
ୟାସ୍ ବାତ୍ୟା 26 ମଇରେ ପୂର୍ବ ଉପକୂଳ, ବିଶେଷ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଆସିଥିଲା। ବାତ୍ୟାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ସମୁଦ୍ର କୂଳରେ ଘୂର୍ଣ୍ଣିବାତ୍ୟା କରୁଥିବା ତରଙ୍ଗ ଦେଖାଯାଇଛି ଏବଂ ଦାବି ହେଉଛି ଯେ ପଶ୍ଚିମ ବଙ୍ଗରେ ଦିଘାରେ ୟଶ ବାତ୍ୟା ବର୍ତ୍ତମାନ ପରିସ୍ଥିତି ଦର୍ଶାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
25 ମଇରେ Piyush Pappy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ବାତ୍ୟାର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଘା ସମୁଦ୍ର ଅଶାନ୍ତ….. Cyclone YAAS…। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଚକୁ ଅନେକଥର ସେୟାର କରାଯିବା ସହ ଅନେଇ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଭାଇରାଲ ଭିଡିଓ share chatରେ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଥିରେ ଭାଇରାଲ ଭିଡିଓ ଓଡ଼ିଶାରେ ୟଶ୍ ବାତ୍ୟା କହି ଭାଇରାଲ କରାଯାଉଛି। ଭିଡିଓକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଦିଘା ୟଶ ବାତ୍ୟା ନାମରେ ଭାଇରାଲ ହେଉଥିବା ଭିଡିଓ ବର୍ତ୍ତମାନ ବାତ୍ୟା ସମୟର ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ India Today ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 15 ମଇ 2021ରେ ପୋଷ୍ଟ କରାଯାଇଛି। ଭିଡିଓର 3.16 ସେକେଣ୍ଡରେ ଭାଇରାଲ ଭିଡିଓ ଦେଖିପାରିବେ। ଖବର ଅନୁସାରେ ଭାଇରାଲ ଭିଡିଓ କେରଳର ଅଟେ। କେରଳର ଥିରୁଅନନ୍ତପୁରାମରୁ ଘୂର୍ଣ୍ଣିବଳୟ ବାତ୍ୟା ଟାଉକଟେର ଦୃଶ୍ୟ ଅଟେ। ଭାଇରାଲ ଭିଡିଓର ବର୍ତ୍ତମାନ ୟଶ ବାତ୍ୟା କିମ୍ବା ଦିଘା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଅଲଗା ଅଲଗା ଶବ୍ଦ ବୟବହାର କରି ଭାଇରାଲ ଭିଡିଓ ଖୋଜିଲୁ। Tv9 Kannda ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯାହାକି 15 ମଇ 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ନ୍ୟୁଜ ପୋଷ୍ଟରେ ଲେଖାଯାଇଛି (Cyclone Tauktae Hits Karnataka Coast | Hurricane Katrina, Malpe Beach sink) ସାଇକ୍ଲୋନ୍ ଟାଉକଟେ କର୍ଣ୍ଣାଟକ ଉପକୂଳରେ ହିଟ୍, ଘୂର୍ଣ୍ଣିବଳୟ କ୍ୟାଟ୍ରିନା, ମାଲପେ ବିଚ୍ । ଅର୍ଥାତୁ ଭାଇରାଲ ଭିଡିଓ କର୍ମଣ୍ଣାଟକ ମାଲପେ ବିଚର ଅଟେ। ଭିଡିଓର ଦିଘା କିମ୍ବା ୟଶ ବାତ୍ୟା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଆମେ ପଶ୍ଚିମବଙ୍ଗର ଦିଘା ବିଚ୍ ସ୍ଥିତି ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ଯେଉଁଥିର୍ ୟଶ ବାତ୍ୟା ଆରମ୍ଭ ସମୟରେ ଦିଘା ବିଚର ସ୍ଥିତି ସମ୍ପର୍କରେ ସମ୍ପୁର୍ଣ୍ଣ ସୂଚନା ଦିଆ ଯାଇଛି। ଏହା ସତ୍ୟ ଯେ ପଶ୍ଚିମ ଦିଘା ଏବଂ ଓଡିଶାର ପୂର୍ବ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦିଘା ବିଚରେ ପ୍ରବଳ ପବନ ସହିତ ଉଚ୍ଚ ଜୁଆରର ସମ୍ମୁଖୀନ ହୋଇଥିଲା। ତେବେ ଭାଇରାଲ ପୋଷ୍ଟରେ ଥିବା ଭିଡିଓ ଦିଗା ଏବଂ ସାଇକ୍ଲୋଥନ୍ ୟାସ୍ ସହିତ ଜଡିତ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାରୁ ଆମେ ସ୍ପଷ୍ଟ ହେଲୁ ଯେ, ୟଶ୍ ବାତ୍ୟା ଆରମ୍ଭରେ ଦିଘା ବିଚରେ ଭୟଙ୍କର ସ୍ଥିତିଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ପ୍ରକୃତରେ 15 ମଇରେ କର୍ଣ୍ଣାଟକ ମାଲପେ ବିଚରେ ହିଟ୍ କରିଥିବା ଟାଉକଟେ ବାତ୍ୟାର ଅଟେ।

Title:ସାଇକ୍ଲୋନ୍ ଟାଉକଟା ଭିଡିଓକୁ ୟାଶ ସାଇକ୍ଲୋନ୍ ଦିଘା ଭୟଙ୍କର ସ୍ଥିତି ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
