୨୦୧୯ ରେ ସିଏଏ କୁ ବିରୋଧ କରୁଥିବା ଏକ ପ୍ରଦର୍ଶନର ଭିଡିଓକୁ ନିକଟରେ ୱାକଫ୍ ବିଲ୍ ବିରୋଧ ପ୍ରଦର୍ଶନ ଦାବି ସହିତ ଭାଇରାଲ କରା ଯାଉଛି।

୧୭ ମାର୍ଚ୍ଚ ୨୦୨୫ ରେ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ (AIMPLB) ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ବିରୋଧରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିଥିଲା ​​ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା।  ଏହି ସମୟରେ, ପୋଲିସ କର୍ମଚାରୀମାନେ ଭିଡ଼ ଉପରେ ଲାଠିଚାର୍ଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ ଉତ୍ତର ପ୍ରଦେଶରେ ୱାକଫ ବିଲ୍ ବିରୋଧରେ ପ୍ରଦର୍ଶନ କରୁଥିବା […]

Continue Reading

ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ସହିତ ପୋଲିସ ଏକ ମଦ୍ରସା ରେ ପ୍ରବେଶ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉତ୍ତରାଖଣ୍ଡର ଘଟଣା […]

Continue Reading

ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

ଦୁଇଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଦୋକାନୀଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ଯୁବକ ପ୍ରଥମେ ଦୋକାନ ଭଙ୍ଗାରୁଜା କରୁଛନ୍ତି ଏବଂ ତା’ପରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ମାଡ଼ ମାରୁଛନ୍ତି।  ଭିଡିଓ ସେୟାର କରି ଦାବି କରାଯାଉଛି ଯେ ରାସ୍ତାରେ ଏପରି ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସେହି ଯୁବକଙ୍କୁ ମାଡ଼ […]

Continue Reading

ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି। 

ନିକଟରେ ରାଜସ୍ଥାନ ନିର୍ବାଚନର ଫଳାଫଳ ରେ କଂଗ୍ରେସ ପରାଜୟ ହେଇଛି। ବିଜେପି ଦଳ ନିର୍ବାଚନରେ ବିଜଯ ହୋଇ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମାଳବାହିନୀ ଟ୍ରେନରେ କିଛି ଜେସିବି ମେସିନ୍ ଯାଉଥିବା ଭିଡିଓ ଭାଇରାଲ ହେଉଛି। ୟୁଜର ମାନେ ଏହାକୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ସେୟାର କରୁଛନ୍ତି।  ଦାବି କରାଯାଉଛି ଯେ ରାଜସ୍ଥାନରେ ବିଜେପି ନିର୍ବାଚନ ଜିତିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନକୁ ବୁଲଡୋଜର ପଠାଇଛନ୍ତି। […]

Continue Reading

କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ […]

Continue Reading

କ’ଣ ଉତ୍ତରପ୍ରଦେଶ ସରକାର ଦ୍ୱାରା ସ୍କୁଲ ଏବଂ ମଧ୍ୟାନଭୋଜନରେ ଏତେ ଉନ୍ନତି ହୋଇଛି ?

ସୋସିଆଲ ମିଡିଆରେ ଏକ ବିଦ୍ୟାଳୟର ଚିତ୍ରର ଏକ କୋଲାଜ ସେୟାର କରାଯାଉଛି ଯେଉଁଥିରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ଦାବି କରାଯାଉଛି।   ଏହି ସ୍କୁଲ ଏତେ ସୁନ୍ଦର ହେବା ସହ ଏଠାରେ ମଧ୍ୟାନ ଭୋଜନ ଏତେ ଭଲ ଦିଆଯାଉଛି। ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଯଦି ସ୍କୁଲ ଦିଲ୍ଲୀର ହୋଇଥାନ୍ତା, ତେବେ ଏହା ବିଦେଶୀ ଖବରକାଗଜରେ ଲେଖା ହୋଇଥାନ୍ତା। ରଞ୍ଜନ କୁମାର ସାହୁ ନାମକ ଜଣେ […]

Continue Reading

2016ର ଅଖିଲେଶ ଯାଦବ ସମୟର ଫୋଟୋକୁ ବର୍ତ୍ତମାନ ଯୋଦି ଆଦିତ୍ୟନାଥଙ୍କ ଦାବିରେ ଭାଇରାଲ କରଯାଉଛି।

ଘର ଗୁଡ଼ିକୁ ଭଙ୍ଗାଯାଇଥିବାର ତିନୋଟି ଚିତ୍ର ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି।  ଭଙ୍ଗାଯାଇଥିବା ଘର ପାଖରେ ଠିଆ ହୋଇଥିବା ବୁଲଡୋଜର ଏବଂ ପୋଲିସ୍ କର୍ମଚାରୀଙ୍କୁ ଦେଖାଯାଇପାରିବ। ସୋସିଆଲ ମିଡିଆ ୟୁଜର୍ସ ଫୋଟୋ ସହ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଘର ଗୁଡ଼ିକର ଏହି ଫୋଟୋ ଉତ୍ତରପ୍ରଦେଶର ଅଟେ। କେତେକ ଉପଭୋକ୍ତା ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଚିତ୍ରଗୁଡ଼ିକ ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ସଂଘର୍ଷରୁ ଆସିଛି।  ଉତ୍ତରପ୍ରଦେଶରେ ପ୍ରଦର୍ଶନ କରୁଥିବା ଲୋକମାନେ ଦେଶର ସମ୍ପତ୍ତି […]

Continue Reading

କ’ଣ ହିନ୍ଦୁ ନୂତନ ବର୍ଷ ଅବସରରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଉପରେ ଫୁଲ ବର୍ଷାଇଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ହେଲିକପ୍ଟରର ଲୋକମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରୁ ଲୋକଙ୍କ ଉପରେ ଫୁଲ ବର୍ଷା କଲେ। Santosh Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯୋଗୀ ଜି ପାଳିଲେ ହିନ୍ଦୁ ନବବର୍ଷ #Jay_shree_ram । ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କାଶ୍ମୀର ଫାଇଲ ଫିଲ୍ମ ଦେଖି ଯୋଗୀ ଆଦିତ୍ୟନାଥ କାନ୍ଦୀ ପକାଇଲେ ?

ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର “କାଶ୍ମୀର ଫାଇଲ” ଦେଶରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯୋଗୀ ଆଦିତ୍ୟନାଥ କାନ୍ଦୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, କାଶ୍ମୀର ଫାଇଲ ଦେଖି ଯୋଗୀ ଆଦିତ୍ୟ ନାଥ କାନ୍ଦୁଛନ୍ତି।  ସୋସିଆଲ ମିଡିଆରେ ଫିଲ୍ମ ପରେ ଦର୍ଶକଙ୍କ ଭାବପ୍ରବଣତା ପ୍ରଦାନ କରୁଥିବା ଅନେକ ଭିଡିଓ ସାଧାରଣ ହୋଇଗଲା। ଏହାର ପୃଷ୍ଠଭୂମିରେ, ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଆଖିରୁ ଲୁହ […]

Continue Reading

ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ସମୟରେ ଫୋନ୍ ଉଠାଇ ନ ଥିବାରୁ CMO ଅଧିକାରୀଙ୍କୁ ତାଗିଦ କରିଥିଲେ କି?

ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ତୁମେ ଯୋଗୀ ଆଦିତ୍ୟନାଥଙ୍କୁ ଗାଳିଗୁଲଜ କରୁଥିବାର ଶୁଣି ପାରିବେ। ଭିଡିଓରେ କହୁଛନ୍ତି ଯେ କାହାର ଫୋନ୍ ଉଠାଇବା ଭୁଲ ନୁହେଁ। ଯଦି ଆପଣ ଫୋନ୍ ଉଠାଇ ପାରିବେ ନାହିଁ, ସେମାନେ ଆପଣଙ୍କୁ ପୁନର୍ବାର କଲ୍ କରିବାକୁ କହୁଛନ୍ତି। ଏହା ସହିତ ସେମାନେ ସିଏମଓର ଅଧିକାରୀମାନଙ୍କୁ ଗାଳି ଦେଉଛନ୍ତି ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ପର୍ଶୁରାମ […]

Continue Reading

କ’ଣ ପୋଲିସ  RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା  ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?

ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ  ପୋଲିସ ଦ୍ୱାରା ଛାତ୍ରମାନେ  ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଉତ୍ତପ୍ତ ପରିବେଶରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ନେତାଙ୍କ ଗାଡି ଭାଙ୍ଗିଥିବାର ବିରୋଧ ପ୍ରଦର୍ଶନ କରୁଥିବା ଦାବିରେ ଏକ ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓରେ ଦେଖାଯାଇଥିବା ସଂଘର୍ଷ ଦୁଇ ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନଙ୍କ ଗାଡି ଉପରେ ଆକ୍ରମଣ କରାଯାଇ ନଥିଲା। Odisha Youth Congress ନାମକ ଏକ ଫେସବୁକ ପେଜରେ ଭାଇରାଲ […]

Continue Reading

ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ […]

Continue Reading

ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |

ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ  ଡିଏମ୍ ସାର୍  ମୁଁ  ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]

Continue Reading