
କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। କିଛି ଲୋକ କଂଗ୍ରେସକୁ ଭୋଟ୍ ନଦେବାକୁ ମଧ୍ୟ ନିବେଦନ କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ ଭାଇରାଲ କ୍ଲିପକୁ ଭୁଲ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ\ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କେତେ ଦୁଃଖ ବେଦନା . ନିର୍ବାଚନ ସମୟରେ ଏହି କଂଗ୍ରେସି ମାନେ ଚିତା ଚୈତନ କାଟି, କାନ୍ଧରେ ପଇତା ବେକରେ ରୁଦ୍ରାକ୍ଷ ମାଳ ପକାଇ ମନ୍ଦିର ମନ୍ଦିର ବୁଲନ୍ତି“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅନେକ ମିଡିଆ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓକୁ ଦେଖା ଯାଇ ପାରିବ। ୧୭ ଅକ୍ଟୋବର ୨୦୨୩ ରେ ଲାଇଭ୍ ହିନ୍ଦୁସ୍ତାନର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଭିଡିଓର ଲାମ୍ବା ଭର୍ସନ୍ ପ୍ରସାରିତ ହେଇଥିବା ମିଳିଲା।
ସୂଚନାନୁସାରେ, ୧୭ ଅକ୍ଟୋବର ରେ କଂଗ୍ରେସ କହିଥିଲା ଯେ ଭାରତୀୟ ଜନତା ପାର୍ଟି ସରକାର ଗଙ୍ଗା ମାତାକୁ ମଧ୍ୟ ରକ୍ଷା କରିନାହାଁନ୍ତି ଏବଂ ଗଙ୍ଗା ଜଳ ଉପରେ ୧୮% ଜିଏସଟି ଲାଗୁ କରିଥିଲା ଏବଂ ଯେତେବେଳେ କଂଗ୍ରେସ ଏହା ଉପରେ ଚାପ ପକାଇଥିଲା ସେତେବେଳେ ଏହାର ପ୍ରତ୍ୟାହାର କରିବାକୁ ପଡିଥିଲା।
କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ଜାଣିବାକୁ ପାଇଲା ଯେ ଗଙ୍ଗା ମାତା ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି ଏବଂ ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ କରାଯାଉଛି, ତେବେ କଂଗ୍ରେସ ଏହାକୁ ଦୃଢ ବିରୋଧ କରିଛି ଯେଉଁଥିପାଇଁ ସରକାର ଚାପରେ ଏହି ନିଷ୍ପତ୍ତି ବଦଳାଇବାକୁ ପଡିଛି। ଏହିପରି ଭାବରେ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ବାଧ୍ୟ କଲା ଏବଂ ବିଜେପିକୁ ଏହି ଭୁଲ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଲା।
ସୁପ୍ରିୟା ଶ୍ରୀନେଟ୍ କହିଛନ୍ତି, “ଜିଏସଟି CBIC ଅଧୀନରେ ଆସେ ଏବଂ CBIC ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ- ରୁଦ୍ରାକ୍ଷ ମାଳା, ରୋଲି, ବିଭୁତି, କଳାବା, ବିନା ବ୍ରାଣ୍ଡର ମହୁ, କାଠ ଷ୍ଟାଣ୍ଡ, ଚରଣାମୃତ, ଚନ୍ଦନ ତିଲକ ଏବଂ ଦୀପ ଉପରେ ଜିଏସଟି ନାହିଁ। ଏହା ଛଡା ଅନ୍ୟ ସମସ୍ତ ସାମଗ୍ରୀ ଉପରେ ଜିଏସଟି ଅଛି।ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ ନକରିବା ବିଷୟରେ ୱେବସାଇଟରେ କୌଣସି ଉଲ୍ଲେଖ ନାହିଁ। ହିନ୍ଦୁ ଧର୍ମରେ ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ଟି ରୀତିନୀତି ରହିଛି ଏବଂ ଏହି ସମସ୍ତରେ ଗଙ୍ଗା ଜଳ ବାଧ୍ୟତାମୂଳକ ଅଟେ। ମୋଦୀ ସରକାର ମଧ୍ୟ ଗଙ୍ଗା ଜଳ ଉପରେ ୧୮% ଜିଏସଟି ଆଦାୟ କରୁଥିଲେ ଏବଂ ଯେତେବେଳେ ଆମେ ଏହାକୁ ଡକ୍ୟୁମେଣ୍ଟ ସହିତ ପ୍ରକାଶ କରିଥିଲୁ, ସେମାନେ ଟ୍ୟାକ୍ସ ହଟାଇଲେ।“
ସୁପ୍ରିୟା ଶ୍ରୀନେଟ୍ ଆଗକୁ ମଧ୍ୟ କହିଛନ୍ତି,“ଆମେ ସେମାନଙ୍କୁ ପଚାରିବା ଉଚିତ ଯେ ଯେତେବେଳେ ଆମେ ଆପଣଙ୍କୁ ପ୍ରକାଶ କରିଥିଲୁ, ଆପଣ କହିଥିଲେ ଯେ ଗଙ୍ଗା ଜଳ ଉପରେ ଜିଏସ୍ଟି ଲାଗୁ ହେବ ନାହିଁ। ନଚେତ୍ ଆପଣ ଗଙ୍ଗା ଜଳ ଉପରେ ମଧ୍ୟ 18 ପ୍ରତିଶତ ଟିକସ ଲାଗୁ କରୁଥିଲେ | ବର୍ତ୍ତମାନ ଆପଣ ଭାବୁଥିବେ ଯେଉଁମାନେ ଧର୍ମର ସ୍ୱ-ନିଯୁକ୍ତ କଣ୍ଟ୍ରାକ୍ଟର ଅଟନ୍ତି ସେମାନେ ଧର୍ମର ଅନୁଗାମୀମାନଙ୍କୁ ଅଧିକ ପ୍ରତାରଣା କରନ୍ତି।“
ନିମ୍ନରେ ଆପଣ ମାନେ ତୁଳନାତ୍ମକ ଭିଡିଓ ଦେଖି ପାରିବେ।
ଏହି ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ କଂଗ୍ରେସର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରକାହିତ ହେଇଥିବା ମିଳିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ହିନ୍ଦୁ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ନ ଥିବାରୁ କଂଗ୍ରେସ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ଭାଇରାଲ ପୋଷ୍ଟ ଭୁଲ ଅଟେ। ଗଙ୍ଗା ଜଳ ଉପରେ ଜିଏସ୍ଟି ସମ୍ପର୍କରେ ସୁପ୍ରିୟା ଶ୍ରୀନେଟ୍ କହିଥିଲେ ଯେ ଯେତେବେଳେ ଅନ୍ୟ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରାଯାଏ ନାହିଁ, ତେବେ ଗଙ୍ଗା ଜଳ ଉପରେ ଜିଏସ୍ଟି କାହିଁକି ଲାଗୁ କରାଯାଏ?

Title:କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?
Written By: Siddharth SahuResult: False
