
ରାସ୍ତାର ମଝିରେ ଜଣେ ଝିଅ ଉପରେ ହୋଇଥିବା ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସେୟାର କରି ଦାବି କରାଯାଉଛି ଯେ ଅଷ୍ଟମ ଶ୍ରେଣୀର ଛାତ୍ରି ‘ଲଭ ଜିହାଦ୍’କୁ ବିରୋଧ କରିବାରୁ ଜଣେ ମୁସଲମାନ ବାଳକ ତାଙ୍କୁ ଛୁରୀରେ ଆଘାତ ଦେଇ ଆହତ କରିଛି। ଭିଡିଓରେ ଝିଅକୁ ପିଲାଟି ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭିଡିଓରେ ଝିଅକୁ ମାରୁଥିବା ପିଲା ମୁସ୍ଲିମ ଥିବା ବେଳେ ଝିଅଟି ହିନ୍ଦୁ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Hindu Rastra ନାମକ ଏକ ଫେସବୁକ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ବିହାର ଗୋପାଳଗଞ୍ଜରେ ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା {ହଁ ଆମେ ସେଇ ମଦ୍ରଜାତି ଯେଉଁମାନେ ୮ମ କି ୯ମ ଶ୍ରେଣୀ ବୟସର ଝିଅଟା ଛାତିକୁ ମୋ ହର୍ଟ କରୁଛି ଗୀତରେ ଦାଣ୍ଡ ଦୁଲୁକାଇ ନାଚି ଆମ ବାପା-ମା‘ କିଭଳି ତା‘ର ପରିଚୟ ଦେଉଥିଲେ} ଜଣେ ଝିଅ I ସେ ନିଜ ଗାଁ ନିକଟ ପ୍ରତାପପୁର ଗାଁରେ ଥିବା ସ୍କୁଲକୁ ଯାଏ I ସେଇ ଗାଁରେ ଅସରାଫ ଅଲ୍ଲୀର 20 ବର୍ଷର ପୁଅ ଗୁଡ୍ଡୁ ତାକୁ ନିୟମିତ କମେଣ୍ଟ ଆଦି କରେ I ଏହି ଘଟଣାରେ ଏହା ଦେଖୁଥିବା କୌଣସି ହିନ୍ଦୁ ପ୍ରତିବାଦ କି ବିରୋଧ କରିନଥିଲେ, ଆଜି ସ୍କୁଲ କୁ ଯିବା ବେଳେ ସାହସ ପାଇ ଟଣାଓଟରା କଲା, ଝିଅଟି ପ୍ରତିବାଦ କଲା I ଆସିବାବେଳେ ଗୁଡ଼ୁ ତାକୁ 10 ଥର ଛୁରୀରେ ଭୁଷିଲା !!!! ଆଖପାଖରେ ମୁସଲିମ ସଂଖ୍ୟା ବହୁଳ, ଏଣୁ ଏଭଳି ଜଘନ୍ୟ କାଣ୍ଡ କରିବା ପରେ ମଧ୍ୟ ସେ ଚମ୍ପଟ ମାରି ଖସିବାରେ ସଫଳ ହେଲା I
ତେବେ କଣ ଭାଇରାଲ ଭିଡିଓରେ ପିଲାଟି ଝିଅକୁ ଛୁରୀ ମାରିଥିବା ଘଟଣା ଲଭ ଜିହାଦ୍ ସହ ସମ୍ପର୍କ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ କୀୱାର୍ଡ ସନ୍ଧାନ ଦ୍ୱାରା ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ 19 ଡିସେମ୍ବରରେ ABP ନ୍ୟୁଜ୍ ଦ୍ୱାରା ପ୍ରକାଶିତ ଖବର ପାଇଲୁ। ପ୍ରକାଶିତ ଖବର ଅନୁସାରେ , ସିସିଟିଭି ଫୁଟେଜରେ କଏଦ ହୋଇଥିବା ମାମଲା ବିହାରର ଗୋପାଳଗଞ୍ଜ ପ୍ରତାପପୁର ଗାଁର। ସେଠାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ନିର୍ଯାତନା ଏବଂ ଖରାପ ଆଚରଣର ବିରୋଧକରିବାରୁ ଜଣେ ବ୍ୟକ୍ତିଙ୍କ ତାକୁ ଛୁରିରେ ଆହତ କରିଥିଲା।
ମାମଲାଟି ହେଉଛି ଯେ ଅଭିଯୁକ୍ତ ପୀଡିତାଙ୍କ ବନ୍ଧୁଙ୍କ ସହ ଅସଦାଚରଣ କରିଥିଲା। ପୀଡିତା ସ୍କୁଲ ଶିକ୍ଷକମାନଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରିଥିଲେ। ତା’ପରେ ସ୍କୁଲ ଛାଡିବା ପରେ ପୀଡିତା ଜଣକ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କୁ ଅନେକ ଥର ଛୁରୀରେ ଆହତ କରିଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ମଞ୍ଜଗଡ ପୋଲିସ ଷ୍ଟେସନ ଗିରଫ କରିଛି। ପୀଡିତାଙ୍କୁ ବର୍ତ୍ତମାନ ଗୋରଖପୁରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

TV- Bharatରେ ପ୍ରକାଶିତ ଖବର ଅନୁଯାୟୀ, ଯେତେବେଳେ ପୀଡିତା ଜଣକ ବିଦ୍ୟାଳୟରେ ଏହି ବ୍ୟକ୍ତିଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଥିଲେ, ପୀଡିତାଙ୍କ ବନ୍ଧୁ ଅଭିଯୁକ୍ତଙ୍କୁ ସ୍କୁଲ ପ୍ରିନ୍ସପାଲଙ୍କ ଆଗରେ ଚାପୁଡ଼ା ମାରିଥିଲେ। ଏଥିରେ ରାଗିଯାଇ ସେ ଛୁରାମାଡ଼ କରି ପୀଡିତାଙ୍କୁ ବାହାରକୁ ଆଣିଥିଲେ। କୁହାଯାଉଛି ଯେ ସେ ପୀଡିତାଙ୍କୁ ଆଠଥର ଛୁରୀରେ ଗୁରୁତର ଭାବେ ଆଘାତ ଦେଇଛି। ଏହି ବିଷୟ ସହିତ ଜଡିତ କୌଣସି ସମ୍ବାଦରେ ଆମେ ‘ଲଭ ଜିହାଦ୍’ ବିଷୟରେ କୌଣସି ଉଲ୍ଲେଖ ପାଇଲୁ ନାହିଁ। ଏହି ଖବର News18 Urdu ୟୁଟ୍ୟୁବ ଚ୍ୟାନେଲରେ ଦେଖନ୍ତୁ।
ତା’ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ଗୋପାଳଗଞ୍ଜ ପୋଲିସ ଅଧୀକ୍ଷକ ଆନନ୍ଦ କୁମାର ଏବଂ ମଞ୍ଜହଗର ପୋଲିସ ଷ୍ଟେସନ ମୁଖ୍ୟ (SHO) ଙ୍କ ସହ ଯୋଗାଯୋଗ କରିଥିଲେ। ସେ ଆମକୁ କହିଛନ୍ତି ଯେ “ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଲଭ-ଜିହାଦ୍ ସହିତ ଏହି ମାମଲାର କୌଣସି ସମ୍ପର୍କ ନାହିଁ। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଅଟନ୍ତି। ଉଭୟେ ମୁସଲମାନ ଏବଂ ସେମାନଙ୍କର ଉପ-ଜାତି ମଧ୍ୟ ସମାନ। ”ଏସପି ଆନନ୍ଦ କୁମାର ଏହା ମଧ୍ୟ କହିଛନ୍ତି ଯେ ନିର୍ଯାତନା ଦିଆଯାଉଥିବା ପୀଡିତାଙ୍କ ବନ୍ଧୁ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଅଟନ୍ତି।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କରାଯାଇଥିବି ଦାବି ମିଥ୍ୟା ଅଟେ। ଏହା ସତ୍ୟ ଯେ ପୀଡିତା ଜଣକ ତାଙ୍କ ବନ୍ଧୁଙ୍କ ନିର୍ଯାତନାକୁ ବିରୋଧ କରିଥିଲେ ଏବଂ ତେଣୁ ଅଭିଯୁକ୍ତ ତାଙ୍କୁ ଛୁରୀରେ ଆଘାତ ଦେଇଥିଲା। କିନ୍ତୁ ଏହାର ଲଭ ଜିହାଦ ସହିତ କୌଣିସ ସମ୍ପର୍କ ନାହିଁ। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଅଟନ୍ତି ।

Title:ବିହାରରେ ଛୁରୀରେ ଝିଅକୁ ଆଘାତ କରିଥିବା ଘଟଣା ‘ଲଭ ଜିହାଦ’ର ମାମଲା ଅଟେ ?
Fact Check By: Saritadevi SamalResult: False
