500 କୋଟି ଏବଂ ଅନ୍ୟାନ୍ୟ ଜଣାଶୁଣା ଲୋକମାନେ କୋରୋନା ସହାୟତା ଫଣ୍ଡରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଦେଶ କୌଣସି ମହାମାରୀ ଅଥବା କୌଣସି ବିପଦରେ ଥିଲେ ନେତା ଏବଂ ଅଭିନେତା ମାନେ ନିଜ ମନ ଇଚ୍ଛାରେ ସହାୟତା ରାଶି ପ୍ରଦାନ କରନ୍ତି ଏବଂ ସାଧାରଣ ଲୋକମାନେ ଫିଲ୍ମଷ୍ଟାରମାନଙ୍କ ଠାରୁ ଆଶା ମଧ୍ୟ ରଖିଥାନ୍ତି। ଏଥି ମଧ୍ୟରେ ଫିଲ୍ମ ଜଗତର ତିନି ଖାନ ଅର୍ଥାତ୍ ଶାହାରୂଖ ଖାନ୍, ସଲମାନ ଖାନ୍ ଏବଂ ଆମିର ଖାନ୍ କୁ ଲୋକ ପ୍ରଥମେ ଖୋଜନ୍ତି ଯେ, ସେମାନେ କେତେ ସହାୟତା ରାଶି ପ୍ରଦାନ କରିଛନ୍ତି। ଅକ୍ଷୟ କୁମାର 25 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ଖବର ପରେ ସୋସିଆଲ ମିଡିଆରେ ଶାହାରୂଖ ଖାନ କେତେ ସହାୟତା ରାଶି ପ୍ରଦାନ କରିଛନ୍ତି ସେ ନେଇ ଚର୍ଚ୍ଚା ଚାଲିଛି। Sanjaya Sahoo ନାମକ ଜଣେ ଫେସବୁକ ୟୂଜର ନିଜ ଆକାଉଣ୍ଟରେ ଶାହାରୁଖ ଖାନ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା ଦେଇଥିବା ଶାହାରୁଖ ଖାନ ଭାରତୀୟଙ୍କୁ କେବେବି ଟଙ୍କାଟେ ସାହାର୍ଯ୍ୟ କରି ନାହାନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏହା ପଛର କାରଣ କଣ ହୋଇପାରେ। ପ୍ରକୃତରେ ଭାରତୀୟ ଶାହାରୁଖ ଖାଁର ସିନେମା ଦେଖିବା ବନ୍ଦ କରନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5 ଥର ସେୟାର କରାଯାଇଥିବା ସହ 74 ଲାଇକ୍ ଏବଂ 42 କମେଣ୍ଟ ଆସିଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କ’ଣ ଶାହାରୂଖ ଖାଁ ପାକିସ୍ତାନକୁ କେବେ 45 କୋଟି ଟଙ୍କାର ସହାୟତା କରିଥିଲେ? କ’ଣ ଶାହାରୁଖ ଖାଁ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ ଶାହାରୁଖ ଖାନ୍ ପାକିସ୍ତାନକୁ କେବେ 45 କୋଟି ଟଙ୍କା ଦାନ ଦେଇଛନ୍ତି ନା ନାହିଁ ସେ ବିଷୟରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 4 ଜୁଲାଇ 2017ରେ ପ୍ରକାଶିତ ହୋଇଥିବା ଏକ ଭିଡିଓ ଇଣ୍ଡିଆ ଟିଭିର ନ୍ୟୁଜ୍ ଚ୍ୟାନେଲ୍ ୟୁଟ୍ୟୁବରେ ମିଳିଲା। ଖବର ଅନୁଯାୟୀ, ଶାହାରୁଖଙ୍କ ମିଡିଆ ଟିମ୍ ଯୋଗାଯୋଗ କରିବାବେଳେ କହିଥିଲେ ଯେ ସେମାନେ ବାହଲପୁର ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ‘ସାହାଯ୍ୟ କରିନାହାଁନ୍ତି। ଏହା ଛଡ଼ା ଏହା ମଧ୍ୟ ସ୍ପଷ୍ଟ କରିଲେ ଯେ, ପାକିସ୍ତାନକୁ ଶାହରୁଖ ଖାନ କେବେ ମଧ୍ୟ 45 କୋଟି ଟଙ୍କା ସହାୟତା କରି ନାହାନ୍ତି। ଏହା ତାଙ୍କ ଟିମ କହିଛନ୍ତି ଯେ, ଶାହାରୁଖ ଖାନ କାହାକୁ ସାହାର୍ଯ୍ୟ କରିଲେ ଅଥବା ଏପରି କୌଣସି କାର୍ଯ୍ୟ କରିଲେ ମିଡ଼ିଆ କିମ୍ବା କାହାକୁ ଜଣାଇବା ଜରୁରି ଭାବନ୍ତି ନାହିଁ। ତଳେ ଭିଡିଓ ଦେଖନ୍ତୁ।
ବର୍ତ୍ତମାନ ଆମେ ଦ୍ୱିତୀୟ ଦାବିରେ ଆସିଛୁ ଯେ ଭାରତୀୟଙ୍କ ଉପରେ ଆସିଥିବା କୌଣସି ଅସୁବିଧା ପାଇଁ ଶାହାରୁଖ ଏକ ଟଙ୍କା ମଧ୍ୟ ଦେଇନାହାଁନ୍ତି। 2015 ରେ ଚେନ୍ନାଇ ବନ୍ୟାରେ ପୀଡିତମାନଙ୍କୁ ସର୍ବାଧିକ ଦାନ ଦେଇଥିବା ଦୁଇ ସେଲିବ୍ରିଟିଙ୍କ ମଧ୍ୟରୁ ଶାହରୁଖ ଖାନ ଅନ୍ୟତମ ଥିଲେ। ଦ୍ୱିତୀୟ ସେଲିବ୍ରିଟି ଥିଲେ ରାଘବ ଲରେନ୍ସ। ଦୁହେଁ ବନ୍ୟା ପୀଡିତଙ୍କ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରିଥିଲେ। 2014 ରେ, ସାମାଜିକ ତଥା ଗ୍ରାମୀଣ ବିକାଶ ପାଇଁ ଶାହରୁଖଙ୍କ କମ୍ପାନୀ ରେଡ୍ ଚିଲି ଏଣ୍ଟରଟେନମେଣ୍ଟ 25 କୋଟି ଟଙ୍କା ଦେଇଥିଲା।ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The hindu । Archive
ଏହା ଛଡ଼ା Shah rukh khan Honorariums and charity works ଏବଂ MEER Foundation ମଧ୍ୟ 2016ରେ ସାହାରୁଖ ଖାନ ଚଲାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ଶାହାରୁଖ ଖାନ ଭାରତରେ ବିପଦ ସମୟରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଏହା ଛଡ଼ା ତଳେ ଦି ଲଲନଟୋପର ଭିଡ଼ିଓକୁ ଦେଖନ୍ତ। ଭିଡ଼ିଓରେ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ଦେବକୁ ନେଇ ସ୍ପଷ୍ଟ ବିବରଣି କରଯାଇଛି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିବା ଦାବି ମିଥ୍ୟା ଅଟେ। ଏହା ସହ ଶାହାରୁଖ ଖାନ ଭାରତର ବିପଦ ସମୟରେ କେବେ ମଧ୍ୟ ସହାୟତା ରାଶି ପ୍ରଦାନ ନ କରିଥିବା ଦାବି ମଧ୍ୟ ମିଥ୍ୟା ଅଟେ। ଶାହାରୁଖ ଖାନ ପାକିସ୍ତାନକୁ କେବେ ମଧ୍ୟ 45 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରି ନାହାନ୍ତି।

Title:କ’ଣ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିଲେ? କ’ଣ ଶାହାରୁଖ ଖାନ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False