ରାହୁଲ ଗାନ୍ଧୀ କ’ଣ ସତରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚୌକି ଟାଣୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମୂଳ ଭିଡିଓର ଏକ […]

Continue Reading

କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା। 

ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।  ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ […]

Continue Reading

ରାହୁଲ ଗାନ୍ଧୀଙ୍କ ସାମନାରେ ହାତ ଯୋଡ଼ି ଠିଆ ହୋଇଥିବା ଉଦ୍ଧବ ଠାକରେଙ୍କର ଫୋଟୋ ଏଡିଟ୍ କରା ଯାଇଛି। 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିତ୍ର ସୋସିଆଲ ମିଡିଆରେ ଶୀଘ୍ର ସେୟାର କରାଯାଉଛି, ଯେଉଁଥିରେ ସେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ମୁଖରେ ପ୍ରଣାମ କରୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଜୀବ ଦିନେ କହିଥିଲେ ଯେ ତାଙ୍କୁ ଚଉକି ଦରକାର ନାହିଁ, ସେ ରାହୁଲ ଗାନ୍ଧୀଙ୍କ ଆଗରେ ମୁଣ୍ଡ ନୁଆଁ ଚିଡ଼ା ହୋଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟ୍ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଅମିତ ଶାହା କହୁଛନ୍ତି? ଜାଣନ୍ତୁ ସତ୍ୟତା

କେନ୍ଦ୍ର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ସେଥି ପାଇଁ ମୁଁ କହେ ଯେ ଏହି ଗ୍ୟାରେଣ୍ଟିର କୌଣସି ମୂଲ୍ୟ କିମ୍ବା ଅର୍ଥ ନାହିଁ। ସେମାନେ ଏହି ବିଷୟରେ କେବଳ ନିର୍ବାଚନ ପର୍ଯ୍ୟନ୍ତ ଚର୍ଚ୍ଚା କରିବେ ଆଉ ଭୁଲି ଯିବେ।“ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ମୂଳ ଭିଡିଓରେ ଅମିତ […]

Continue Reading

କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କଂଗ୍ରେସ ସରକାର କୁ ଆସିଲେ ହିନ୍ଦୁ ମାନଙ୍କୁ ବାହାର କରି ଦେବ କହିଲାଣି ରାହୁଲ ଖାଂ l କିଛି କଂଗ୍ରେସୀଆ ଭାବୁଥିବେ ଆମେ ତ ଭୋଟ ଦେଉଛୁ ଆମେ ତ ତାଙ୍କ ଲୋକ ଆମକୁ ନୂହେଁ ମ ଆରେ ଧରମ ଛଡା […]

Continue Reading

ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ଓ ରାଏବରେଲିରେ ନିର୍ବାଚନ ପ୍ରାର୍ଥୀ/ପ୍ରାର୍ଥୀନୀ ବୋଲି ଦାବି କରୁଥିବା କଂଗ୍ରେସ ଦଳର ଭାଇରାଲ ପ୍ରେସ୍ ବିଜ୍ଞପ୍ତି ମିଥ୍ୟା ଅଟେ। 

ଜାତୀୟ ନିର୍ବାଚନ ପ୍ରକ୍ରିୟା ୧୯ ଏପ୍ରିଲରୁ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଉଣ୍ଡ ମତଦାନ ଶେଷ ହୋଇଛି। ମେ ୭ ରେ ୧୨ ଟି ରାଜ୍ୟରେ ମୋଟ ୯୪ ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ। ଏହି ସମୟରେ ରାଜନୈତିକ ଦଳ ଅଧିକାଂଶ ଆସନ ପାଇଁ ନିଜସ୍ୱ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୮୦ ଟି ଆସନରେ କଂଗ୍ରେସ-ସମାଜବାଦି ପାର୍ଟି ମିଳିତ ମଞ୍ଚ ଲଢୁଛି। ଏହି ୮୦ ଟି ଆସନ […]

Continue Reading

କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ବିଜେପି ର ପ୍ରଶଂସା କରି କହିଛନ୍ତି ଯେ ସେମାନେ ଦେଶକୁ ଏକଜୁଟ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ଏହାପୂର୍ବରୁ ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ଭିଡିଓକୁ ଭୁଲ ପ୍ରସଙ୍ଗରେ ବ୍ୟବହାର କରାଯାଇଛି କିମ୍ବା ସେୟାର କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଜେପି ଦେଶକୁ ଏକଜୁଟ କରୁଛି ବୋଲି କହି ରାହୁଲ ଗାନ୍ଧୀ ସେମାନଙ୍କର ପ୍ରଶଂସା କରୁଛନ୍ତି ଏବଂ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଧର୍ମ ଓ ଜାତି ନାମରେ ବିଭକ୍ତ କରୁଛି। ଉପଭୋକ୍ତାମାନେ […]

Continue Reading

କ’ଣ ବିରାଟ କୋହଲି ନିଜ ମୋବାଇଲ୍ ରେ ରାହୁଲ ଗାନ୍ଧୀଙ୍କର ଭାଷଣ ଭିଡିଓ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା। 

ନିକଟରେ ବିରାଟ କୋହଲିଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋରେ କୋହଲି ଆରସିବି ଜର୍ସିରେ ଏକ ଚେୟାରରେ ବସି ମୋବାଇଲ୍ ସ୍କ୍ରିନକୁ ଦେଖିଥିବାର ନଜର ଆସିଛନ୍ତି। ତାଙ୍କ ମୋବାଇଲ୍ ସ୍କ୍ରିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋଟୋ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ଦେଖୁଥିବାର ଦାବି କରି ବିରାଟ କୋହଲିଙ୍କର ଏହି ଫଟୋ ସେୟାର କରା ଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟେଡ୍ […]

Continue Reading

କ’ଣ ଏହି ଭିଡିଓ ମହାରାଷ୍ଟ୍ରର ନାସିକରେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦୃଶ୍ୟ? ଜାଣନ୍ତୁ ସତ୍ୟତା। 

ନିକଟରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଶିକ ସହରରେ ଏକ ସଭା କରିଥିଲେ। ସଭାରେ ଅନେକ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ନାଶିକର ଦୃଶ୍ୟ ଅଟେ ଯେତେବେଳେ ରାହୁଲ ଗାନ୍ଧୀ ଭରତ ଯୋଡୋ ନ୍ୟାୟ ଯାତ୍ରା କରୁଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଫାଇଲ। ଏହା ଭାରତ […]

Continue Reading

କ’ଣ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେଲେ ଲୋକେ ଭୋକରେ ମାରିବେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କର ଭାଷଣର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତା ମାନେ ଦାବି କରୁଛନ୍ତି ଯେ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ଲୋକମାନେ ‘ଭାରତ ମାତ କି ଜୟ’ ଏବଂ ‘ଜୟ ଶ୍ରୀ ରାମ’ ନାରା ଦେଲେ ଭୋକିଲା ମାରିବେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।  ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ […]

Continue Reading

କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ୫୦ ଏବଂ ୧୫ ଯୋଡିଲେ ୭୩ ହୁଏ? ଜାଣନ୍ତୁ ସତ୍ୟ। 

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଛନ୍ତି ଯେ ୫୦ ଏବଂ ୧୫ କୁ ଯୋଡିଲେ କରିଲେ ଫଳଟି ୭୩ ହୋଇଥାଏ। ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି। ଭାଇରାଲ ଭିଡିଓ ସହିତ ଜଣେ ଲେଖିଛନ୍ତି, “ଅଟା ଲିଟର ୫୦ + ୧୫ = ୭୩” Facebook | Archive […]

Continue Reading

କ’ଣ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ କୁ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଲେ? ଜାଣନ୍ତୁ ସତ୍ୟ। 

ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଛନ୍ତି। ଏହି ଯାତ୍ରା ମଣିପୁର ରୁ ୧୪ ଜାନୁଆରୀରେ ଆରମ୍ଭ ହୋଇ ୨୦ ମାର୍ଚ୍ଚ ରେ ମୁମ୍ବାଇରେ ଶେଷ ହେବାର ଅଛି। ଏହି ଯାତ୍ରା ସମୟର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ ଗୋଟିଏ କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି। ଏହା ପରେ ସେ ସେହି ବିସ୍କୁଟ୍ କୁ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଖାଇବାକୁ […]

Continue Reading

କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ ପଚାରୁଛନ୍ତି ଯେ ଭାରତ ମାତା କିଏ? ଜାଣନ୍ତୁ ସତ୍ୟ। 

ଭାରତରେ ୫ ଟି ରାଜ୍ୟରେ ନିର୍ବାଚନ ହେଉଥିବା ବେଳେ, ରାହୁଲ ଗାନ୍ଧୀଙ୍କ ଗୋଟିଏ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଷଣରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, “ଭାରତ ମାତା କି ଜୟ ବହୁତ ଶୁଣିବାକୁ ମିଳେ କିନ୍ତୁ ଭାରତ ମାତା କିଏ? ଏହା ପତା ଲଗାଇବାକୁ ପଡିବ। ଭାରତ ମାତାଙ୍କ ପାଇଁ ସମସ୍ତେ ନିଜ ରକ୍ତ ଦେବାକୁ ତତ୍ପର ଥାନ୍ତି କିନ୍ତୁ ଭାରତ ମାତା କିଏ?” ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

ଏବିପି ନ୍ୟୁଜ୍ ଚ୍ୟାନେଲ ‘ବ୍ରେକିଂ ନ୍ୟୁଜ୍’ର ଚିତ୍ର ଫଟୋସପ୍ ହୋଇଛି।  ଏହାର ‘ବ୍ରେକିଂ ନ୍ୟୁଜ୍’ ଟେମ୍ପଲେଟରେ ଏବିପି ଦ୍ୱାରା ବ୍ୟବହୃତ ଫଣ୍ଟ ପୋଷ୍ଟ ହୋଇଥିବା ଇମେଜରେ ଥିବା ଫଣ୍ଟଠାରୁ ଭିନ୍ନ।  ଆହୁରି ମଧ୍ୟ, ଏବିପି ନ୍ୟୁଜ୍ ଚ୍ୟାନେଲ୍ ନିଜେ ଟ୍ୱିଟ କର ଭାଇରାଲ ପୋଷ୍ଟକୁ ଖଣ୍ଡନ କରିଥିଲା।  ଏବିପି ନ୍ୟୁଜ୍ ଚ୍ୟାନେଲ୍ ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ସହିତ ଏକ ସ୍କ୍ରିନସୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟେମ୍ପଲେଟ୍ ରେ ରାହୁଲ ଗାନ୍ଧୀଙ୍କୁ ନେଇ ଲେଖାଯାଇଛି ଯେ, ରାହୁଲ […]

Continue Reading

କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

କ’ଣ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ନିର୍ମାତାଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ।

୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ବିଷୟରେ ଅନୁସନ୍ଧାନ କରୁଥିବା ବିବିସି ଡକ୍ୟୁମେଣ୍ଟାରୀ “ଭାରତ: ମୋଦୀ ପ୍ରଶ୍ନ” ଉଭୟ ଭାରତ ତଥା ବିଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଭାରତ ସରକାର ଏହି ଧାରାବାହିକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡକ୍ୟୁମେଣ୍ଟାରୀକୁ ସମର୍ଥନ କରି କହିଛନ୍ତି ଯେ ସତ୍ୟ ସର୍ବଦା ବାହାରକୁ ଆସେ। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ କଇଁଚି […]

Continue Reading

ରାହୁଲ ଗାନ୍ଧୀ ପଗଡି ପିନ୍ଧିବାକୁ ମନା କରି ଦେଇଛନ୍ତି କି? ଏହି ଭିଡିଓର ସତ୍ୟତା ଜାଣନ୍ତୁ…

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ପଞ୍ଜାବରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପଞ୍ଜାବରେ ଯାତ୍ରା କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିପାରିବେ। ସେହି ସମୟ ମଧ୍ୟରେ ସେ କୁହନ୍ତି, “ବର୍ତ୍ତମାନ ମ୍ୟାଡାମ୍ ନୁହେଁ, ବର୍ତ୍ତମାନ ନୁହେଁ।” ରାହୁଲ ଗାନ୍ଧୀ ତାଙ୍କ ପଗଡି ବାନ୍ଧିବାକୁ ମନା କରୁଛନ୍ତି ବୋଲି ଏହି ଭିଡିଓ ସେୟାର କରାଯାଇଛି। ଏହାକୁ ସେୟାର କରି ସୋସିଆଲ ମିଡିଆରେ ଉପଭୋକ୍ତାମାନେ […]

Continue Reading

ରାହୁଲ ଗାନ୍ଧୀ କହିଛନ୍ତି- ୟୁପି ର ମହିଳାମାନେ ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀର ଏକ ଭିଡିଓ ସେୟାର କରାଯାଇ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ମହିଳାଙ୍କ ଉପରେ ଭୁଲ ଟିପ୍ପଣି ଦେବାରେ ଲାଗିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, କିଛି ମହିଳା ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି! ରାଷ୍ଟ୍ରବାଦୀ ବିଶ୍ବ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏଇଟା କି ପ୍ରକାରର ନିଶା ଖାଉଛି, ତାର ଯାଞ୍ଚ କରାଯାଉ। ୟା କଥା […]

Continue Reading

କା’ଣ ଏହି ଭିଡିଓରେ କହ୍ନୟା କୁମାର ରାହୁଲ ଗାନ୍ଧୀଙ୍କୁ ପ୍ରଚଣ୍ଡ ମୂର୍ଖ ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ନିର୍ଦ୍ଦେଶ ଜାରି କରିଛି। ଏହା ସହିତ ସେ ଭାରତ ଯୋଡା ଯାତ୍ରାରେ ଜଡିତ ଲୋକଙ୍କୁ କୋଭିଡଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କହୁଛନ୍ତି। ଏଥିସହ ସେ କହିଛନ୍ତି ଯେ ଯଦି ତାଙ୍କଠାରୁ ଏହି ନିର୍ଦ୍ଦେଶ ପାଳନ କରାଯାଉ ନାହିଁ ତେବେ ଭାରତ ଯୋଡା ଯାତ୍ରାକୁ ସ୍ଥଗିତ କରାଯିବ। ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି […]

Continue Reading

କ’ଣ ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀ ଲୋକଙ୍କ ଉପରେ ଟେକା ପକାଉଥିଲେ ?

ରାହୁଲ ଗାନ୍ଧୀର ଭାରତ ଜୋଡ଼ୋ ଯାତ୍ରା ମଝିରେ  କିଛି ଫୋଟୋ ଏବଂ ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ରାହୁଲ ଗାନ୍ଧୀ ଉପରକୁ କିଛି ପକାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଆନ୍ଦୋଳନରେ ଛାତ ଉପରକୁ ଟେକା ପକାଉଛନ୍ତି।  କବି ରୁଦ୍ର ଭଗବାଧାରୀ  ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖଛନ୍ତି ଯେ, ମତେ ବହୁତ ଟ୍ରୋଲ […]

Continue Reading

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ଯାତ୍ରା’ ସମୟରେ ମୋଦୀ ସ୍ଲୋଗାନର ଏହି ଭିଡିଓ ରାଜସ୍ଥାନ ନୁହେଁ ବରଂ ମଧ୍ୟପ୍ରଦେଶର ଅଟେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ରାଜସ୍ଥାନରେ ପ୍ରବେଶ  କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସମୟରେ କିଛି ଲୋକ ଛାତ ଉପରେ ଛିଡ଼ା ହୋଇ ମୋଦୀ ମୋଦୀ ସ୍ଲୋଗନା ଦେଉଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କୁ ଫ୍ଲାଇଁଗ କିସ ଦେଇ ତାଙ୍କୁ ସମର୍ଥନ କରୁଥିବାର ଦେଖାଯାଉଛନ୍ତି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ରାଜସ୍ଥାନର ଝାଲାୱାରର […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ରାହୁଲ ଗାନ୍ଧୀଙ୍କୁ ଜଣେ ସାଧୁଙ୍କ ପୋଷାକ ପିନ୍ଧି ଥିବା ଦାବି ସହିତ ଭାଇରାଲ କରା ଯାଉଛି।

କଂଗ୍ରେସ ଭାରତ ଯୋଡା ଯାତ୍ରା ଆରମ୍ଭ କରିବା ପରଠାରୁ ଏହି କାର୍ଯ୍ୟକ୍ରମ ସହ ଜଡିତ ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ବିଭିନ୍ନ ଦାବି ସହ ସେୟାର କରାଯାଉଛି। ନିକଟରେ ଭାରତ ଯୋଡୋ ଯାତ୍ରା ୬ ଟି ରାଜ୍ୟ ପାର କରିବାବା ପରେ ରାଜସ୍ଥାନରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀଙ୍କ ଏକ ସାଧୁର ପୋଷାକରେ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ଗାନ୍ଧୀ ଧୋତି, ଜଟା ଏବଂ ରୁଦ୍ରାକ୍ଷ ପିନ୍ଧିଥିବାର […]

Continue Reading

ମାଇକ୍ ବନ୍ଦ ଥିବା ସତ୍ତ୍ୱେ ରାହୁଲ ଗାନ୍ଧୀ କଥାବାର୍ତ୍ତା ଜାରି ରଖିଥିଲେ କି?

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଏକ ବନ୍ଦ ମାଇକ୍ ସାମ୍ନାରେ କଥା ହେଉଥିବା ଦେଖିପାରିବେ।  ଭାଇରାଲ ଭିଡିକୁ ସେୟାର କରି ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି ଯେ, ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ତାଙ୍କ ମାଇକ୍ ବନ୍ଦ ହୋଇଯାଇଥିବା ବୁଝିପାରିଲେ ନାହିଁ। ହେଲେ ମଧ୍ୟ ସେ କଥାବାର୍ତ୍ତା ଜାରି ରଖନ୍ତି।  କବି ରୁଦ୍ର ଭଗବାଧାରୀ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଚ […]

Continue Reading

କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।  ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ […]

Continue Reading

କ’ଣ ଲୋକଙ୍କର ଏହି ବିଶାଳ ଭିଡ଼ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

କଂଗ୍ରେସ ଦଳ ଦ୍ଵାରା ଆୟୋଜିତ ଭାରତ ଯୋଡୋ ଯାତ୍ରା କେରଳରୁ ଆରମ୍ଭ ହୋଇ ବର୍ତ୍ତମାନ କର୍ଣାଟକା ରାଜ୍ୟରେ ପହଞ୍ଚିଛି। ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦେଶରେ ଏକତା ଆଣିବା। ତାଙ୍କ କହିବା ଅନୁଯାୟୀ ବିଜେପି-ଆରଏସଏସ ଦେଶରେ ଘୃଣା ଏବଂ ହିଂସା ବିସ୍ତାର କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ରାହୁଲ ଗାନ୍ଧୀ ଥିବା ବେଳେ ଦ୍ଵିତୀୟ ଫୋଟୋରେ ଲୋକଙ୍କର […]

Continue Reading

ରାହୁଲ ଗାନ୍ଧୀଙ୍କ ସହ ମହିଳା ଅମୁଲିଆ ଲିଓନା ନୁହଁନ୍ତି, ଯିଏକି 2020 ରେ ‘ପାକ୍ ଜିନ୍ଦାବାଦ’ ଜପ କରିଥିଲେ।

କଂଗ୍ରେସ ଦଳର ଭରତ ଯୋଡୋ ଯାତ୍ରା ଆରମ୍ଭ ହେବା ଦିନଠାରୁ ହେଡଲାଇନରେ ରହିଆସିଛି। ଏହା ସୋସିଆଲ ମିଡିଆରେ ମଧ୍ୟ ଏକ ଗୁଜବ ସୃଷ୍ଟି କରିବାରେ ସଫଳ ହୋଇଛି। ଯାତ୍ରାର କଭରେଜ ବଢ଼ିବା ସହିତ ରାହୁଲ ଗାନ୍ଧୀଙ୍କ ନାମରେ ଭୁଲ ତଥ୍ୟ ମଧ୍ୟ ପ୍ରକାଶ ପାଇବାରେ ଲାଗିଲା। ସୋସିଆଲ ମିଡିଆରେ ସଦ୍ୟତମ ଭୁଲ ତଥ୍ୟ ଭାଇରାଲ ହେଉଛି ରାହୁଲ ଗାନ୍ଧୀ ଅମୁଲିଆ ଲିଓନାଙ୍କୁ ଭେଟିଛନ୍ତି, ଯାହାକି କିଛି ବର୍ଷ ପୂର୍ବେ କର୍ଣ୍ଣାଟକର ଶିବପୁରାରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସିଙ୍କ […]

Continue Reading

ଭୁଲ ଦାବି ସହିତ ରାହୁଲ ଗାନ୍ଧୀଙ୍କ ପୁସ୍ତକ ରିଲିଜ୍ ଭିଡିଓ ଡିଜିଟାଲ୍ ଏଡିଟ୍ ହୋଇ ଭାଇରାଲ୍ କରାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଲିପ ହୋଇଥିବା ଭିଡିଓଗୁଡ଼ିକ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହୋଇଥାଏ। ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଭିଡିଓଗୁଡିକ ଅନେକ ଥର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ପାଠକମାନଙ୍କୁ ତାଙ୍କ ସତ୍ୟତା କହିଛନ୍ତି।  ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।  ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କୁ ଏକ ପୁସ୍ତକ ଉନ୍ମୋଚନରେ ଦେଖିପାରିବେ।  ତାଙ୍କ ସହ ଦାବି କରାଯାଉଛି ଯେ ଯେତେବେଳେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ପଛ କଭର ଦେଖାଇବାକୁ […]

Continue Reading

ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଏକ ଲିଟର ମଇଦା ବିଷୟରେ ଉଲ୍ଲେଖ କରିଛନ୍ତି କି?

ରବିବାର ଦିନ ରାହୁଲ ଗାନ୍ଧୀ ଦିଲ୍ଲୀର ରାମଲିଲା ମୈଦାନରେ ଏକ ସମାବେଶକୁ ସମ୍ବୋଧିତ କରି ବଢ଼ୁତିବା ଦର ଦାମ ସମ୍ପର୍କରେ ଚର୍ଚ୍ଚା କରିଥିଲେ।। ତାଙ୍କ ଭାଷଣର ଭିଡିଓ କ୍ଲିପ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ ପୂର୍ବରୁ ଆଟାର ମୂଲ୍ୟ 22 ଲିଟର ଥିଲା ଏବଂ ବର୍ତ୍ତମାନ ଏହା 40 ଟଙ୍କା ଲିଟର ହୋଇଛି । ଏହାକୁ ବାଣ୍ଟି ଲୋକମାନେ ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି ଯେ ସେ ଲିଟରରେ ମଇଦାର ମୂଲ୍ୟ […]

Continue Reading

କ’ଣ ରାହୁଲ ଗାନ୍ଧୀ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ।  ଏହି କ୍ଲିପକୁ ନେଇ ସୋସିଆଲ ମିଡିଆ ୟୂଜର୍ସ ଲେଖିଛନ୍ତି ଯେ, ‘ହିନ୍ଦୁମାନେ, ବର୍ତ୍ତମାନ ବୁଝନ୍ତୁ। ଜାଗ୍ରତ ହୁଅ, ‘ସେଠାରେ ବସିଥିବା ଅଦରକାରୀ ଲୋକଙ୍କ ମଧ୍ୟରେ କୌଣସି ହିନ୍ଦୁ ନାହାଁନ୍ତି କି? ଭାଇରାଲ ଭିଡିଓରେ ଲୋକଙ୍କ ଭିଡ଼ ଦେଖିବାକୁ ମଳୁଛି। ଏହି ସଭାରେ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ […]

Continue Reading

ରାହୁଲ ଗାନ୍ଧୀ ଉଦୟପୁରର ଟେଲର କାନହୟା ଲାଲଙ୍କ ହତ୍ୟାକାରୀଙ୍କୁ ଛୁଆ ବୋଲି କହିଥିଲେ ?

କଂଗ୍ରେସ ନେତା ତଥା ୱାୟାନାଦ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେରଳର କଂଗ୍ରେସ ନେତାମାନେ ଶ୍ରୀ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିବ। ଯେଉଁଥିରେ ୟୂଜର୍ସମାନେ ଦାବି କରିଛନ୍ତି ଯେ, ରାହୁଲ ଖାଁ କହୁଛି କହ୍ନେୟା ଲାଲ୍ ଙ୍କ ହତ୍ୟାକାରୀ ହେଉଛନ୍ତି ନିରୀହ ଛୁଆ ଗୁଡ଼ାକ ଯେଉଁ ମାନେ ଆବେଗରେ ଭାସି ଏହି ଜଘନ୍ୟ ଅପରାଧ କରିଛନ୍ତି।  ତେବେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓକୁ ଭାଇରାଲ କରି ତାଙ୍କ […]

Continue Reading

ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି।  ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି।  Somanath Panda ନାମକ ଜଣେ […]

Continue Reading

ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଭାଷଣର ଏକ କ୍ଲିପିଂ ଭାଇରାଲ ହେଉଛି। ଭିଡିଓ ମୋଦୀ ଜୀ ଏବଂ ବିଜେପି ଦ୍ୱାରା ସେୟାର କରାଯାଇଛି ଯେଉଁଠାରେ ସେ ଶୁଣିବାକୁ ମିଳୁଛି ଯେ, ହିନ୍ଦୁସ୍ତାନର ଦେଶବାସୀ, ତୁମର ଭବିଷ୍ୟତ ନରେନ୍ଦ୍ର ମୋଦୀଙ୍କ ହାତରେ ଏବଂ ଯଦି ତୁମେ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛ। ହଁ, ତା’ପରେ ନରେନ୍ଦ୍ର ମୋଦୀଙ୍କୁ ତୁମର ବର୍ତ୍ତମାନର ସମୟ ଦିଅ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ସ୍ପଷ୍ଟ ହେଲା।  ଦେବବ୍ରତ ମହାନ୍ତି […]

Continue Reading

ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

ଆଯ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ଦେଖିପାରିବା କିନ୍ତୁ ଭିଡିଓରେ ଏପରି ଜଣା ପଡୁଛି ଯେ ସେ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଭାବରେ ସେୟାର କରା ଯାଉଛି। କିନ୍ତୁ କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଦ୍ଵନ୍ଦ୍ଵରେ ପଡ଼ି  ଉତ୍ତର ଗୁଡିକୁ ଭୁଲି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ଫୋଟୋଶପ୍ ନୁହେଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫୋଟୋ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଚିଲ ମାନଙ୍କ ମଧ୍ୟରେ ବେରୋଜଗାରି ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ରାଉଳ ଗାନ୍ଧୀଙ୍କ ଆହୁରି ଏକ ଭିଡିଓ ଭାଇରାଲ ହେଉଛି। ଏହି ୨୮ ସେକେଣ୍ଡ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ କହୁଥିବା ଶୁଣିବାକୁ ମିଳିଛି, “ଏହି ଚିଲ ମାନେ ଏଠାରେ କ’ଣ କରୁଛନ୍ତି ମତେ ବତାନତୁ। ଏହି ଚିଲ ମାନେ ଏଠାରେ କାହିଁକି ବୁଲୁଛନ୍ତି? ଗତ ୫ ବର୍ଷରୁ ତାଙ୍କୁ ରୋଜଗାର ମିଳୁ ନାହିଁ। ଏହାର କାରଣ ନରେନ୍ଦ୍ର ମୋଦୀ, ଆରଏସଏସ ଆଉ ବିଜେପି ଅଟେ।” କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଏପରି କହିଥିଲେ? ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?

ସୋସିଆଲ ମିଡିଆରେ  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।  ଆମକୁ […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

ଭାଇରାଲ ଭିଡିଓରେ କ’ଣ ରାହୁଲ ଗାନ୍ଧୀ ଦେଶ ଛାଡିବା ସମ୍ପର୍କରେ କହୁଛନ୍ତି ?

କୃଷି ଆନ୍ଦୋଳନ ସହ ସୋସିଆଲ ମିଡିଆରେ ନେତା ଏବଂ ଦଳମାନଙ୍କର ଭିଡିଓ ଏବଂ ଖବର ବିଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାହୁଲ ଗାନ୍ଧୀ ଦେଶ ଛାଡି ଲଣ୍ଡନ ଯିବା ଏବଂ ଆମେରିକାରେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେବା କଥା କହୁଛନ୍ତି। ଏହି ଅଭିଯୋଗ ହେତୁ ରାହୁଲ ଗାନ୍ଧୀ ସୋସିଆଲ ମିଡିଆର ଟାର୍ଗେଟରେ ଆସିଛନ୍ତି। 8 ଫେବୃଆରିରେ Bimal […]

Continue Reading

ରାହୁଲ ଗାନ୍ଧୀଙ୍କ 2017 ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଥିଲେ। ତେବେ ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲିଗାଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ ପାର୍ଟିରେ ବସିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ କୌଣସି ପାର୍ଟିରେ ଜାଇ ମଜା ମାରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ପୋର୍ନସ୍ଟାର ?

ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଫଟୋରେ ରାହୁଲ ଗାନ୍ଧୀ ଜଣେ ମହିଳଆ ସହ ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାମି ପୋର୍ନସ୍ଟାର ନଥାନା ରେମୋସ ସହ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପାଇଲୁ।   3 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି […]

Continue Reading

କ’ଣ ଏହି କିଡେଓରେ ରାହୁଲ ଗାନ୍ଧୀ ଚନ୍ଦ୍ରରେ ଆଳୁ ଫସଳ କରିବା କଥା କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ନିଜ ଭାଷଣରେ ଚନ୍ଦ୍ରରେ ଆଳୁର ଫସଳ କରିବା କଥା କହୁଛନ୍ତି। ୮ ଡିସେମ୍ବରର ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ନେଇ କୁହା ଯାଇଅଛି ଯେ “ଆମ ଦେଶର ଉର୍ଣ୍ଣତ ଧରଣର ଚାଷୀ , ଯିଏ ଚନ୍ଦ୍ର ରେ ଆଳୁ ଫସଲ କରିବାର କ୍ଷମତା ରଖନ୍ତି. ଆଜି ପ୍ରମାଣ ହେଲା ଦେଶରେ କୁତ୍ରିମ ଚାଷୀ ଙ୍କ ଭାରତ ବନ୍ଦ ପପୁ ଭାଇଙ୍କ ପାଇଁ ସଫଳ […]

Continue Reading

କ’ଣ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରିହାସ କରିବା ପାଇଁ ତାଙ୍କ ଭାଷଣରୁ କିଛି କ୍ଲିପ ଭାଇରାଲ କରାଯାଇଥାଏ।  ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ 20 ସେକେଣ୍ଡର  ଭିଡିଓ କ୍ଲିପ ଭାଇରାଲ୍ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ଏକ ଷ୍ଟାଡିୟମରେ ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ନିଜକୁ ଲୋକଙ୍କ ଆଗରେ ଦୁନିଆର ସବୁଠୁ ବଡ ମୂର୍ଖ ବୋଲି କହିଛନ୍ତି ଏବଂ ଏଥିସହ କହିଛନ୍ତି ସେ ସାଂସଦ ହେଲେ ମଧଅୟ  ପ୍ରଧାନମନ୍ତ୍ରୀ […]

Continue Reading