ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି।  କିନ୍ତୁ […]

Continue Reading

ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ବାଂଲାଦେଶର ମୁସଲମାନ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ପୋଖରୀରେ ପହଂରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କିଛି ଲୋକେ ପଥର ଫିଙ୍ଗି ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଏବଂ ସେଠିକାର ମୁସଲମାନ ବାସିନ୍ଦା ମାନେ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର […]

Continue Reading

ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ […]

Continue Reading

ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ। ଏହି ପ୍ରସଙ୍ଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଡ଼ ଆକ୍ରମଣ ହୋଇଛି ବୋଲି ଅଭିଯୋଗ କରୁଥିବା ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଶିଶୁ ଧୁଳିରେ ଆବୃତ ହୋଇ ବସିଥିବା ଏକ ଭିଡିଓ ଦେଖିବାକୁ ପାଇଲୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ନେତା ଉପରେ ଆକ୍ରମଣର ଭିଡିଓକୁ ବିଭ୍ରାନ୍ତକାରୀ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ହିଂସା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମୃତ ବ୍ୟକ୍ତିଙ୍କୁ ଏକ ପ୍ରତିମୂର୍ତ୍ତିରେ ଝୁଲାଇ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ଦେଖାଯାଇଛି। ଦାବି କରାଯାଇଛି ଯେ ସମ୍ପ୍ରତ୍ତି ସ୍ଥିତିରେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ମୁସଲମାନମାନେ ନିର୍ଯାତନା ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାର ନୁହେଁ। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ଆୱାମି ଳିଗ୍ […]

Continue Reading

ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅର୍ଦ୍ଧ ନଗ୍ନ ବ୍ୟକ୍ତିଙ୍କୁ କିଛି ଲୋକ ମାଡ ମାରୁଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ମାଡ ମାରୁଥିବା ଲୋକମାନେ ମଧ୍ୟ ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ସେୟାର କରି ଦାବି କରାଯାଇଛି ଯେ ଭିଡିଓରେ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ ସାଧୁ’।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ ଏହି ଭିଡିଓରେ ଭାରତ ଏବଂ ବାଂଲାଦେଶର ହିନ୍ଦୁ ମାନଙ୍କୁ ISIS ର କ୍ୟାମ୍ପ୍ ରୁ ଉଦ୍ଧାର କରା ଯାଉଛି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଦୁଇଟି ମହିଳାଙ୍କୁ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରି ମାନେ ସେ ମାନଙ୍କୁ ଉଦ୍ଧାର କରିଥିଲେ।  ଦାବି କରା ଯାଉଛି ଯେ ତମ୍ବୁରେ ବନ୍ଧା ଅବସ୍ଥାରେ ଥିବା ମହିଳା ମାନେ ହେଉଛନ୍ତି ଭାରତ ଏବଂ ବାଂଲାଦେଶର ହିନ୍ଦୁ ଯେଉଁମାନେ ISIS ର ଶୋଷଣର ଶିକାର ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କଂଗ୍ରେସ ସରକାର କୁ ଆସିଲେ ହିନ୍ଦୁ ମାନଙ୍କୁ ବାହାର କରି ଦେବ କହିଲାଣି ରାହୁଲ ଖାଂ l କିଛି କଂଗ୍ରେସୀଆ ଭାବୁଥିବେ ଆମେ ତ ଭୋଟ ଦେଉଛୁ ଆମେ ତ ତାଙ୍କ ଲୋକ ଆମକୁ ନୂହେଁ ମ ଆରେ ଧରମ ଛଡା […]

Continue Reading

କ’ଣ ପ୍ରକୃତରେ ଏହି ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି ଜଣେ ହିନ୍ଦୁଙ୍କୁ ନିଜ ଅଞ୍ଚଳରୁ ଧକା ଦେଇ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ସେୟାର କରାଯାଉଛି, ଯେଉଁଥିରେ ଜଣେ ମୁସଲମାନ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଭଗବା ସ୍କାର୍ଫ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଜଣେ ହିନ୍ଦୁ ଜଣେ ମୁସଲମାନ ଅଞ୍ଚଳରେ ଭଗବା ସ୍କାର୍ଫ ପିନ୍ଧି ଠିଆ ହୋଇଥିବାରୁ ତାଙ୍କୁ ମୁସ୍କିମ ବ୍ୟକ୍ତି ସେଠାରୁ ତାଙ୍କୁ ଠେଲି ବାହାର କରିବାର ଉଦ୍ଦ୍ୟୟମ କରୁଛନ୍ତି।  ଭାଇରାଲ ଭିଡିଓରେ ପ୍ରଥମ ମୁସଲମାନ ବ୍ୟକ୍ତି ଭଗବା କପଡା ପିନ୍ଧିଥିବା ବ୍ୟକ୍ତିଙ୍କୁ […]

Continue Reading

ଏହି ଭାଇରାଲ୍ ଭିଡିଓ 2019ର ଅଟେ, ଯେତେବେଳେ ମୃତକଙ୍କ ସମ୍ପର୍କୀୟମାନେ ଏକ ଦୁର୍ଘଟଣା ଉପରେ କ୍ରୋଧ ପ୍ରକାଶ କରିଥିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ମୌଲାନା ରାଜସ୍ଥାନର ବର୍ମର ସେଡୱା ଗ୍ରାମରେ ସମସ୍ତ ମୁସଲମାନମାନଙ୍କ ପାଇଁ ଫତୱା ଜାରି କରିଛନ୍ତି। ଯାହା ଅନୁଯାୟୀ ସେମାନେ ଜଟ୍, ଗୁଜରାଟ ଏବଂ ଚୌଧୁରୀଙ୍କ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଗାଡିରେ ବସିବା ଉଚିତ୍ ନୁହେଁ। ଭାଇରାଲ୍ ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ଶୁଣିବାକୁ ମିଳେ ଯେ ଯଦି ଜଣେ ମୁସଲମାନର ହୃଦୟରେ ବିଶ୍ୱାସର ଶସ୍ୟ ରହିଯାଏ… .. ସେ […]

Continue Reading

ଆଇଏସ୍ଆଇଏସ୍ ଟେଣ୍ଟରୁ ହିନ୍ଦୁମାନଙ୍କୁ ଭାରତ ଏବଂ ବାଂଲାଦେଶରୁ ଉଦ୍ଧାର କରାଯାଇଛି କି?

ଭିଡିଓଟି 2022 ରୁ ଏବଂ YPJ ବାହିନୀ ଦ୍ୱାରା ଅଲ-ହୋଲ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ମହିଳାମାନେ ୟାଜିଦି ଥିଲେ, ଭାରତୀୟ କିମ୍ବା ବାଂଲାଦେଶୀ ନୁହେଁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିବ। ତମ୍ବୁ ଭିତରେ ସେମାନେ ଦୁଇଜଣ girls ିଅଙ୍କୁ ଶିକୁଳିରେ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରୀମାନେ girls ିଅମାନଙ୍କୁ ଶୃଙ୍ଖଳରୁ ମୁକ୍ତ କରିଥିଲେ ଏବଂ ଆହତ ନହେବାକୁ […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କ’ଣ ଭିଡିଓରେ ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ନାବାଳକଙ୍କ ଧର୍ମ ପରିବର୍ତ୍ତନ ନେଇ ସରକାର ଉପରେ ଅଭିଯୋଗ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଏକ ସଂସଦ ରେ ଜଣେ ବ୍ୟକ୍ତିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାଂସଦ କହୁଛନ୍ତି ଯେ ପାକିସ୍ତାନରେ ୧୫ ବର୍ଷରୁ କମ୍ ବୟସ ପିଲା ମାନଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ କରା ଯାଉଛି ଏବଂ ପୋଲିସ ନିକଟରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଆ ନାହିଁ।  ଦାବି କରା ଯାଉଛି ଯେ ଏହା ପାକିସ୍ତାନରେ ହିନ୍ଦୁ ମାନଙ୍କର ଅବସ୍ଥା। ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ସଂସଦରେ ଏହି ଅଭିଯୋଗ […]

Continue Reading

ହିନ୍ଦୁ ସାଂସଦ ପାକିସ୍ତାନରେ ପରିବର୍ତ୍ତନକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି କି?

ସୋସିଆଲ ମିଡିଆରେ ପାକିସ୍ତାନୀ ସାଂସଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହି ବ୍ୟକ୍ତି ପାକିସ୍ତାନରେ ହିନ୍ଦୁ ଏବଂ ଅନ୍ୟ ଧର୍ମର ପିଲାମାନଙ୍କର ଧର୍ମ ପରିବର୍ତ୍ତନକୁ ବନ୍ଦ କରିବା ବିଷୟରେ କହୁଛନ୍ତି। ଏହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ବୋଲି ଏହି ଭାଇରାଲ ଭିଡିଓ ସେୟାର କରାଯାଇଛି। ଉପଭୋକ୍ତାମାନେ ଲେଖୁଛନ୍ତି ଯେ ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ କିପରି ନିବେଦନ କରୁଛନ୍ତି ତାହା ଦେଖୁଛନ୍ତି। ସେୟାର ଚାଟେରେ […]

Continue Reading

କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତର ସମ୍ବିଧାନର ଧାରା ୩୦ ଏବଂ ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି। ପୋଷ୍ଟରେ ଦୁଇଟି ଧାରା ମଧ୍ୟରେ ପାର୍ଥକ୍ୟ ଦେଖାଇ ପ୍ରମାଣ କରା ଯାଇଛି ଯେ କେଉଁ ପ୍ରକାରରେ ଆମ ସମ୍ବିଧାନରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଧର୍ମଙ୍କ ମଧ୍ୟରେ ଦେଶରେ ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇଛି।  ଦାବି ଅନୁଯାୟୀ ଧାରା ୩୦(କ) ଅନୁସାରେ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମର […]

Continue Reading

ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ରାଜସ୍ଥାନର ଉଦୟପୁର, ଏବଂ ମହାରାଷ୍ଟ୍ରର ଅମରାବତି ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ସମ୍ବିଧାନ ସଂକଲ୍ପ ଯାତ୍ରା ନାମର ଏକ ରେଲି ଦିଲ୍ଲୀରେ ଆୟୋଜିତ କରିଥିଲା। ଦିଲ୍ଲୀର ମଣ୍ଡୀ ହାଉସ ଅଞ୍ଚଳରୁ ଯନ୍ତର ମନ୍ତର ଅଞ୍ଚଳ ତକ ଏହି ରେଲି କରା ଜୀବ ଯେଉଁଥିରେ ୫୦ ହଜାର ଲୋକେ ଯୋଗଦାନ ଦେବେ ବୋଲି ଦାବୋ କରା ଯାଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ […]

Continue Reading

ପୁରୁଣା ଭିଡିଓକୁ ନୂପୁର ଶର୍ମାଙ୍କ ସମର୍ଥନରେ ହିନ୍ଦୁମାନଙ୍କ ଭିଡ଼ ମିଥ୍ୟା ଦାବିରେ ଭାଇରାଲ।

ନୂପୁର ଶର୍ମାଙ୍କ ବିବାଦିୟ ବାୟାନ ପରେ ସୋଶିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ତାଙ୍କ ସମର୍ଥନରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଅଧିକ ସଂଖ୍ୟାରେ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି।  ଭିଡିଓ ସହ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ। ଏବଂ  ଏହି ଭିଡ଼ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ବାରିଛି। Santosh Behera ନାମକ ଜଣେ ଫେସବୁକ ୟୂଜର ଭାଇରାଲ […]

Continue Reading

କ’ଣ ମସଜିଦ୍ ଖୋଳିବାରୁ ମାଟି ତଳୁ ହିନ୍ଦୁ ଦେବତା ନନ୍ଦୀଙ୍କ ମୁର୍ତ୍ତି ବାହାରିଲା ?

ସୋସିଆଲ ମିଡିଆରେ  ଏକ ଧାର୍ମିକ ସ୍ଥଳ ପାଖରେ ନନ୍ଦିଙ୍କ ମୁର୍ତ୍ତି ମାଟି ତଳେ ବାହାରିଥିବାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋଟୋ ସହ ଦାବି କରାଯାଇଛି ଯେ, ଏକ ମସଜିଦ୍ ତଳେ ଶିବଙ୍କ ବାହନ ନନ୍ଦିଙ୍କ ମୂର୍ତ୍ତି ମିଳିଛି। ଭାଇରାଲ ଫୋଟୋ କୁ ହିନ୍ଦୁ ମୁସ୍ଲିମ ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଦେଖାଯାଇଛି। Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ତଳେ ନନ୍ଦୀ ବାବା ଉପରେ […]

Continue Reading

ସମାଜବାଦୀ ପାର୍ଟି ର ପ୍ରାର୍ଥୀ ଆଦିଲ୍ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ ?

ନିର୍ବାଚନ ପ୍ରଚାର ଜୋର ସୋରରେ ଲାଗି ରହିଛି। ଦଶ ଫେବୃଆରୀ  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଲା। ସେଦିନ ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ଦାବି ହେଉଛି ଯେ ସାଉଥ ମେରୁଟ ଏସପି ପ୍ରାର୍ଥୀ ମହମ୍ମଦ ଆଦିଲ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଫେବୃଆରିରେ ଡ଼. ଅଚଞ୍ଛା କୀଳା ନାମକ […]

Continue Reading

ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |

ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ  ଡିଏମ୍ ସାର୍  ମୁଁ  ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]

Continue Reading

ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।  13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମ ଦେଶର ସମ୍ବିଧାନର ଧାରା ୩୦ ଅନ୍ତର୍ଗତ ମୁସଲିମ ମାନେ ମଦରସାରେ କୁରାନ ପଢାଇ ପାରିବେ କିନ୍ତୁ ସମ୍ବିଧାନର ଧାରା ୩୦(ଏ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ ଏହି ସୁବିଧାରୁ ନିଲମ୍ବିତ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୯ ମଇରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଟିଏ […]

Continue Reading

ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ 3,200 ବର୍ଷ ପୁରୁଣା ଭଗବାନ ନରସିଂହ ମୂର୍ତ୍ତି ଦେଖାଯାଇଛି ଯାହା ତୁର୍କୀ-ସିରିଆ ସୀମା ନିକଟରେ ଖନନ ସମୟରେ ମିଳିଥିବା ନେଇ ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।  17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ୍ ୟୁଜର  ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି ଏବଂ ଓଡ଼ିଆରେ କ୍ୟାପସନରେ ଲେଖାଯାଇଛି ଯେ, “ତୁର୍କୀ-ସିରିଆ” ସୀମାରେ ଥିବା “ଟାଇଗ୍ରିସ୍ […]

Continue Reading

ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଲେ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ  ନୁଆଁ ବିବାହିତ ଦମ୍ପତି ମୁସ୍ଲିମ ବ୍ୟକ୍ତି ଏବଂ ମହିଳାଙ୍କୁ ମୁଣିଆ ମାରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳର ମୁସ୍ଲିମ ମା ଏବଂ ବାପା ନିଜ ଝିଅର ବାହାଘର ଏକ ସନାତନ ପିଲା ସହ କରିଦେଲେ, ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  4 ଏପ୍ରିଲରେ Rudra Raman Returns ନାମକ ଜଣେ ଫେସବୁକ […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?

ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। […]

Continue Reading

ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି।  2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।

ଗଣେଶ ପୂଜା ପାଇଁ  ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ  ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ  ଆକ୍ରମଣ କରିଲେ।  ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ […]

Continue Reading

ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

ଏହା ଲକଡାଉନରେ ମୁସ୍ଲିମମାନଙ୍କ ପର୍ବ ରୋଜା ଚାଲିଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏଥି ମଧ୍ୟରେ 23 ମେ ରେ ରାଷ୍ଟ୍ରବାଦୀ ପ୍ରଣୟ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଜଣେ ସାଧୁଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ […]

Continue Reading

ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, […]

Continue Reading

ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।

11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି  ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ […]

Continue Reading