କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।

False Social

ସୋସିଆଲ ମିଡିଆରେ ବଲିଉଡର ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତରଙ୍କ ନାତୁଣୀର ନାମରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ତାଙ୍କ ପୋଷାକ ଉପରେ ଟାର୍ଗେଟ କରି ଜାଭେଦ ଅଖତରଙ୍କ ନାତୁଣୀ ବୋଲି ବର୍ଣ୍ଣନା କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଫଟୋଟି ଜାଭେଦ ଅଖତରଙ୍କ ନାତୁଣୀର ନୁହେଁ, ବରଂ ଟିଭି କଳାକାର ଉର୍ଫି ଜାଭେଦଙ୍କ ଅଟେ। 

3 ଡିସେମ୍ବରରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବୁର୍ଖା କେବଳ ନିରୀହ ମୁଲ୍ଲା ମହିଳାଙ୍କ ପାଇଁ ଆବେ ହଲାଲା ବ୍ରାଣ୍ଡ ମୌଲାନା ଔକାତ୍ ଅଛି ଜାଭେଦ ଅଖତର ନାତୁଣୀକୁ ବୁର୍ଖା ପିନ୍ଧେଇ ଦେଖ !  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Bollywood Bai  ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋରେଥିବା ମହିଳାର ଭିଡିଓ ମିଳିଲା। ନଭେମ୍ବର 15 ରେ, ଉର୍ଫିଙ୍କ ଇନଷ୍ଟାଗ୍ରାମରେ କଳା ପୋଷାକରେ ମଧ୍ୟ ଫଟୋ ଅପଲୋଡ୍ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ ଅଧିକ ସନ୍ଧାନ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ପୂର୍ବରୁ ମଧ୍ୟ ରେ ଉର୍ଫି ଜାଭେଦ୍ ଜାଭେଦ୍ ଅଖତରଙ୍କ ନାତୁଣୀ ଭାବରେ ଟ୍ରୋଲ୍ ହୋଇଥିଲେ । Jagran.com ରେ 8 ସେପ୍ଟେମ୍ବର 2021 ରେ ପ୍ରକାଶିତ ଏକ ଖବରରେ କୁହାଯାଇଥିଲା ଯେ ଟ୍ରଲିଂ ମଧ୍ୟରେ ଶବାନା ଆଜମୀ ବର୍ତ୍ତମାନ ‘ଜାଭେଦ ଅଖତରଙ୍କ ନାତୁଣୀ’ ଖବର ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ‘ଜାଭେଦ ଅଖତର ସହ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Jagran.comindiatoday

Azmi Shabana ଙ୍କର ଏକ ଟୁଇଟ୍ ପାଇଲୁ। ଯାହାକି 7 ସେପ୍ଟେମ୍ବର 2021 ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, : ‘ଉର୍ଫି ଜାଭେଦଙ୍କର ଆମ ସହ କୌଣସି ପ୍ରକାରେ ସମ୍ପର୍କ ନାହିଁ।’ ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଜାଭେଦ ଅଖତରଙ୍କ ନାତୁଣୀ ଭାବରେ ଭାଇରାଲ ହୋଇଥିବା ଝିଅଟି ପ୍ରକୃତରେ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ । ଜାଭେଦ ଅଖତରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

Avatar

Title:କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *