
କ’ଣ କାହାଣୀ ନିର୍ଭୟାଙ୍କର?
୧୬ ଡିସେମ୍ବର ୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ଘଟି ଥିଲା। ୨୩ ବର୍ଷୀୟ ଜଣେ ମହିଳାଙ୍କ ସହିତ ଗୋଟିଏ ବସରେ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦିଆ ଯାଇଥିଲା। ସେହି ବସରେ ଆହୁରି ୬ ଜଣ ଯୁବକ ଥିଲେ ଓ ସେ ମାନେ ଏହି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କୁ ସିଙ୍ଗାପୁର ର ଗୋଟିଏ ହସ୍ପିଟାଲରେ ଚିକିତ୍ସା କରା ଯାଉ ଥିଲା କିନ୍ତୁ ଦୁଇ ଦିନ ପରେ ତାଙ୍କ ମୃତ୍ୟୁ ହେଇ ଯାଇଥିଲା। ଏହି ଘଟଣା ନେଇ ଦେଶ ବିଦେଶରେ ବହୁତ ପ୍ରଚାର ହେଇଥିଲା। ଲୋକେ ସେ ସମୟର ମହିଳା ମାନଙ୍କ ସୁରକ୍ଷା କୁ ନେଇ ସରକାର ବିରୂଢରେ ମଧ୍ୟ ଧାରଣା ଦେଇଥିଲେ। ଭାରତ ନିୟମ ବ୍ୟବସ୍ତା ଦୁଷ୍କର୍ମ ପୀଡ଼ିତାଙ୍କ ଅସଲି ନାମ ଜଣାଇବା ବିରୁଦ୍ଧରେ ଥିଲା ବେଳେ ଏହି ପୀଡ଼ିତାଙ୍କ ନାମ ନିର୍ଭୟା ରକ୍ଷା ଯାଇଥିଲା। ଦୁଷ୍କର୍ମ ଏବଂ ହତ୍ୟା କରି ଥିବା ସମସ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରି ଥିଲେ ଓ ସେ ମାନଙ୍କୁ ତିହାର ଜେଲରେ ରକ୍ଷା ଯାଇଥିଲା। ରାମ ସିଂହ ନାମ ଜଣେ ଅପରାଧୀ ୧୧ ମାର୍ଚ ୨୦୧୩ରେ ଜେଲରେ ଆତ୍ମହତ୍ୟା କରିଥିଲେ। ୧୦ ସେପ୍ଟେମ୍ବରରେ କୋର୍ଟ ସମସ୍ତ ଅପରାଧୀ କୁ ଦୋଷୀ ଘୋଷିତ କରିଥିଲା। ୧୩ ମାର୍ଚ ୨୦୧୪ ରେ ଦିଲ୍ଲୀ ହାଇ କୋର୍ଟ ମୃତ୍ୟୁ ଦଣ୍ଡ ମଧ୍ୟ ଶୁଣାଇ ଥିଲା। ୧୮ ଡିସେମ୍ବର ୨୦୧୯ ରେ ସୁପ୍ରିମ କୋର୍ଟ ସମସ୍ତ ଦୋଷୀଙ୍କ ଫାଶୀ ଟାଳିବା ଅନୁରୋଧକୁ ଖାରଜ କରିଥିଲା। ୭ ଜାନୁଆରୀ ୨୦୨୦ ରେ ଦିଲ୍ଲୀ କୋର୍ଟ ୩ ମାର୍ଚ ଦିନ ଫାଶୀ ଦେବାର ସମୟ ଦେଇଥିଲା। ସେଶରେ ଏହି ୪ ଅପରାଧୀଙ୍କୁ ୨୦ ମାର୍ଚରେ ଫାଶୀ ଦିଆ ଗଲା।
ଏହି ଖବର ନେଇ ବର୍ତମାନ ସମୟରେ ୨୦ ମାର୍ଚରେ ଫେସବୁକର ନବୀନ ଓଡ଼ିଶା ନାମକ ପେଜରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଅଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା ଯୁବତୀ ହେଲେ ନିର୍ଭୟା ଓ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଯୁବକ ମାନଙ୍କୁ ଫାଶୀ ଦେବା କଥା କୁହା ଯାଇଅଛି।
ଆସନ୍ତୁ ଜାଣିବା ଏହି ପୋଷ୍ଟର ସତ୍ୟ କ’ଣ:
ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋକୁ ଭଲଆରଏସଇ ଦେଖିଲୁ। ଏହି ଫୋଟୋରେ ଥିବା ମହିଳାଙ୍କ ନାମ ସୌମ୍ୟା ବୋଲି ଫୋଟୋରେ ଲେଖା ଯାଇଅଛି। ଏହା ଦେଖି ଆମେ ଜାଣି ପାରିଲୁ ଯେ ଫୋଟୋରେ ଥିବା ମହିଳାଙ୍କ ନାମ ସୌମ୍ୟା ଓ ସେ ନିର୍ଭୟା ନୁହନ୍ତି।
ଏହି ବିଷୟରେ ଆହୁରି ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ସୌମ୍ୟା ଭିଶ୍ବନାଥନ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତଭଳିନ ସିଂହ ଆରୋଡ଼ା ନାମକ ଜେନ ପତ୍ରକାର ନିଜ ତ୍ଵିଟୀର ହେଣ୍ଡେଲରେ ଲେଖିଛନ୍ତି ଯେ ତାଙ୍କ ସାଙ୍ଗ ସୌମ୍ୟାଙ୍କୁ ନ୍ୟାୟ କେବେ ମିଳିବ? ଅକ୍ଟୋବର 2014 ମସିହାରୁ ତାଙ୍କ ପକ୍ଷରେ ଲଢିବା ପାଇଁ କେହି ଓକିଲ ନାହାନ୍ତି ଓ ତାଙ୍କ ହତ୍ୟାର କେସ ଏହି କାରଣ ପାଇଁ ଅଟକି ରହିଛି।
୨୩ ଜୁନ ୨୦୦୯ ମସିହାରେ ଏନ.ଡି.ଟି.ଭି ନିଜ ୟୁଟ୍ୟୁବ ଛେନାଲରେ ଏହା କହିଛି ଯେ ଦିଲ୍ଲୀ ପୋଲିସ ସୌମ୍ୟା ଭିଶ୍ବନାଥନଙ୍କ ହତ୍ୟା ମାମଲାରେ ୫ ଜଣଙ୍କ ନାମରେ ଚାର୍ଜଶିଟ ଦାଖଲ କରିଛି। ୩୦ ସେପ୍ଟେମ୍ବର ୨୦୦୮ ମସିହାରେ ସୌମ୍ୟାଙ୍କ ହତ୍ୟା କରା ଯାଇଥିଲା। ଯେତେବେଳେ ସେ ନିଜ କାମ ସାରି ଘରକୁ ଫେରୁଥିଲେ ସେତେବେଳେ ତାଙ୍କ ହତ୍ୟା ହେଇଥିଲା। ହତ୍ୟାର କାରଣ ଜାଣିବା ପାଇଁ ପୋଲିସ ଖୋଜ କରୁଛି। ପୋଲିସ ଏହି ହତ୍ୟାର କାରଣ ଡକାଯତି ବୋଲି ଆଶଙ୍କା କରୁଛି। ସୌମ୍ୟାଙ୍କ ହତ୍ୟା ସହିତ ଜିଗୀଷା ନାମକ ଜଣେ ଯୁବତୀଙ୍କ ହତ୍ୟାରେ ସମ୍ପର୍କ ଅଛି ବୋଲି ପୋଲିସ କହୁଅଛନ୍ତି। ଜିଗୀଷାଙ୍କ ହତ୍ୟା କରିଲା ପରେ ତାଙ୍କ ହତ୍ୟାକାରୀ ଜିଗୀଷାଙ୍କ କ୍ରେଡିଟ କାର୍ଡ ବ୍ୟବହାର କୃ ଶପିଙ୍ଗ ମଧ୍ୟ କରିଥିଲେ। ସି.ସି.ଟି.ଭି ରେ ତାଙ୍କୁ ଦେଖିଲା ପରେ ପୋଲିସ ସେ ମାନଙ୍କୁ ଗିରଫ କରିବାରେ ସକ୍ଷମ ହେଇଥିଲେ। ଏହା ପରେ ସେହି ଲୋକ ସୌମ୍ୟାଙ୍କ ହତ୍ୟା ମଧ୍ୟ କରିଛନ୍ତି ବୋଲି ପୋଲିସ ସାମନାରେ ସ୍ଵୀକାର କରିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଥିବା ଯୁବତୀ ନିର୍ଭୟା ନୁହନ୍ତି। ଏହି ଜ୍ଜୁବତୀଙ୍କ ନାମ ହେଲା ସୌମ୍ୟା ଭିଶ୍ବନାଥନ ଓ ତାଙ୍କ ହତ୍ୟା ୨୦୦୮ ମସିହାରେ ହେଇଥିଲା। ସୌମ୍ୟାଙ୍କ ହତ୍ୟା ଏବଂ ନିର୍ଭୟାଙ୍କ ଦୂଷକାର୍ମ ମାମଲାରେ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ ଥିବା ସୌମ୍ୟା ଭିଶ୍ବନାଥନଙ୍କ ଫୋଟୋଟି କୁ ନିର୍ଭୟାଙ୍କ ଫୋଟୋ କହି ଭାଇରାଲ କରା ଯାଉଅଛି।

Title:କ’ଣ ଫୋଟୋରେ ଥିବା ଯୁବତୀ ନିର୍ଭୟା ଅଟନ୍ତି? କିଏ ଏହି ଯୁବତୀ ଓ କ’ଣ ତାଙ୍କ କାହାଣୀ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False